Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

କୃଷି ଋଣ ଛାଡ ପାଇଁ ନବୀନ ପୁଣି ଦେଲେ ସଙ୍କେତ: ପଞ୍ଚାୟତ ନିର୍ବାଚନ ପରେ ମଧ୍ୟ ଥରେ କହିଥିଲେ

19/12/2018 at 7:29 PM

ଭୁବନେଶ୍ବର ୧୯|୧୨: କୃଷକଙ୍କ ସମସ୍ୟାକୁ ନେଇ ସରକାରଙ୍କୁ ବିରୋଧୀ ଘେରୁଥିବାବେଳେ କୃଷିଋଣ ଛାଡ ନେଇ ଇଙ୍ଗିତ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେପଟେ ପୋଡଶୀ ଛତିଶଗଡ ସରକାର କୃଷି ଋଣ ଛାଡସହ ବୋନସ ଦେଇ ରାଜ୍ୟ ସରକାରଙ୍କ ହୋସ ଉଡାଇଦେଇଛନ୍ତି । ବୋନସ  ଦେବାରେ ବାଧକ ଅଛି କହି ଏଡେଇ ଚାଲିଥିବା ରାଜ୍ୟ ସରକାରଏବେ ଦୋଛକିରେ ପଡିଛନ୍ତି । କୃଷକଙ୍କୁ ନେଇ ଚାପରେ ଥିବା ସରକାର ଖୁବ ଶୀଘ୍ର ଏକ ପ୍ୟାକେଜ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଏପଟେ ବିରୋଧୀ କହୁଛନ୍ତି ନିର୍ବାଚନୀ ବୈତରଣୀ ପାର ହେବାପାଇଁ ସରକାରଙ୍କ ଯୋଜନା । ସୋହେଲାରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ବୋନସ କଥା ଉଠାଇଛନ୍ତି ବିରୋଧୀ। … 

କୃଷି ଋଣ ଛାଡ ପାଇଁ ନବୀନ ପୁଣି ଦେଲେ ସଙ୍କେତ । ଏନେଇ ଅନୁଧ୍ୟାନ ଚାଲିଛି ବୋଲି ମୁଖ୍ୟମନ୍ତ୍ରୀକହିବା ପରେ କୃଷକଙ୍କ ପାଇଁ ଏକ ପ୍ୟାକେଜ ଘୋଷଣା ହେବାକୁ ଯାଉଥିବା ଆଭାସ ମିଳିଛି । ବର୍ଷେ ତଳେପଞ୍ଚାୟତ ନିର୍ବାଚନ ପରେ କୃଷି ଋଣ ଛାଡ ପାଇଁ ଚିନ୍ତା କରାଯାଉଛି ବୋଲି କହିଥିଲେ ନବୀନ । ଏବେ ଯେହେତୁ ସାରା ଦେଶରେ କୃଷି ଋଣ ଛାଡ ପାଇଁ ରାଜନୈତି ଦଳ ମାନେ ପ୍ରତିଯୋଗିତାରେ ମାତିଛନ୍ତି । ୨୦୧୯ ନିର୍ବାଚନପୂର୍ବରୁ ନବୀନ ରିସ୍କ ନେଇ ନପାରନ୍ତି ବୋଲି ଆଲୋଚନା ହେଉଛି । ଯଦି କୃଷି ଋଣ ଛାଡ ହୁଏ ସରକାରଙ୍କ ଉପ​‌ରେ ୨୬ହଜାର କୋଟି ଟଙ୍କାର ଅର୍ଥିକ ବୋଝ ପଡିବ । ପ୍ରଶ୍ନ ଉଠୁଛି ରାଜ୍ୟ ସରକାର କଣ କୃଷି ଋଣବାବଦକୁ ଏତେ ବଡ ଆର୍ଥିକ ବୋଝ ମୁଣ୍ତାଇ ପାରିବେ? କୁହାଯାଉଛି ସବୁ ଋଣ ଛାଡ ନହେଲେ ମଧ୍ୟ ଚାଷୀଙ୍କଉପରୁ  ଏକ ନିର୍ଦ୍ଦିଷ୍ଟ ପରିମାଣର ଆର୍ଥିକ ବୋଝ ହାଲୁକାପାଇଁ  ନିଷ୍ପତ୍ତି ନିଆଯାଇପାରେ । ଏମିତିକି ଚାଷୀ ପରିବାର ସଦସ୍ୟଙ୍କ ପାଇଁ ମଧ୍ୟ ପ୍ୟାକେଜ ଘୋଷଣା ହୋଇପାରେ। 

ଚା​‌ଷୀ ଋଣ ଛାଡ ନେଇ ସାରା ଦେଶରେ ତ ବିତର୍କ ଚାଲିଛି । କିନ୍ତୁ ଧାନର ସର୍ବନିମ୍ନ ସହାୟକମୂଲ୍ୟ ଉପରେ ଛତିଶଗଡ ସରକାରଙ୍କ ବୋନସ ଓଡିଶା ସରକାରଙ୍କ ମୁଣ୍ତବିନ୍ଧା ବଢ଼ାଇଦେଇଛି । ଆଗରୁ ଛତିଶଗଡରେଥିବା ରମଣ ସିଂ ସରକାର ଚାଷୀଙ୍କୁ ବୋନସ ଦେଉଥିଲେ । ଏଠି କିନ୍ତୁ ଓଡିଶା ସରକାର କହୁଥିଲେ ବୋନସଦେଳେ ଏଫସିଆଇ ଧାନ କଣିବ ନାହିଁ ବୋଲି କେନ୍ଦ୍ର ନିୟମ କରିଛି । ସେଠି ବିଜେପି ସରକାର ଥିବାରୁ କଥା ଅଲଗା ହେଉଥିଲା । ଏବେ କଂଗ୍ରେସ ସରକାର କ୍ଷମତାକୁ ଆସିବା ପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୭୫୦ଟଙ୍କାର ବୋନସ ଦେଇ କୁଇଣ୍ଟାଲ ପିଛା ଚାଷୀଙ୍କୁ ୨୫୦୦ଟଙ୍କା ଦେବାକୁ ଘୋଷଣା କରିବା ପରେ  ରାଜ୍ୟ ସରକାରଙ୍କ ଯୁକ୍ତି ଦୁର୍ବଳ ହୋଇଛି । ବିରୋଧୀ କହିଛନ୍ତି ସରକାର କେବଳ ଚାଷୀଙ୍କୁ ମାଡ ମାରି ଜାଣିଛନ୍ତି। ବୋନସ ଦେବା ଜାଣିନାହାନ୍ତି। 

୨୦୧୫ ସୋହେଲା ସମାବେଶରେ ଚାଷୀଙ୍କୁ ୧୦୦ଟଙ୍କା ବୋନସ ମିଳିବ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ।  ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ ବୋଲି ବିରୋଧୀ ବାରମ୍ବାର  କଥା ଉଠାଉଛନ୍ତି। ସେପଟେ ଚାଷୀଙ୍କୁ ବୋନସ ଦେଇ ବି ଛତିଶଗଡରୁ ରମଣ ସିଂ ସରକାର ବିଦା ହେବା ପରେ ମଧ୍ୟପ୍ରଦେଶରେକଂଗ୍ରେସ ଭଳି ଏଠି ମଧ୍ୟ ରାଜ୍ୟ ସରକାର କୃଷି ଋଣ ଛାଡ କରି ନିର୍ବାଚନ ବୈତରଣୀ ପାର କରିବେ ବୋଲି ଯୋଜନା କରିଛନ୍ତି। 

   Related Posts