ଆଜି ପୁଣି ନବୀନ ନିବାସରେ ଆଶାୟୀଙ୍କ ଭିଡ : ଏଥର ପୁରୁଖା ଓ ହେଭିଓ୍ବେଟଙ୍କୁ ବାଦ ଦେଇ ନୂଆ ମୁହଁଙ୍କୁ ଗୁରୁତ୍ୱ ! ଚାଲିଛି ତାଲିକା

Published By : Prameya-News7 Bureau | May 25, 2019 IST

ଭୁବନେଶ୍ବର୨୫|୫: ଆଜି ପୁଣି ନବୀନ ନିବାସରେ ଆଶାୟୀଙ୍କ ଭିଡ । ଠିକ୍‌ ଯେମିତି ନିର୍ବାଚନ ପୂର୍ବରୁ ଟିକେଟ୍‌ ନେବାକୁ ଭିଡ଼ ଲାଗିଥିଲା । ବାଜି ମାରିଥିବା ନେତା ନବୀନଙ୍କୁ ଭେଟିବା ସହ ଫୁଲତୋଡା ଦେଇ ଫେରୁଥିଲେ । ହେଲେ ଅସଲରେ ନଜର ଥିଲା ମନ୍ତ୍ରୀପଦ ଉପରେ । କାଳେ କୃପାଦୃଷ୍ଟି ପଡ଼ିବ ଆଉ ମନ୍ତ୍ରୀପଦଟେ ମିଳିବ ସେଇ ଉଦେଶ୍ୟରେ ଏବେ ସମସ୍ତେ ନବୀନ ନିବାସ ମୁହାଁ । ….

{"id":115929}

ନବୀନଙ୍କ ପଞ୍ଚମ ଇଂନିଙ୍ଗ୍‌ସ୍‌ ଆରମ୍ଭ ହେବାକୁ ଯାଉଛି । ୨୯ରେ ଶପଥ ନେବ ନୂଆ ସରକାର । ଏମିତିରେ ନିର୍ବାଚିତ ବିଜେଡି ବ୍ରିଗେଡ୍‌ଙ୍କ ନଜର ଏବେ ମନ୍ତ୍ରୀପଦ ଉପରେ । ଏଥର ପୁରୁଖା ଓ ହେଭିଓ୍ବେଟ୍‌ଙ୍କୁ ବାଦ ଦେଇ ନୂଆ ମୁହଁଙ୍କୁ ଗୁରୁତ୍ବ ଦେଇପାରନ୍ତି ନବୀନ ।

{"id":115940}

ଏମିତି କିଛି ଚର୍ଚ୍ଚା ଏବେ ଆଶାୟୀଙ୍କ ମନରେ ଆଶା ଭରିଛି । ଖାସ୍‌ ସେଇଥିପାଇଁ ତ ନବୀନ ନିବାସରେ ଏଇ ଭିଡ଼ । ଠିକ୍‌ ଏମିତି ଭିଡ଼ ନିର୍ବାଚନ ପୂର୍ବରୁ ଟିକେଟ୍‌ ଲବି ବେଳେ ଦେଖିବାକୁ ମିଳିଥିଲା । ଆଉ ସମାନ ଚିତ୍ର ମନ୍ତ୍ରୀ ପଦ ଲବି ପାଇଁ ରିପିଟ୍‌ ହୋଇଛି ।

{"id":115930}

ଏମିତିକି କିଛି ଯୁବ ନେତା ଯେଉଁମାନେ ସଂଗଠନ କାମରେ ଲାଗିଛନ୍ତି ସେମାନଙ୍କୁ ଏଥର ଓଜନିଆ ପୋର୍ଟଫୋଲିଓ ଦେଇ ପୁରସ୍କୃତ କରାଯିବ ବୋଲି ପାଓ୍ବାର କରିଡରରେ ଆଲୋଚନା ମଧ୍ୟ ହେଉଛି । ଏମାନଙ୍କ ଭିତରେ ପୁରୀ ଜିଲ୍ଲାରୁ ସମୀର ଦାସ, କେନ୍ଦ୍ରାପଡ଼ାରୁ ଅତନୁ ସବ୍ୟସାଚୀ ନାୟକ ଏବଂ ପ୍ରତାପ ଦେବଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି ।

{"id":115939}

ସବୁ ଥର ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରୁ ପ୍ରଦୀପ ପାଣିଗ୍ରାହୀ, ସୂର୍ଯ୍ୟ ନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ଉଷା ଦେବୀଙ୍କ ଭଳି ନେତା ମନ୍ତ୍ରୀପଦ ପାଇ ଆସୁଥିବା ବେଳେ ଏଥର ସେମାନଙ୍କ ମଧ୍ୟରୁ କାହାକୁ ଚାନ୍‌ସ ମିଳିବ ତାକୁ ନେଇ ଗୋଷ୍ଠୀ ଭିତରେ ଅଙ୍କ ଆକଳନ ଆରମ୍ଭ ହେଲାଣି ।

{"id":115933}

ସେପଟେ କଟକରୁ ଦେବୀ ମିଶ୍ର, ଚନ୍ଦ୍ର ସାରଥୀ ବେହେରା ଏବଂ ରାଜାସ୍ବାଇଁଙ୍କ ଭଳି ନେତା ମଧ୍ୟ ମନ୍ତ୍ରୀପଦ ଚର୍ଚ୍ଚାରେ ଅଛନ୍ତି ।ଯାଜପୁର ଜିଲ୍ଳାରେ ବିଜେଡିର ବମ୍ପର ଜିତ୍‌ ପରେ  ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ବଡ଼ ବିଭାଗ ମିଳିପାରେ ବୋଲି ଆଶା କରାଯାଉଛି । ସେପଟେ ବଡ଼ଚଣା ବାଜି ଜିତିଥିବା ଅମର ଶତପଥୀ ଏବଂ ବିଞ୍ଝାରପୁରରେ ବିଜୟ ଶ୍ରେୟକୁ ବଜାୟ ରଖିଥିବା ପ୍ରମିଳା ମଲ୍ଲିକ ମଧ୍ୟ ରେସ୍‌ରେ ରହିବା ସ୍ବାଭାବିକ୍‌ ।

{"id":115931}

ହେଲେ ଅଭିଭକ୍ତ ବାଲେଶ୍ବର ଜିଲ୍ଲାରୁ ପୁରୁଣା ମୁହଁ ହିସାବରେ ଅନନ୍ତ ଦାସ ଏବଂ ପ୍ରଫୁଲ୍ଲ ସାମଲଙ୍କୁ ପୁଣି ଚାନ୍‌ସ୍‌ ମିଳିବ ନା ଏଥର ନୂଆ ମୁହଁ ଉପରେ ମୋହର ମାରିବେ ନବୀନ ତାକୁ ନେଇ ମଧ୍ୟ ଆଲୋଚନା କିଛି କମ୍‌ ନାହିଁ । ହେଲେ କିଛି ନେତା ସିଧାସଳଖ ନକହିଲେ ବି କ’ଣ କହୁଛନ୍ତି ଦେଖିବା ।

{"id":115932}

ସେପଟେ ମୟୁରଭଞ୍ଜ ଓ କେଉଁଝରରୁ ରାଜକିଶେର ଦାସ ଏବଂ ପ୍ରେମାନନ୍ଦ ନାୟକଙ୍କ ଭଳି ନୂଆ ମୁହଁକୁ ନେଇ ମଧ୍ୟ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି । ସୁନ୍ଦରଗଡ଼ରୁ ସାରଦା ନାୟକ ଏବଂ ସୁବ୍ରତ ତରାଇଙ୍କ ଭିତରୁ କାହାକୁ ବାଦ୍‌ ଦେଇ କାହାକୁ ସାମିଲ କରାଯିବ ତାକୁ ନେଇ ଚାଲିଛି ଅଙ୍କ କଷା ।

{"id":115938}

ଝାରସୁଗୁଡ଼ାରୁ ଏଥର ନବ ଦାସ ନା’ କିଶୋର ମହାନ୍ତି କିଏ ପାଇବେ ମନ୍ତ୍ରୀ ପଦ ?  ଦ୍ବିତୀୟ ସିଟ୍‌ ଭାବେ ବରଗଡ଼ ବିଜେପୁରରୁ ନବୀନ ଲଢ଼ିଥିବାରୁ ସେଠି ମଧ୍ୟ ଜଣେ ନୂଆ ଓ ଜଣେ ପୁରୁଣା ମୁହଁକୁ ମନ୍ତ୍ରୀ ମଣ୍ଡଳରେ ସାମିଲ ନେଇ ଚର୍ଚ୍ଚା ହେଉଛି ।

{"id":115934}

ସେପଟେ ନୟାଗଡ଼ରୁ ଅରୁଣ ସାହୁ ଓ ସୌମ୍ୟ ପଟ୍ଟନାୟକ ମଧ୍ୟ ମନ୍ତ୍ରୀ ପଦ ପାଇଁ ଆଶାୟୀ ଅଛନ୍ତି । ସେହିଭଳି ନବରଙ୍ଗପୁରରୁ ମନୋହର ରନ୍ଧାରୀ, ସମ୍ବଲପୁରରୁ ରୋହିତ ପୂଜାରୀ, ଢ଼େଙ୍କାନାଳରୁ ପ୍ରଫୁଲ୍ଲ ମଲ୍ଲିକଙ୍କ ନାଁକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଛି । ତେବେ ଏସବୁ ଭିତରେ ବାଚସ୍ପତି ଏବଂ ଶାସକ ଦଳ ମୁଖ୍ୟ ସଚେତକ ପଦରେ କିଏ ବସିବ ତାକୁ ନେଇ ନବୀନ ଖୁବ୍‌ ଶୀଘ୍ର ନିଷ୍ପତ୍ତି ନେବେ ବୋଲି କୁହାଯାଉଛି ।

{"id":115937}

କାହାକୁ ମନ୍ତ୍ରୀ ପଦ ମିଳିବ ସେନେଇ ଦଳର ହେଭିଓ୍ବେଟ୍‌ ବି ଆକଳନ କରିପାରୁନାହାନ୍ତି । କୁହାଯାଉଛି ଏଥର ଚକ୍‌ମା ଦେଇପାରନ୍ତି ନବୀନ ।  ମନ୍ତ୍ରୀ ହେବାକୁ କୌଣସି ନିର୍ଦ୍ଦିଷ୍ଟ ମାନଦଣ୍ଡ ନଥିବାରୁ, ଯୁବ ଚେହେରା ନା ଅନୁଭବୀ, ନା’ ଦୃଢ଼ ସଂଗଠକ କାହାକୁ ଏଥର ମିଳିବ ମନ୍ତ୍ରୀପଦ ତାକୁ ନେଇ ସୃଷ୍ଟି ହୋଇଛି ସସ୍‌ପେନ୍‌ସ୍‌ ।

{"id":115936}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.