ନବୀନ ନିବାସ ଆଗରେ ଥମୁନି ଭିଡ଼ : ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିପାରନ୍ତି ନବୀନ

Published By : Prameya-News7 Bureau | March 24, 2019 IST

ଭୁବନେଶ୍ବର ୨୪/୩: ନବୀନ ନିବାସ ଆଗରେ ଥମୁନି ଭିଡ଼ । ଆଜି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥି ତାଲିକା ଘୋଷଣା କରିପାରନ୍ତି ନବୀନ  । ଆଶାୟୀଙ୍କ ଠାରୁ ଆରମ୍ଭ କରି ଟିକେଟ୍ ନପାଇ ନିରାଶ ପ୍ରାର୍ଥୀ ସମସ୍ତେ ନବୀନ ନିବାସ ଆଗରେ ଭିଡ଼ ଜମାଉଛନ୍ତି ।  ଯେଉଁମାନେ ଟିକେଟ୍ ପାଇନାହାନ୍ତି ସେମାନେ ଶେଷ ପ୍ରୟାସ ତ କରୁଛନ୍ତି , କିନ୍ତୁ ଆଶାୟୀ ପୂରା ଦମ୍ ଲଗାଇଛନ୍ତି ।

  କିଛି ଷ୍ଟାଣ୍ଡିଂ ଏମ୍ଏଲଏଙ୍କୁ ବିରେ।ଧ କରି ନବୀନ ନିବାସ ଆଗରେ ପ୍ରତିଦିନ ଆରମ୍ଭ ହେ।ଇଯାଉଛି ନାରା ବାଜି । ବରିଷ୍ଠ ନେତା ଦେବୀ ମିଶ୍ରଙ୍କ ବିରୋଧରେ ଗତକାଲି  ଗୋଟିଏ ଗୋଷ୍ଠୀ ଆସି ବିଷ ଓଗାଳିଛନ୍ତି । ଦାବି କରିଛନ୍ତି ଦେବୀ ମିଶ୍ରଙ୍କ ଟିକେଟ କାଟି ନୂଆ ମୁହଁ ସାମନାକୁ ଅଣାଯାଉ । ସେହିଭଳି ପାଲଲହଡା ବିଧାୟକ ମହେଶ ସାହୁଙ୍କ ବିରୋଧରେ ଫେରାଦ ହୋଇଛନ୍ତି  ଅସନ୍ତୁଷ୍ଟ ଗୋଷ୍ଠୀ ।

ଆନନ୍ଦପୁରର ବିଧାୟକ ମାୟାଧର ଜେନାଙ୍କୁ ଏଥର ଟିକେଟ ନଦେବାକୁ ସ୍ଥାନୀୟ ବିଜେଡି କର୍ମୀ ନବୀନ ନିବାସ ଆଗରେ ରାଲି କରିଛନ୍ତି । ପ୍ରଥମ ଦୁଇ ପର୍ଯ୍ୟାୟରେ ୫୪ ବିଧାନସଭା ଓ ୯ ଲୋକସଭା ଆସନ ପାଇଁ ଟିକେଟ ଘୋଷଣା କରିଛି ବିଜେଡି । ବାକି ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ବିଧାନସଭା ଓ ଲୋକସଭା ପାଇଁ ଟିକେଟ ଘୋଷଣା ଆଜି ହେବାର ସମ୍ଭାବନା ରହିଛି । ସୋମବାର ବିଜେପୁର ବିଧାନସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯିବେ ବରଗଡ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.