Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଷ୍ଟେଟ୍ ବ୍ୟାଙ୍କ ଉପରେ କୋଟିଏ ଟଙ୍କାର ଫାଇନ ଲଗାଇଲେ ରିଜର୍ଭ ବ୍ୟାଙ୍କ, ସବୁଠୁ ବଡ ବ୍ୟାଙ୍କ ବିରୋଧରେ ଋଣ ନିୟମ ଉଲ୍ଲଙ୍ଘନ ଅଭିଯୋଗ
  • ||
  • ଶ୍ରେୟସ ଆୟରଙ୍କ ଉପରେ ମୁମ୍ବାଇ ଇଣ୍ଡିଆନ୍ସର ନଜର, ରାହୁଲ ଓ ଧାଓ୍ୱନ ବି ବଦଳାଇବେ ଟିମ୍ !
  • ||
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||

୯ରେ ନବୀନ-ଜଗନ ଭେଟ: ଓଡିଶା ଗସ୍ତରେ ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ, ସୀମା ଓ ପୋଲାଭରମ ବିବାଦର ହେବ ଆଲୋଚନା

6/11/2021 at 8:41 PM

ଭୁବନେଶ୍ଵର ୦୬।୧୧: ଆସନ୍ତା ୯ରେ ଓଡିଶା ଆସୁଛନ୍ତି ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବେ। ତେବେ ଦୀର୍ଘ ଦିନ ଧରି ଓଡିଶା ଓ ଆନ୍ଧ୍ର ସହ ଲାଗି ରହିଥିବା ସୀମା ବିବାଦ ଉପରେ ହେବ ଆଲୋଚନା । ଏହା ସହିତ ନେରିଡି ଡ୍ୟାମ ଓ ପୋଲାଭରମ ପ୍ରକଳ୍ପକୁ ନେଇ ଦୁଇ ନେତାଙ୍କ ମଧ୍ୟରେ ଆଲୋଚନା ହେବ । ଏପଟେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା ଉପରେ ଏବେ ବିରୋଧୀଙ୍କ ନଜର ରହିଛି ।

ନଭେମ୍ବର ୯ରେ ସରଗରମ ହେବ ଓଡିଶା ରାଜନୀତି । ମୁହାଁମୁହିଁ ବସି ଆଲୋଚନା କରିବେ ଆନ୍ଧ୍ର ଓ ଓଡିଶା ମୁଖ୍ୟମନ୍ତ୍ରୀ ।  ବିଭିନ୍ନ ଦିଗରୁ ଏହି ବୈଠକ ଅତ୍ୟନ୍ତ ଗୁରୁତପୂର୍ଣ୍ଣ । ତେବେ ଏହି ଭେଟଘାଟ ବେଳେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ କଣ ଆଲୋଚନା ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ବିଶେଷ କରି ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ ଦୀର୍ଘ ଦିନ ହେଲାଣି ଲାଗି ରହିଛି । ଏପରିକି ଅନେକ ସମୟରେ ଦୁଇ ରାଜ୍ୟରେ ସୀମା ବିବାଦକୁ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନିକ ଅଧିକାରୀ । ଏପରିକି ଆନ୍ଧ୍ର ମଧ୍ୟ କୋଟିଆ ଅଞ୍ଚଳରେ ପଞ୍ଚାୟତ ନିର୍ବାଚନ କରିଛି । ଉଭୟ ରାଜ୍ୟର ସୀମାରେ ଥିବା ୨୧ ଟି ଗାଁକୁ ନେଇ  ବିବାଦ ଲାଗି ରହିଛି । ଏପରିକି ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ତେଣୁ ଉଭୟଙ୍କ  ମଧ୍ୟରେ ଆଲୋଚନା ମାଧ୍ୟମରେ ସମାଧାନାର ରାସ୍ତା ବାହାରି ପାରେ । ଏହା ସହିତ ବଂଶଧାରା ନେରିଡି ଡ୍ୟାମ ଓ ପୋଲାଭରମ ପ୍ରକଳ୍ପକୁ ନେଇ ଦୁଇ ନେତା ଆଲୋଚନା କରିପାରନ୍ତି  । ଶାସକ ଦଳ କହିଛି ଯେଉଁ ପ୍ରସଙ୍ଗରେ ସେ ଆଲୋଚନା କରିବେ ସବୁ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

ଦୁଇ ମୁଖ୍ୟମନ୍ତ୍ରୀ ବୈଠକ ଖବର ପ୍ରଚାରିତ ହେବା ପରେ  ଏବେ ବିରୋଧୀ ବିଭିନ୍ନ ପ୍ରସଙ୍ଗ ନେଇ ସରାକରଙ୍କ ଉପରେ ଚାପ ପକାଇଛନ୍ତି । ବିଜେପି କହିଛି ଆଲୋଚନା କରିବାରେ ସରକାର ବହୁତ ବିଳମ୍ବ କରିଛନ୍ତି । ଆଗରୁ ରାଜ୍ୟ ସରକାର ନିଜ ଆଡୁ ଆଲୋଚନା କରିବାର ଥିଲା । ଆଶା କରୁଛୁ ରାଜ୍ୟ ସ୍ବାର୍ଥ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇବ ।କଂଗ୍ରେସ ମଧ୍ୟ ବିଜେପି ସହ ସ୍ବର ମିଳାଇଛି । ଦଳ କହିଛି ରାଜ୍ୟର ସବୁ ସମ୍ପତ୍ତିକୁ ଆନ୍ଧ୍ର ନିଜ ଅକ୍ତିଆରକୁ ନେଇ ସାରିଲେଣି । ତୁରନ୍ତ ରାଜ୍ୟ ସରକାର ଏସବୁ ପ୍ରସଙ୍ଗରେ ଆଲୋଚନା  କରି ସମାଧାନାର ରାସ୍ତା ବାହାର କରନ୍ତୁ।

ଭଭୟ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଏହି ଆଲୋଚନା ଦ୍ବାରା ଓଡିଶା ଓ ଆନ୍ଧ୍ର  ବିବାଦର ସମାଧାନାର ବାଟ ବାହାରିବ ବୋଲି ଆଶା କରାଯାଉଛି ।

   Related Posts