ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ: ଆସିପାରନ୍ତି ଆକ୍ସନ ମୋଡକୁ, ପଛରୁ ଛୁରୀମାରିଥିବା ନେତାଙ୍କ ବିରୋଧରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | May 27, 2019 IST

ଭୁବନେଶ୍ବର୨୭|୫: ହାରିଥିବା ଲୋକସଭା ସିଟକୁ ନେଇ ସିରିୟସ ନବୀନ । ନିର୍ବାଚନ ଗୋଟି ଚାଳନାରେ ମାହିର ନବୀନଙ୍କ ଲୋକସଭା ଟାର୍ଗେଟ କିଭଳି ମିସ୍ ହେଲା ତାକୁ ନେଇ ଦଳ ଭିତରେ ହଲଚଲ । ଯେଉଁ ୯ ସିଟ୍ ରେ ଦଳର ପ୍ରାର୍ଥୀ ହାରିଲେ ସେଥିପାଇଁ କାରଣ କଣ ଏବଂ କିଏ ଦାୟୀ ତା’ଉପରେ ଫୋକସ କରୁଛି ଦଳ । ପରେ ଆକ୍ସନ ମୋଡକୁ ଆସିପାରନ୍ତି ନବୀନ । ତାପୂର୍ବରୁ ହାରିଥିବା ଲୋକସଭା ସିଟ୍ ର ପ୍ରାର୍ଥୀ ଏବଂ ତା ଅଧିନରେ ଥିବା ବିଧାନସଭା କ୍ଷେତ୍ରର ବିଧାୟକ ଓ ପୂର୍ବତନ ବିଧାୟକଙ୍କଠାରୁ ରିପୋର୍ଟ ତଲବ ଚାଲିଛି ।....

{"id":116657,"width":595,"height":389}

ଦଳ କାହିଁକି ହରାଇଲା ୯ ଲୋକସଭା ସିଟ୍ । ବିଧାନସଭାରେ ଟୁ-ଥାର୍ଡ ମେଜରିଟି ସିଟ୍ ପାଇ ବି ସେହି ଅନୁପାତରେ କାହିଁକି ଲୋକସଭା ସିଟ୍ ହାତେଇବାରେ ବିଫଳ ହେଲା ବିଜେଡି । ମିଶନ ଲୋକସଭା ୨୧ରୁ ୨୧ ସିଟ୍ ନେବ ବୋଲି ଦଳ ଯେଉଁ ରଣନୀତି କରିଥିଲା କେଉଁଠି ଭୁଲ ହେଲା ଗଣିତ । ଏସବୁକୁ ନେଇ ଆରମ୍ଭ ହୋଇଛି ବିଜେଡିର ମାନସ ମନ୍ଥନ । ୫ମ ଥର ଦଳ ଲଗାତର କ୍ଷମତାକୁ ଫେରିବା ପରେ ବିଜେଡି ରାଜ୍ୟ ରାଜନୀତିରେ ନୂଆ କିର୍ତ୍ତୀମାନ ଠିଆ କରିଛି । କିନ୍ତୁ ଏଥର ନବୀନ କେନ୍ଦ୍ରରେ ଯେଉଁ ଗୁରୁତ୍ବ ପୂର୍ଣ ଭୂମିକା ନିଭାଇବାକୁ ଆଶା ରଖିଥିଲେ ତାହା ଏକପ୍ରକାର ଫସର ଫାଟିଯିବାକୁ ବସିଥିବାରୁ କ୍ଷୁବ୍ଝ ହୋଇଛନ୍ତି ବିଜେଡି ସଭାପତି । ସେଥିପାଇଁ ଲୋକସଭା କ୍ଷେତ୍ରରେ ହାରିଥିବା ନେତାଙ୍କୁ ନବୀନ ନିବାସ ଡାକି ରିପୋର୍ଟ ତଲବ କରିଛନ୍ତି । ଧୋକା ଦେଇଥିବା ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳ ସଜବାଜ ହେଉଥିବାରୁ ଏଭଳି ଏକସରସାଇଜ୍ ଆରମ୍ଭ ହୋଇଥିବା ନେଇ ଦଳୀୟ ସୂତ୍ରରୁ ଜଣା ପଡିଛି ।

{"id":116658,"width":596,"height":371}

ବିଜେଡିକୁ ବେଶି ଧକ୍କା ଦେଇଛି ପଶ୍ଚିମ ଓଡିଶା । ପଶ୍ଚିମ ଓଡିଶାର ୫ରୁ ୫ ଲୋକସଭା ସିଟ୍ ବିଜେପି ହାତେଇ ନେଇଛି । ଏମିତିକି ବରଗଡ ଲୋକସଭା ସିଟ ଅଧିନରେ ଦଳ ୭ରୁ ୭ ବିଧାନସଭା ଜିତିବି ଲୋକସଭା ସିଟ ଜିତି ପାରିନି । ଯେହେତୁ ନବୀନ ନିଜେ ବିଜେପୁରରୁ ନିର୍ବାଚନ ଲଢି ପଶ୍ଚିମ ଓଡିଶାରେ ବିଜେପିକୁ ବ୍ରେକ୍ ଦେବାକୁ ଯେଉଁ ପ୍ଲାନ କରିଥିଲେ ତାହା ଫେଲ୍ ମାରିଛି ସେଥିପାଇଁ କଥାଟାକୁ ସିରିୟସଲି ନେଇଛନ୍ତି ନବୀନ ।

{"id":116660,"width":596,"height":369}

କୁହାଯାଉଛି ଦଳର କିଛି ନେତା ଯେଉଁମାନେ ଟିକେଟ ପାଇଲେ ନାହିଁ ସେମାନେ ପଛରୁ ଛୁରୀ ମାରିଲେ । ଏହାବାଦ୍ ଜିଲ୍ଲାରେ ନିଜଦଳର ଅନ୍ୟ ନେତାଙ୍କୁ ହରାଇ ନିଜର ପତିଆରା ବଢେଇବାକୁ ବି କିଛି ନେତା ଯେଉଁ କାର୍ଡଖେଳିଥିଲେ ତାହା ସାଂସଦ ପ୍ରାର୍ଥିଙ୍କ ପାଇଁ ବୁମେରାଂ ହୋଇଗଲା । ଏଭଳି ଅନେକ କଥା ଉପରେ ଆଲୋଚନା ହେବାପରେ । ନବୀନ ଆକସନ ମୋଡକୁ ଆସିପାରନ୍ତି ।

{"id":116661,"width":594,"height":364}

ଆଜି ପଶ୍ଚିମ ଓଡିଶାର ୪ ଜିଲ୍ଲା ବରଗଡ, ସୁନ୍ଦରଗଡ, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ବିଧାୟକ ଓ ସାଂସଦ ପ୍ରାର୍ଥିଙ୍କୁ ଡାକି ନବୀନ ଆଲୋଚନା କରିଛନ୍ତି । ବାକି ଯେଉଁ ୫ ଲୋକସଭା ସିଟ୍ ହରାଇଛି ବିଜେଡି ସେସବୁର ତର୍ଜମା ବି କରାଯିବ ବୋଲି ଜଣାପଡିଛି । ଏ ମଧ୍ୟରେ ଯାଜପୁରର ଦୁଇ ବ୍ଲକ ସଭାପତିଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି।

{"id":116662,"width":595,"height":368}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.