Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସୁରଟରେ ନବୀନ, ଓଡିଶାରେ ବିଜୟ ରୂପାଣୀ, ଚାଲିଲା କାଦୁଅ ଫିଙ୍ଗାଫିଙ୍ଗି: ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କଲା କଂଗ୍ରେସ

17/12/2018 at 7:20 PM

ସୁରଟରେ ନବୀନଙ୍କ ସୋ । ସୁରଟରେ ରହୁଥିବା ଓଡିଆଙ୍କୁଏକାଠିକରିସେମାନଙ୍କ ଭଲ ମନ୍ଦବୁଝିଛନ୍ତି ନବୀନ ।ଆଉ ନବୀନଙ୍କ ସୁରଟ ସୋଦିନ ଭୁବନେଶ୍ବରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ । ରାଫେଲ ଦୁର୍ନୀତି ନେଇ କଂଗ୍ରେସର ମୁଖା ଖୋଲିବାକୁ ଆସିଥିବା ରୂପାଣି ରାଫେଲ ଦୁର୍ନୀତିରେ କ୍ଲିନଚିଟ ପ୍ରସଙ୍ଗ କଥାକହିଲେ। ତାହାସହ ଗୁଜୁରାଟରେ ଓଡିଆଙ୍କ କଥା ଉଠାଇ ରାଜ୍ୟସରକାରଙ୍କୁ ଟାର୍ଗେଟ ବିକଲେ । ୧୯ବର୍ଷରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ସୁରଟ ମନେନପଡିବା କଥା ବିକହିଲେ।  ଆୟୁଷ୍ମାନ ଭାରତ, ଚିଟ୍‌ ଫଣ୍ଡ ଓ ସୁରଟରେ ଓଡିଆଙ୍କ କଥା କହି ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଗୁଜୁରାଟ ମୁଖ୍ୟମନ୍ତ୍ରୀ। ରୂପାଣୀଙ୍କୁ ଜବାବ ଦେଇଛି ବିଜେଡି ।

ସୁରଟରେ ମାହୋଲ ଗରମ । ବିଜେଡି କରୁଛି ଶକ୍ତି ପ୍ରଦର୍ଶନ। ଓଡ଼ିଆ କରୁଛନ୍ତି ଶକ୍ତି ପ୍ରଦର୍ଶନ । କାରଣ ସୁରଟ ଓଡ଼ିଆଙ୍କୁ ଏକାଠି କରିବାକୁ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରବାସୀ ଓଡ଼ିଆଙ୍କ ଦ୍ବାରା ଆୟୋଜିତ ଓଡ଼ିଶା ଉତ୍ସବରେ ଏକାଠି ହୋଇଛନ୍ତି ବିଜେଡିର ଦକ୍ଷିଣ ନେତାଏ। ଓଡ଼ିଆ ଫିଲ୍ମ ଷ୍ଟାର। ଆଉ ସୋ ଆଟ୍ରାକ୍ସନ ହୋଇଛନ୍ତି ନିଜେ ନବୀନ ପଟ୍ଟନାୟକ। 

ସୁରଟରେ ନବୀନ୍‌, ଏଣେ ଭୁବନେଶ୍ବରରେ ରୁପାଣୀ। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଭୁବନେଶ୍ବରରେ ଆସି ରାଜ୍ୟ ସରକାରଙ୍କୁ କରିଛନ୍ତି ଟାର୍ଗେଟ। ରାଫେଲ ଦୁର୍ନୀତି ନେଇ କଂଗ୍ରେସର ମୁଖା ଖୋଲିବାକୁ ଆସିଥିବା ରୂପାଣୀ ନବୀନଙ୍କୁ ସିଧା ଆକ୍ଷେପ କରିଛନ୍ତି। କହିଛନ୍ତି ୧୯ବର୍ଷ ପର୍ଯ୍ୟନ୍ତ ସୁରଟ ମାଡ଼ି ନଥିଲେ ନବୀନ । ଓଡିଆଙ୍କ ବିଷୟରେ ଚିନ୍ତା ବି କରିନଥିଲେ। ବରଂ ଗୁଜରାଟ  ସରକାର ସେଠାକାର ଓଡିଆଙ୍କ କଥା ବୁଝିଆସିଛନ୍ତି । ଆୟୁଷ୍ମାନ ଯୋଜନା ଏଠାରେ ନବୀନ ଲାଗୁ କରାନ୍ତୁ ଯାହାଦ୍ବାରା ଗୁଜରାଟର ଓଡିଆ ବି ଲାଭପାଇବେ ବୋଲି କହିଛନ୍ତି ରୂପାଣୀ। ସେହିଭଳି ସୁରଟ ଓଡିଆଙ୍କ କଷ୍ଟ ଅର୍ଜିତ ଧନ ଚିଟଫଣ୍ଡରେ ଚାଲିଯାଇଥିବା ବେଳେରାଜ୍ୟ ସରକାର ତାଙ୍କ ଟଙ୍କା ଫେରାନ୍ତୁ ବୋଲି ଚ୍ୟାଲେଞ୍ଜ ଦେଇଛନ୍ତି ରୂପାଣୀ । 

୨୦୧୯ ନିର୍ବାଚନ ପୂର୍ବରୁ ନବୀନଙ୍କ ସୁରଟ ଯାତ୍ରା ରାଜ୍ୟ ରାଜନୀତି ଖାସକରି ଗଞ୍ଜାମ ରାଜନୀତି ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । କାରଣ ସୁରଟରେ ରହିଛି ଗଞ୍ଜାମ ରାଜନୀତିର ଏକ ବଡ ଭୋଟବାକ୍ସ । ବିଜେଡି କହିଛି  ସୁରଟକୁ  ମୁଖ୍ୟମନ୍ତ୍ରୀ ଯିବାବେଳେ ସେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ରାଫେଲ ବାହାନାରେ ଓଡିଶା ଆସି ଏମିତି କହିବା ଆଦୌ ଗ୍ରହଣୀୟ ନୁହେଁ । ସେପଟେ କଂଗ୍ରେସ ଉଭୟଙ୍କୁ ଆକ୍ଷେପ କରିଛି ।

ସାରା ଦେଶରେ ୭୦ଟି ସ୍ଥାନରେ ବିଜେପି ନେତା ପ୍ରେସ ମିଟ କରି ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ରାଫେଲ ଡିଲ ନେଇ କ୍ଲିନ ଚିଟ ଦେବା କଥା କହିଛନ୍ତି । ଏହି କ୍ରମରେ ଭୁବନେଶ୍ବର ଆସିଥିବା ଗୁଜୁରାଟ ମୁଖ୍ୟମନ୍ତ୍ରୀ ରାହୁଲ ଓ କଂଗ୍ରେସକୁ ଟାର୍ଗେଟ କରିଛନ୍ତି  । ସେପଟେ କିନ୍ତୁ ଗୁଜରାଟର ସୁରଟ ବିଜେପି ଗଡ଼ରେ ନବୀନ  ବିଜେଡି ଭୋଟ ସାଉଁଟିଛନ୍ତି। ……

   Related Posts