Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଗ୍ରେସିଭ ମୁଡରେ ନବୀନ : ପ୍ରତିଦିନ ମୋଦିଙ୍କୁ ମାରୁଛନ୍ତି ନୂଆ ନୂଆ ତୀର, ଆଜି ବାତ୍ୟା ପ୍ରଭାବିତ ଜଗତସିଂହପୁର ଓ କେନ୍ଦ୍ରାପଡାରେ ପ୍ରଚାର ବେଳେ ମୋଦିଙ୍କ ସମ୍ପର୍କରେ କରିଲେ ବଡ ଅଭିଯୋଗ

26/04/2019 at 7:31 PM

ଭୁବନେଶ୍ବର ୨୬|୪: ଆକ୍ଷେପ, ପ୍ରତ୍ୟାକ୍ଷେପ । ଆରୋପ, ପ୍ରତ୍ୟାରୋପ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ସରି ସରି ଆସୁଥିବା ବେଳେ ଏବେ ଏହି ସବୁ ପର୍ବ ଯେମିତି ତୀବ୍ର ହେବାରେ ଲାଗିଛି । ବିଶେଷ କରି ଯେଉଁ ଢ଼ଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,  ପ୍ରଧାନମନ୍ତ୍ରୀ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ୍ କରୁଛନ୍ତି ତା’କୁ ଦେଖି ନିର୍ବାଚନର ଉଷ୍ମତା ବେଶ ବାରି ହୋଇପଡ଼ୁଛି । ଓଡ଼ିଶାବାସୀଙ୍କ ଦୁଃଖ ସମୟରେ ଅର୍ଥାତ୍ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୌଣସି କେନ୍ଦ୍ରୀୟ ନେତାଙ୍କ ଦେଖା ନଥିବା ବେଳେ ଏବେ ନିର୍ବାଚନ ପାଇଁ କେବଳ ନେତାଏଁ ଓଡ଼ିଶା ଗସ୍ତରେ ଆସୁଥିବା କହିଛନ୍ତି ନବୀନ । ସେପଟେ ଏହାର ଜବାବ ରଖିଛନ୍ତି ଧର୍ମେନ୍ଦ୍ର ।

ମହାବାତ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରଚାର। ଜଗତ୍‌ସିଂହପୁର ଓ କେନ୍ଦ୍ରାପଡ଼ାରେ ଆଜି ରୋଡ ସୋ ସଭା ଶୋଭାଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବାତ୍ୟାମାଡ଼ ସହିଥିବା ଏରସମାରୁ ମହାକାଳପଡ଼ା ପାଟକୁରାବାସୀ ଦେଖିଥିଲେ ନେତାଙ୍କ ତୁଫାନୀ ପ୍ରଚାର।  ଆଉ ଏସବୁ ଭିତରେ ଚାଲିଥିଲା ଆଟାକ୍ – କାଉଣ୍ଟର ଆଟାକ୍ ।

 ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବଡ଼ ହମଲା କରିଛନ୍ତି । ଗୋଟିଏ ମାସରେ ମୋଦି ନିର୍ବାଚନ ପ୍ରଚାର ପାଇଁ ୧୦ ଥର ଓଡ଼ିଶା ଆସିଲେଣି । ହେଲେ ୨୦୧୪ରେ ହୁଡ଼ହୁଡ଼, ୨୦୧୫ରେ ଭୟଙ୍କର ମରୁଡ଼ି, ୨୦୧୭ରେ ପ୍ରଳୟଙ୍କାରୀ ବନ୍ୟା ଓ ୨୦୧୮ରେ ତିତିଲି ସମୟରେ ମୋଦି କୁଆଡ଼େ ଯାଇଥିଲେ ବୋଲି ପ୍ରଶ୍ନ କରିଛନ୍ତି ନବୀନ ।

୨୦୧୪ରେ ହୁଡହୁଡ୍ ପାଇଁ ଆନ୍ଧ୍ର, ୨୦୧୭ରେ ବନ୍ୟା ବିହାର, ଗୁଜରାଟ ଓ ଆସାମ  ଏବଂ ୨୦୧୮ରେ ବନ୍ୟା ପାଇଁ ମୋଦି କେରଳ ଯାଇଥିବା ବେଳେ ଓଡ଼ିଶା କଥା ଭୁଲି ଯାଇଥିଲେ ବୋଲି ଆକ୍ଷେପ କରିଛନ୍ତି ନବୀନ । ଏଥିସହ ନିଜକୁ ଦୁଃଖୀ ମଣିଷର ବନ୍ଧୁ ଭାବେ ପ୍ରୋଜେକ୍ଟ କରିଛନ୍ତି ନବୀନ ।

 ସେପଟେ ନବୀନଙ୍କ ଆଟାକ୍ ପରେ ଜବାବ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରୀୟ ଅବହେଳା ଛଡ଼ା ନିର୍ବାଚନରେ ପ୍ରଚାର ପାଇଁ ବିଜେଡି ପାଖରେ ଅନ୍ୟ କିଛି ଇସ୍ୟୁ ନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । କେବଳ ମୋଦିଙ୍କୁ ହିଁ ଆକ୍ଷେପ କରିଚାଲୁଛନ୍ତି କହି ନବୀନଙ୍କୁ ଜବାବ ଦେଇଛନ୍ତି ଧର୍ମେନ୍ଦ୍ର।

 ଏପଟେ ନବୀନ କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ କେନ୍ଦ୍ର ଉପରେ ନିଆଁବାଣ ହେଉଥିବା ବେଳେ ସେପଟେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମାନ ଆକ୍ଷେପ କରିଛନ୍ତି। ପୂର୍ବରୁ ଆସିନଥିଲେ ଏବେ ନିର୍ବାଚନ ବେଳେ ଆସୁଛ କହି ଟାର୍ଗେଟ କରିଛନ୍ତି।  

   Related Posts