Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ଆଉ ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ୍ ଟିକା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୧୫୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ପାରାଦୀପ : ନକଲି ସାର୍ଟିଫିକେଟ୍ ରାକେଟ୍‌ର ପର୍ଦ୍ଦାଫାଶ : ମେଡିକାଲ୍ ସାର୍ଟିଫିକେଟ୍ ତିଆରି ଅଭିଯୋଗରେ ଯୁବକ ଗିରଫ
  • ||
  • କେନ୍ଦ୍ରାପଡ଼ା : ରାମଚଣ୍ଡୀ ମନ୍ଦିରରୁ ଚୋରି, ତାଲା ଭାଙ୍ଗି ସୁନା ଅଳଙ୍କାର ଲୁଟ୍
  • ||

ବୁଲା ଜୀବଜନ୍ତୁଙ୍କ ଲାଗି ନବୀନ ସରକାରଙ୍କ କରୋନା ସହାୟତା, ୧୮ ଦିନ ଦିଆଯିବ ଖାଦ୍ୟ

30/03/2020 at 10:08 PM

ଭୁବନେଶ୍ୱର ୩୦।୩:  କରୋନା ଜନିତ ଲକ୍ ଡାଉନ୍‌ରେ ବୁଲା ଜୀବନଜନ୍ତୁ ଖାଦ୍ୟାଭାବ ଜନିତ ଗୁରୁତର ସଂକଟର ସମ୍ମୁଖୀନ ହୋଇଛନ୍ତି। ଏଣୁ ରାଜ୍ୟ ସରକାର ସୋମବାର ୫୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ରାଜ୍ୟର ସହରାଞ୍ଚଳରେ ଏଭଳି ଜୀବ ଜନ୍ତୁଙ୍କୁ ଆହାର ଯୋଗାଇ ଦେବାକୁ ଏହି ଅର୍ଥ ବ୍ୟୟ ହେବ।

ସରକାର ସହରାଞ୍ଚଳମାନଙ୍କରେ ୧୮ ଦିନ ପର୍ଯ୍ୟନ୍ତ ବୁଲା ଜୀବ ଜନ୍ତୁଙ୍କ ଖାଦ୍ୟ ବାବଦକୁ ନଗରନିଗମମାନକୁ ଏହି ଅର୍ଥ ପ୍ରଦାନ କରିବେ। ଏଥିରେ ନଗର ନିଗମମାନେ ରାସ୍ତାଘାଟରେ  ଉନ୍ମୁକ୍ତ ବୁଲୁଥିବା କୁକୁର, ବିଲେଇ, ଗୋରୁ ଓ ଷଣ୍ଢ ଆଦିଙ୍କୁ ପ୍ରତ୍ୟହ ଖାଦ୍ୟ ଯୋଗାଇ ଦେବେ। ଏଥିଲାଗି ଭୁବନେଶ୍ୱର ନଗର ନିଗମକୁ ୧୮ ଦିନ ଲାଗି  ୨୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।

ସେହିପରି କଟକ, ରାଉରକେଲା, ସମ୍ବଲପୁର ଓ ବ୍ରହ୍ମପୁର ନଗର ନିଗମ ନିମନ୍ତେ  ମଧ୍ୟ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ୧୮ ଦିନ ଲାଗି ଏହି ସବୁ ନଗରନିଗମଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି. ଏଥିରେ ପଶୁଙ୍କୁ ନଗର ନିଗମ ମାନେ ଖାଦ୍ୟ, ପାନୀୟ  ଓ ଆଶ୍ରୟ ଯୋଗାଇଦେବେ।

   Related Posts