ପଶ୍ଚିମ ଓଡିଶାରେ ନବୀନ, ଧର୍ମେନ୍ଦ୍ର; ରାଉରକେଲା ଓ କନ୍ଧମାଳରେ ଯୋଗୀ ଏବଂ ଆଖୁଆପଦାରେ ନିରଞ୍ଜନ

Published By : Prameya-News7 Bureau | April 15, 2019 IST

ଭୁବନେଶ୍ବର୧୫|୪: ଗୋଟିଏ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ୩ ଥାକରେ ଭୋଟିଂ ହେବ । ଏପଟେ ପ୍ରଚାରରେ କମ୍ପୁଛି ଗାଁଠୁ ସହର । ଗ୍ରାଉଣ୍ଡ ଜିରୋରେ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ସହ ଷ୍ଟାର ପ୍ରଚାରକ । ଦିନିକାଆ ଓଡିଶା ଗସ୍ତରେ ଆସି ୟୁପି ସିଏମ୍‌ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି । ଅନ୍ୟପଟେ ବିଭିନ୍ନ ସ୍ଥାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ ହାତେଇବାକୁ ପୁରା ଦମ୍ ଲଗାଇଦେଇଛନ୍ତି ।

{"id":103838}

ଗୋଟିଏ ପର୍ଯ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ୩ ଥାକରେ ଭୋଟିଂ ହେବ । ଏପଟେ ପ୍ରଚାରରେ କମ୍ପୁଛି ଗାଁଠୁ ସହର । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମୈଦାନରେ ଷ୍ଟାର କ୍ୟାମ୍ପେନର । ଆଜି ବରଗଡରେ ମାରାଥନ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅତାବିରା, ପଦ୍ମପୁରରେ ରୋଡ ସୋ କରିବା ସହ କେନ୍ଦ୍ରୀୟ ଅବହେଳାକୁ ପୁଣି ମୁଦ୍ଦା କରିଛନ୍ତି । ଏମଏସପି ବୃଦ୍ଧି, ବୁଣାକାରଙ୍କ ଉପରେ ଜିଏସଟି, କୋଶଳି ଭାଷାକୁ ସ୍ବୀକୃତି ଭଳି ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ଟାର୍ଗେଟ କରିଛନ୍ତି ନବୀନ ।ଏହା ସହ  ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଥିଲେ ମଧ୍ୟ ଓଡ଼ିଶା ପାଇଁ କେହି ମୁହଁ ଖୋଲିନଥିବା ସେ ଅଭିଯୋଗ କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଜି ଝାରସୁଗୁଡ଼ା ବ୍ରଜରାଜ ନଗର, ବରଗଡ଼ର ଭଟଲି, ପଦ୍ମପୁର, ବିଜେପୁର, ଅତାବିରା, ଓ ସମ୍ବଲପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବିଜେପିର କିଏ ହେବ, ମୁଖ୍ୟମନ୍ତ୍ରୀ ଆକ୍ଷେପର ଜବାବ ରଖିଛନ୍ତି ଧର୍ମେନ୍ଦ୍ର। ଓଲଟା ବିଜେଡିର କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି ।

{"id":103839}

ସେପଟେ ଦିନିକିଆ ଓଡ଼ିଶା ଗସ୍ତରେ ଆସି ଉତ୍ତରପ୍ରଦେଶ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ରାଉଲକେଲାରେ ନିର୍ବାଚନ ସଭାରେ ଯୋଗ ଦେଇ ଉଭୟ କଂଗ୍ରେସ ଏବଂ ବିଜେଡିକୁ ନିଶାନା ସାଧିଛନ୍ତି । ନୂଆ ଓଡିଶା ଗଠନ କରିବାକୁ ହେଲେ ଡବଲ ଇଞ୍ଜିନ ସରକାର ଦରକାର ବୋଲି କହିଛନ୍ତି । ସେହିପରି ଅନୁଗୋଳ ଓ ଫୁଲବାଣୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗୀ, ବିଜେପିକୁ ବିପୁଳ ମାତ୍ରାରେ ଭୋଟ ଦେବା ପାଇଁ ଆହ୍ୱାନ ଦେଇଛନ୍ତି ।

{"id":103840}

ରାଜଧାନୀ ଭୁବନେଶ୍ବରରେ ଜମୁଛି ପ୍ରଚାର । ଏ ହେଉଛି ଭୁବନେଶ୍ବର ନୀଳ ପଡିଆ ବସ୍ତିର ଦୃଶ୍ୟ । ଖରାକୁ ଖାତିର ନକରି ଭୁବନେଶ୍ବର ଉତ୍ତର ବିଧାନସଭା ବିଜେପି ପ୍ରାର୍ଥୀ ଅପରାଜିତା ମହାନ୍ତି ପ୍ରଚାର କରୁଛନ୍ତି। କେନ୍ଦ୍ର ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସହ ରାଜ୍ୟ ସରକାରଙ୍କ ବିଫଳତାକୁ ମୁଦ୍ଦା କରି ବସ୍ତି ବାସିନ୍ଦାଙ୍କ ଭୋଟ ଗୋଟାଇବାକୁ ପ୍ରୟାସ ଚଳାଇଛନ୍ତି । ସେପଟେ ଭଣ୍ଡାରୀପୋଖରୀ ନିର୍ବାଚନମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ପସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରଚାର ଚଳାଇଛନ୍ତି । ଆଖୁଆପଦା ନିକଟରୁ ସମର୍ଥକମାନଙ୍କ ସହ ଶୋଭାଯାତ୍ରାରେ ଯାଇ ଲୋକଙ୍କୁ ଭୋଟ ଭିକ୍ଷା କରିଛନ୍ତି ।

{"id":103841}

ଓଡିଶାରେ ଆହୁରି ୩ ପର୍ଯ୍ୟାୟ ନିର୍ବାଚନ ବାକି ଥିବା ବେଳେ ପ୍ରାର୍ଥୀମାନେ ଯେନେ ତେନ ପ୍ରକାରରେ ଭୋଟଙ୍କ ମନ ଜିଣିବାକୁ ଜି ଜାନ ଲଗାଇଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.