Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବୀନ କହିଲେ ବିଜେପିର ଏଜେଣ୍ଡା ଗୁଣ୍ଡାଗର୍ଦି, ପାଦତଳୁ ମାଟି ଖସୁଥିବାରୁ ବିଜେଡି ରକ୍ତମୁଖା ହୋଇଛି କହିଲେ ଧର୍ମେନ୍ଦ୍ର

22/04/2019 at 12:53 PM

ଭୁବନେଶ୍ୱର ୨୨/୪ : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପ୍ରଚାର ପାଇଁ ନିଆଳି ଯାଇଛନ୍ତି | ନିଆଳିରେ ଏକ ଜନସଭାକୁ ସମ୍ବୋଧିତ କରି ନବୀନ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି | ବିଜେପିର ଏଜେଣ୍ଡା ଗୁଣ୍ଡାଗର୍ଦି ବୋଲି କହିଛନ୍ତି ନବୀନ | ବିଜେପି ନିଜ ଦଳରେ ଗୁଣ୍ଡାମାନଙ୍କୁ ରଖି ରାଜ୍ୟରେ ଆତଙ୍କରାଜ ଚଳାଇଛି ବୋଲି ମନ୍ତବ୍ୟ ଦେଇଛନ୍ତି ନବୀନ |

ଗତକାଲି ରାତିରେ ଭୁବନେଶ୍ୱର ମଧ୍ୟ ବିଜେଡି ବିଧ୍ୟାୟକ ପ୍ରାର୍ଥୀ ତଥା ଭୁବନେଶ୍ୱରର ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନାଙ୍କ କାର ଉପରକୁ ବୋମା ମାଡ ହୋଇଥିଲେ | ବୋମା ମାଡରେ ଅନନ୍ତଙ୍କ ମୁଣ୍ଡ ଏବଂ ହାତରେ ଗଭୀର ଆଘାତ ଲାଗିଛି | ବୋମା ମାଡରେ ଅନନ୍ତଙ୍କ ଜଣେ ସମର୍ଥକ ଗୁରୁତର ହୋଇଛନ୍ତି | ଅନନ୍ତ ଜେନାଙ୍କୁ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି | ସେଠାରେ ତାଙ୍କର ଚିକିତ୍ସା ଚାଲିଛି |

ନିଆଳିରେ ଜନସଭାରେ ଯୋଗ ଦେବା ପୂର୍ବରୁ ନବୀନ କ୍ୟାପିଟାଲ ହସ୍ପିଟାଲରେ ଅନନ୍ତଙ୍କୁ ଦେଖା କରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ | ଏହାପରେ ସେ ନିଆଳି ଜନସଭାରେ ଯୋଗ ଦେଇଥିଲେ | ବିଜେଡି ପ୍ରାର୍ଥୀଙ୍କୁ ଆକ୍ରମଣ ଘଟଣାରେ ନବୀନ ସିଧାସଳଖ ବିଜେପିକୁ ଟାର୍ଗେଟ କରିଛନ୍ତି | ଏଭଳି ଆଚରଣ ପାଇଁ ବିଜେପିକୁ ଜନତା ଠିକ ଜବାବ ଦେବେ ବୋଲି କହିଛନ୍ତି ନବୀନ | ତେବେ ଅନନ୍ତଙ୍କୁ କିଏ ଆକ୍ରମଣ କରିଥିଲା ସେନେଇ ପୋଲିସ ତଦନ୍ତ କରୁଛି | ଏବେ ପର୍ଯ୍ୟନ୍ତ ପୋଲିସ ହାତରେ କୌଣସି ପ୍ରମାଣ ପଡ଼ିନାହିଁ |


ପ୍ରତିଦିନ ରାଜଧାନୀରେ ଏବଂ ରାଜ୍ୟର ଅନ୍ୟ ସହରରେ ରାଜନୈତିକ ହିଂସା ଦେଖିବାକୁ ମିଳୁଛି | ପ୍ରତିଦିନ ପ୍ରାର୍ଥୀଙ୍କୁ ଆକ୍ରମଣ କରାଯାଉଛି | ଗତକାଲି ରାତିରେ ରାଜଧାନୀରେ ୨ଟି ଘଟଣା ଘଟିଛି | ଏପଟେ ବିଜେଡି ପ୍ରାର୍ଥୀ ଅନନ୍ତ ଜେନାଙ୍କ କାର ଉପରକୁ ବୋମା ମାଡ ହୋଇଥିବାବେଳେ ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର ଉପରକୁ ମଧ୍ୟ ବୋମା ମାଡ ହୋଇଥିଲା | ଗତକାଲି ରାତିରେ ଭୁବନେଶ୍ୱର ୮ ନମ୍ବର ଅଂଚଳରେ ପ୍ରଚାର ବେଳେ ଜଗନ୍ନାଥଙ୍କ ଗାଡି ଉପରକୁ କେହି ଦୁର୍ବୁତ୍ତ ବୋମା ମାଡ କରି ଫେରାର ହୋଇଯାଇଥିଲେ | ତେବେ ଜଗନ୍ନାଥଙ୍କର ଏଥିରେ କୌଣସି କ୍ଷତି ହୋଇନଥିବା ଜଣାପଡିଛି |

ଆକ୍ରମଣ ଘଟଣାକୁ ନେଇ ବିଜେପି ମଧ୍ୟ ବିଜେଡିକୁ ଟାର୍ଗେଟ କରିଛି |ବିଜେଡିି ହିଁ ଗୁଣ୍ଡା ଗର୍ଦ୍ଦି କରୁଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ବିଜେଡି ପାଦତଳୁ ମାଟି ଥସୁଥିବାରୁ ବିଜେଡି ଏଭଳି ହିଂସା ଆଚରଣ କରୁଛି ବୋଲି ଧର୍ମେନ୍ଦ୍ର କହିଛନ୍ତି । ହିଂସା ପ୍ରସଂଗରେ ଉଭୟ ଦଳ ପରସ୍ପର ଉପରେ ଦୋଷ ଲଦାଲଦି ହେଉଛନ୍ତି |ଚଳିତ ନିର୍ବାଚନ ଋତୁରେ ନିର୍ବାଚନୀ ହିଂସା କାରଣରୁ ୩ଟି ମୁଣ୍ଡ ଗଡିସାରିଛି । ବିଭିନ୍ନ ସ୍ଥାନରେ ଆକ୍ରମଣ ପ୍ରତିଆକ୍ରମଣ ଲାଗି ରହିଛି । ଗତକାଲି ପିପିଲିରେ ଫ୍ଲାଇଁ ସ୍କାର୍ଡର ମାଜିଷ୍ଟେଟଙ୍କ ଉପରେ ଆକ୍ରମଣ ହୋେଇଛି । ଏହି ଘଟଣାରେ ପିପିଲିର ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଗିରଫ ଦାବି କରିଛି ବିଜେପି ।

ସେହିଭଳି ଘଷିପୁରାରେ ଗତକାଲି ସଂଧ୍ୟାରେ ବିଜେଡି- କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଉଭୟ ପକ୍ଷରୁ ୬ଜଣ ଆହତ ହୋଇଥିଲେ । ଏହି ଘଟଣାରେ ରାମଚନ୍ଦ୍ରପୁର ପୋଲିସ ୮ଜଣଙ୍କୁ ଗିରଫ କରିଛି । କିଛି କଂଗ୍ରେସ କର୍ମୀଙ୍କ ଗିରଫ ପ୍ରତିବାଦରେ କଂଗ୍ରେସ କର୍ମୀମାନେ ଆନନ୍ଦପୁରରେ ଏସଡିପିଓଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

   Related Posts