Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ବଜେଟକୁ ନେଇ ନବୀନ, ନିରଞ୍ଜନ ଓ ଧର୍ମେନ୍ଦ୍ରଙ୍କ କଣ ପ୍ରତିକ୍ରିୟା ଜାଣନ୍ତୁ

1/02/2019 at 7:51 PM

ଭୁବନେଶ୍ବର୨|୧: ବଜେଟକୁ ନେଇ କେନ୍ଦ୍ର ସରାକରଙ୍କୁ ଘେରିଛନ୍ତି  ବିଜେଡି ଓ କଂଗ୍ରେସ । ଯୁବକ ଓ କୃଷକଙ୍କ ପାଇଁ କେନ୍ଦ୍ରସରକାର ହାତ ଖୋଲିବାକୁ ସହଜେ ଗ୍ରହଣ କରିପାରୁନାହାନ୍ତି ବିରୋଧୀ। ମୁଣ୍ଡ ଉପରେ ନିର୍ବାଚନ ଥିବାରୁ ଜନସାଧରଣଙ୍କୁ ଥୋପ ଦେଇଛନ୍ତି କେନ୍ଦ୍ର ସରକାର । ପ୍ରଧାନ ମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କାଳିଆ ଯୋଜନାର ଅନୁରୂପ ବୋଲି ବିଜେଡି କହିଥିବା ବେଳେ କଂଗ୍ରେସ କହିଛି ଏବେ ହାତ ଖୋଲିଲେ ବି ସାଧରଣ ଲୋକ ବିଶ୍ବାସ କରିବେ ନାହିଁ। ଏସବୁ ଜାବବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ….

ପ୍ରଧାନମନ୍ତ୍ରୀ କିଶାନ ଯୋଜନା କଣ କାଳିଆ ଯୋଜନାର କପି? କୃଷକଙ୍କ ଆକାଉଣ୍ଟକୁ ସିଧା ଟଙ୍କା ଦେବା ପ୍ଲାନ କଣ ଓଡ଼ିଶାରୁ ଧାର ନେଲେ ମୋଦି । ବିଜେଡି କିନ୍ତୁ ଏହା ହିଁ କହୁଛି । ବଜେଟକୁ ନେଇ ରାଜ୍ୟରେ ମିଶ୍ର ପ୍ରତିକ୍ରିୟା ମିଳିଛି। ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଆଣିଥିବା ଯୋଜନାକୁ ବିଜେଡି ଓ କଂଗ୍ରେସ ଟାର୍ଗେଟ କରିଛନ୍ତି । କାଳିଆ ଯୋଜନାକୁ ଅନୁସରଣ କରି ପ୍ରଧାନମନ୍ତ୍ରୀ କିଶାନ ସମ୍ମାନ ନିଧି ଯୋଜନା କରିଛନ୍ତି ‌ବୋଲି ବିଜେଡି ସାଂସଦମାନେ ଅଭିଯୋଗ କରିଛନ୍ତି ।  ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବଜେଟରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଏହା ନୈରାଶ୍ୟ ଜନକ। ପ୍ରଧାନମନ୍ତ୍ରୀ କିଶାନ ଯୋଜନା କାଳିଆ ଯୋଜନା ଭଳି ହୋଇଛି । ତେବେ ଆୟକର ସୀମା ବୃଦ୍ଧି ସ୍ବାଗତ ଯୋଗ୍ୟ ।

ସେପଟେ କଂଗ୍ରେସ କହିଛି ସାଢ଼େ ୪ବର୍ଷ ମଧ୍ୟରେ ବି​‌ଜେପି ସରକାର ଯାହା ପ୍ରତିଶ୍ରୁତି ଦେଇଥିଲେ  ତାହା ବଜେଟରେ ପୂରଣ କରିନାହାନ୍ତି।  କେନ୍ଦ୍ର ସରକାର ଯେତେ ପ୍ରଲୋଭନ ଦେଖାଇଲେ ବି ସାଧରଣ ଲୋକଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ।

 ବିଜେଡି ଓ କଂଗ୍ରେସର  ଅଭିଯୋଗକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କାଳିଆ ଯୋଜନା ସହିତ ପ୍ରଧାନମନ୍ତ୍ରୀଙ୍କ କିଶାନ ସମ୍ମାନ ନିଧି ଯୋଜନା  ସହିତ ତୁଳନା କରିବା ଉଚିତ ନୁହେଁ।  ରାଜ୍ୟସରାକର କେବଳ କାଗଜ କଲମରେ ଯୋଜନା କରିଛନ୍ତି। ଯଦି ଚାଷୀଙ୍କ ପାଇଁ ଏତେ ଦରଦ ଅଛି ତାହେଲେ କାଳିଆ ଯୋଜନା ପାଇଁ ବଜେଟରେ କାହିଁକି ବ୍ୟବସ୍ଥା କରିନାହାନ୍ତି। କଣ୍ଟିଜେନସି ଫଣ୍ତରୁ ଟଙ୍କା ଆଣି କାହାକୁ ଦେଇଛନ୍ତି ଏବଂ ଲିଷ୍ଟାରେ କାହା ନା ଅଛି ସମସ୍ତଙ୍କୁ ଜଣା ଅଛି ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।

   Related Posts