Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମୋଦିଙ୍କ ନରମ ଆକ୍ଷେପର ଗରମ ପ୍ରତ୍ୟୁତ୍ତର ଦେଲେ ନବୀନ : ନଅ ବାଣର ନଅ ଜବାବ ଦେଲେ ଧର୍ମେନ୍ଦ୍ର

26/12/2018 at 5:59 PM

ଭୁବନେଶ୍ବର ୨୬|୧୨:  ମୋଦି ଗଲାପରେ ନବୀନ କଣ କହିବେ ସେନେଇ ଚାଲିଥିଲା ବିତର୍କ । ନବୀନ କିନ୍ତୁ ଆଜି ସିଧା ନିଶାନା କରିଛନ୍ତି ମୋଦିଙ୍କୁ । ମୋଦି ବୁଲେଇ ବଙ୍କେଇ ନବୀନଙ୍କୁ ସିନା ଟାର୍ଗେଟ କରିଥିଲେ, ନବୀନ କିନ୍ତୁ ୯ଟି ପ୍ରଶ୍ନ ପଚାରି ଜବାବ ମାଗିଛନ୍ତି କେନ୍ଦ୍ର ସରକାରଙ୍କ ଠାରୁ । ଅର୍ଥାତ ମୋଦି ଟିକିଏ ନରମ ଥିଲେ କଣ ହେଲା ନବୀନ ପୁରା ଗରମ ହୋଇଛନ୍ତି । ନବୀନଙ୍କ ଏଭଳି ବଡିଲାଙ୍ଗୁଏଜ ସ୍ପଷ୍ଟ ସଂଙ୍କେତ ଦେଇଛି, ବିଜେପି ସହ ସିଧାସଳଖ ଲଢେଇ କରିବ ବିଜେଡି । ସେପଟେ ନବୀନଙ୍କ ପ୍ରଶ୍ନ ସରୁସରୁ ଜବାବି ହମଲା କରିଛନ୍ତି ଧର୍ମେନ୍ଦ୍ର ।

ବିଜେପି କହୁଥିଲା ଜବାବ ମାଗୁଛି ଓଡିଶା । ଆଜି ନବୀନ କହିଲେ ଜବାବ ମାଗୁଛି ଓଡିଶା । ଅର୍ଥାତ ଜଣେ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଥିବା ବେଳେ ଆଉ ଜଣେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରି ଜବାବ ମଗାମଗି ହୋଇଛନ୍ତି । ବିଜେଡି ଓ ବିଜେପି ଭିତରେ ଆଜି ହୋଇଥିବା ପ୍ରଶ୍ନ ଓ ଜବାବ କାର୍ଯ୍ୟକ୍ରମ ପୁରା ରାଜନୀତିକୁ ଗରମ କରିଛି । ମୋଦି ଟିକିଏ ନରମ ଗଳାରେ ନବୀନ ସରକାର ଉପରେ ବର୍ଷିଥିଲେ ବି ନବୀନ କିନ୍ତୁ କଠୋର ହେବାକୁ ଭୁଲି ନାହାଁନ୍ତି । ଦଳର ପ୍ରତିଷ୍ଠା ଦିବସରେ ଦଳୀୟ ନେତା ଓ କର୍ମିଙ୍କ ଜୋସ୍ ଭରିବାକୁ ବିଜେପି ଉପରେ ପ୍ରଚଣ୍ଡ ପ୍ରହାର କରିଛନ୍ତି । ସେପଟେ ନବୀନଙ୍କ ପ୍ରଶ୍ନ ସରୁସରୁ ଆଉ ଏକ ମଞ୍ଚରେ ଧର୍ମେନ୍ଦ୍ର ପାଲଟା ହମଲା କରିଛନ୍ତି ନବୀନଙ୍କ ଉପରେ ।..ଜାତୀୟ ରାଜପଥ କଥା ଉଠାଇ ନବୀନ କହିଛନ୍ତି ବିଜୁ ଏକ୍ସପ୍ରେସ ୱେ ବହୁ ଉଚମାନର । ଓଡିଶାରେ ଜାତୀୟ ରାଜପଥ କିନ୍ତୁ ଭଗବାନ ଭରସାରେ । କେନ୍ଦ୍ର ଅଧିନରେ ଥିବା ବିଏସଏନଏଲ ନେଟଓାର୍କ ଅବସ୍ଥା ଯାହା ସେଥିରେ ଲୋକମାନେ ଗଛ କିମ୍ବା ଛାତ ଉପରେ ଚଢି କଥା ହେବାକୁ ବାଧ୍ୟ ହେଉଛନ୍ତି । ରେଳବାଇ ପାଇଁ ରାଜ୍ୟ ସରକାର ଜମି ଦେଇ ବି କାମ ଆଗକୁ ବଢୁନି । ଧର୍ମେନ୍ଦ୍ର ଜବାବରେ କହିଛନ୍ତି, ରାଜ୍ୟ ସରକାରଙ୍କ ଗୁଣ୍ଡାଗର୍ଦି ଏବଂ ଚାନ୍ଦା ପାଇଁ ରେଳ କାମ ଆଗଉନି ଓଡିଶାରେ । ସବୁ ସ୍ଥାନରେ ବି ଜମି ଦେଇନି ରାଜ୍ୟ ।

କୋଇଲା ନିଲାମରୁ ଓଡିଶା ୭୦ ହଜାର କୋଟି ପାଇବ ବୋଲି କହିଥିଲା କେନ୍ଦ୍ର । କିନ୍ତୁ ୩ ବର୍ଷରେ ଓଡିଶାକୁ ମିଳିଲା ୩୭୦ କୋଟି ବୋଲି କହିଛନ୍ତି ନବୀନ । ଧର୍ମେନ୍ଦ୍ର କହିଛନ୍ତି, ଚତୁର୍ଦ୍ଦଶ ଅର୍ଥ କମିଶନରେ ଅଧିକ ଅର୍ଥ ପାଇଛି ରାଜ୍ୟ । କିନ୍ତୁ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡରୁ ଅର୍ଥ ଖର୍ଚ କରିପାରୁନି ରାଜ୍ୟ ।

ସେହିଭଳି ବିଜେପି ମାନିଫେଷ୍ଟୋରେ ଓଡିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା, ଧାନର ସହାୟକ ମୂଲ୍ୟବୃଦ୍ଧି ଓ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ କଥା କୁଆଡେଗଲା ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ର କହିଛନ୍ତି ମୋଦି ପ୍ରଧାନ ମନ୍ତ୍ରୀ ହେବାପରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୦୦ ଟଙ୍କା ବଢିଛି । କିନ୍ତୁ ରାଜ୍ୟ ସରକାର ଘୋଷଣା କରିଥିଲେ ବି ୧୦୦ ଟଙ୍କା ବୋନସ ଦେଇ ପାରିନାହାଁନ୍ତି । ସେହିଭଳି ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ନାଁରେ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରିମଣ୍ଡଳରେ କେତେଜଣ ମହିଳାଙ୍କୁ ମନ୍ତ୍ରୀ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର ।

ସେହିଭଳି ଉଜ୍ଜଳା ଯୋଜନା ଓ ଡିଜେଲ, ପେଟ୍ରୋଲ ଦର ପ୍ରସଙ୍ଗ ଉଠାଇ ନବୀନ ଘେରିଛନ୍ତି କେନ୍ଦ୍ରର ମୋଦି ସରକାରଙ୍କୁ । ଆଉ ଚିଟଫଣ୍ଡ, ଖଣି ଦୁର୍ନିତି, ପିସି କାରବାର ପ୍ରସଙ୍ଗ ଉଠାଇ ଧର୍ମେନ୍ଦ୍ର ନବୀନଙ୍କ କୋର୍ଟକୁ ପାଲଟା ବଲ୍ ଫିଙ୍ଗିଛନ୍ତି ।

ଦୁଇଦଳ ଭିତରେ ଏଭଳି ତୁ ତୁ ମେଁମେଁରୁ ଜଣା ପଡିଯାଉଛି ଆଗକୁ କିଭଳି ବାତାବରଣ ହେବ ରାଜ୍ୟ ରାଜନୀତିରେ । ମୋଦି ଜାନୁଆରୀ ମାସରେ ୨ ଥର ଓଡିଶା ଗସ୍ତରେ ଆସୁଥିବାରୁ ନବୀନ ସରକାରଙ୍କ ଉପରେ ସିଧା ଆକ୍ରମଣ କରିବେ ବୋଲି ଏବେଠୁ ଆରମ୍ଭ ହୋଇଗଲାଣି ଚର୍ଚା । ଆଗକୁ ଆହୁରି କିଛି ଗରମା ଗରମ ସାଉଣ୍ଡ ବାଇଟ୍ ବି ଶୁଣିବାକୁ ମିଳିବ ଦୁଇ ପକ୍ଷଙ୍କ ଆଡୁ ।

   Related Posts