ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି, ଓଡିଶାକୁ ମିଳୁ ସ୍ୱତନ୍ତ୍ର ଫୋକସ ଷ୍ଟେଟ୍ ମାନ୍ୟତା

Published By : Prameya-News7 Bureau | June 15, 2019 IST

ନୂଆଦିଲ୍ଲୀ ୧୫।୬:  ଓଡିଶାକୁ ସ୍ୱତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦିଆଯାଉ। ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ଦୃଷ୍ଟିରୁ ଏହି ମାନ୍ୟତା ପ୍ରଦାନ କରାଯାଉ ବୋଲି ଶନିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ନୀତି ଆୟୋଗର ପଞ୍ଚମ ଗଭର୍ଣ୍ଣିଂ କାଉନସିଲ ବୈଠକରେ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦୀର୍ଘକାଳିକ ନ ହେଲେ ମଧ୍ୟ ନିର୍ଦ୍ଧିଷ୍ଟ ସମୟ ପାଇଁ ରାଜ୍ୟକୁ ଏହି ମାନ୍ୟତା ପ୍ରଦାନ ନିମନ୍ତେ ନବୀନ ଦାବି କରିଥିବା ବେଳେ କେବଳ ଓଡିଶା ନୁହେଁ ଦେଶର ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟଙ୍କୁ ମଧ୍ୟ ଏଭଳି ମାନ୍ୟତା ପ୍ରଦାନ ନିମନ୍ତେ  ନାବୀନ ଦାବି କରିଛନ୍ତି। ତେବେ ବୈଠକରେ ନବୀନ ରାଜ୍ୟ ପାଇଁ ତାଙ୍କର ପୂର୍ବ ଦାବି ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ମଧ୍ୟ ଦୋହରାଇଛନ୍ତି। ତେବେ ଏଥିପାଇଁ କେନ୍ଦ୍ର ସରକାର ରଖିଥିବା ମାନଦଣ୍ଡରେ ପରିବର୍ତ୍ତନ କରିବାକୁ କହିଛନ୍ତି ନବୀନ। ସେହିଭଳି ପ୍ରଧାନମନ୍ତ୍ରୀଙ୍କ କିସାନ ଯୋଜନାରେ ଭଗଚାଷୀଙ୍କୁ ସାମିଲ କରିବା ପାଇଁ ମଧ୍ୟ ନବୀନ ଦାବି କରିଛନ୍ତି।

{"id":123339}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନୀତି ଆୟୋଗଙ୍କ ଗଭର୍ଣ୍ଣିଂ କାଉନସିଲ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଯୋଗ ଦେଇ ନାହାନ୍ତି। ତେବେ ଦେଶର ଅନ୍ୟ ରାଜ୍ୟ ମୁଖ୍ୟମାନେ ଯୋଗଦେଇଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କର ସବକା ସାଥ ସବକା ବିକାଶ ଓ ସବକା ବିଶ୍ୱାସ ଉପରେ ଗୁରୁତ୍ୱ ଦେବା ସହ  ପରଫର୍ମାନ୍ସ, ଟ୍ରାନ୍ସପାରେନ୍ସୀ ଓ ଡେଲିଭରୀକୁ ପ୍ରାଥମିକତା ଦେଇଛନ୍ତି। ଏଣୁ ଗଭର୍ଣ୍ଣିଂ କାଉନସିଲକୁ ଲୋକଙ୍କ ଭରସା ଯୋଗ୍ୟ ସିଷ୍ଟମ ବିକଶିତ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

{"id":123340}

ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୨୪ ସୁଦ୍ଧା ଭାରତକୁ ୫ଲକ୍ଷ କୋଟି ଟଙ୍କାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଆହ୍ୱାନ ଦେଇଛନ୍ତି। ଯଦିଓ ଏହି ଲକ୍ଷ ଆମ ପାଇଁ ଏକ ଆହ୍ୱାନ ତଥାପି ଆମେ ମିଳିମିଶି ଏହାକୁ ପୁରଣ କରିପାରିବା ବୋଲି କହିଥିବା ବେଳେ ରାଜ୍ୟମାନଙ୍କୁ ଜିଲ୍ଲାସ୍ତରରେ ଜିଡିପି ବୃଦ୍ଧି ନିମନ୍ତେ ଟାର୍ଗେଟ୍ ସେଟ୍ କରିବାକୁ ପରାମର୍ଶ ଦେଇଛନ୍ତି। ଦେଶର ଅନେକ ଭାଗରେ ମରୁଡି, ବନ୍ୟା, ସାମୁଦ୍ରିକ ଝଡ ଯୋଗୁ ବିତ୍ପାତ ସୃଷ୍ଟି ହେଉଛି। ଏଣୁ ପ୍ରଧାନମନ୍ତ୍ରୀ ଗଭର୍ଣ୍ଣିଂ କାଉନସିଲ ସହ ମିସି ନିଜେ କାମ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ନିକଟରେ ଗଠିତ ଜଳଶକ୍ତି ମନ୍ତ୍ରାଳୟ ଏକ ରୋଡମ୍ୟାପ୍ ପ୍ରସ୍ତୁତ କରିବେ। ଏଣୁ ରାଜ୍ୟାମାନେ ମଧ୍ୟ ନିଜନିଜ ସ୍ତରରେ ଜଳ ପ୍ରବନ୍ଧନ ନିମନ୍ତେ ଯୋଜନା ପ୍ରସ୍ତୁତ କରନ୍ତୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.