Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେଷ୍ଟ ପରେ ଓ୍ବାନ୍‌ ଡେ’ ସିରିଜ୍‌ କବ୍‌ଜା କଲା ଦକ୍ଷିଣ ଆଫ୍ରିକା, ଦ୍ବିତୀୟ ଦିନିକିଆରେ ଟିମ୍‌ ଇଣ୍ଡିଆ ୭ ଓ୍ବିକେଟରେ ଧରାଶୟୀ, ଭାରତ ୨୮୭/୬(୫୦ ଓଭର), ଦକ୍ଷିଣ ଆଫ୍ରିକା ୨୮୮/୩ (୪୮.୧ଓଭର)
  • ||
  • ରାଜ୍ୟରେ ଶୁକ୍ରବାର ସୁସ୍ଥହେଲେ ୧୦,୩୯୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୬୧୦ଜଣ ଡିସଚାର୍ଜ
  • ||
  • ହରଭଜନ ସିଂହ କରୋନା ଆକ୍ରାନ୍ତ, ନିଜକୁ କଲେ ଆଇସୋଲେଟ୍‌
  • ||
  • ଚୋରା ବାଲି କାରବାରରୁ ହତ୍ୟା, ଶ୍ରମିକଙ୍କ ଉପରେ ଚଢାଇଦେଲେ ଟ୍ରାକ୍ଟର !
  • ||
  • ରାଜ୍ୟରେ ୧୦ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୯୮୩୩ କୋଭିଡ୍ ପଜିଟିଭ୍, ୧୧୮୭୨୯୫ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଶିବାଡ ଘାଟିରେ ଓଲଟିଲା ଇସପାତ୍, ୮ ଗୁରୁତର
  • ||
  • ଶୁକ୍ରବାରଠୁ ଲିଭିବ ଅମର ଯବାନ ଜ୍ୟୋତି : ୫୦ ବର୍ଷ ତଳେ ଶୁଭାରମ୍ଭ କରିଥିଲେ ଇନ୍ଦିରା ଗାନ୍ଧୀ
  • ||
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

ଏଥର ୩୩ ପ୍ରତିଶତ ମହିଳାଙ୍କୁ ସଂସଦକୁ ପଠାଇବେ ବୋଲି କେନ୍ଦ୍ରାପଡାରେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଘୋଷଣା କଲେ ନବୀନ

10/03/2019 at 7:32 PM

ଭୁବନେଶ୍ୱର ୧୦/୩ : ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବା ନେଇ ଅଭିଯାନ ଚଳାଇଥିବା ବିଜେଡି ଆଜି ଆଉ ପାଦେ ଆଗକୁ ଯାଇଛି। କେନ୍ଦ୍ରାପଡ଼ା ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି ତାଙ୍କର ୩୩ ପ୍ରତିଶତ ମହିଳାଙ୍କୁ ସଂସଦକୁ ପଠାଇବ। ସେପଟେ ବିରୋଧୀ କହିଛନ୍ତି ନବୀନଙ୍କର ଏହା ଦୋମୁହାଁ ନୀତି। …..

ନବୀନଙ୍କ ସିଧାକଥା ଏଥର ୩୩ ପ୍ରତିଶତ ମହିଳାଙ୍କୁ ହିଁ ସଂସଦକୁ ପଠାଇବେ। କେନ୍ଦ୍ରାପଡ଼ାରେ ମିଶନ ଶକ୍ତି କାର୍ଯ୍ୟକ୍ରମରୋ ଯୋଗ ଦେବା ଅବସରରେ ନବୀନ ତାଙ୍କର ଆଭିମୁଖ୍ୟକୁ ସ୍ପଷ୍ଟ କରିଥିଲେ। ପୂର୍ବରୁ ବିଧାନସଭାରେ ଏ ବାବଦରେ ସଂକଳ୍ପ ପାରିତ କରିଥିଲେ ରାଜ୍ୟ ସରକାର। ବିଜେଡି ନେତା ଦେଶର ବିଭିନ୍ନ ଦଳକୁ ଭେଟି ଏହି ପ୍ରସ୍ତାବକୁ ସମର୍ଥନ କରିବା ଲାଗି ଭେଟିଛନ୍ତି। ଯେତେବେଳେ ବିରୋଧୀ ପ୍ରଶ୍ନ କରୁଥିଲେ ଯେ ବିଜେଡି ୩୩ ପ୍ରତିଶତ ପ୍ରାର୍ଥୀଙ୍କୁ ଦେବ କି? ନିର୍ବାଚନ ତାରିଖ ଘୋଷଣା ହେବାର କିଛି ଘଣ୍ଟା ପୂର୍ବରୁ ନବୀନ ଘୋଷଣା କଲେ ତାଙ୍କ ଦଳ ୩୩ ପ୍ରତିଶତ ମହିଳା ପ୍ରାର୍ଥୀଙ୍କୁ ସଂସଦକୁ ପଠାଇବ।

ନବୀନ ତ ଘୋଷଣା କରିଦେଲେ ଏବେ ସ୍ବାଭାବିକ ଭାବେ ଅନ୍ୟ ଦଳର ଆଭିମୁଖ୍ୟ ଆଡକୁ ହିଁ ନଜର ଯିବ। ତେବେ ବିଜେପି ଓ କଂଗ୍ରେସ ନିଜ ରଣନୀତି ଖୁଲାସା କରିନାହାନ୍ତି। ନବୀନ ଯେ କେବଳ ସଂସଦ ପାଇଁ ଘୋଷଣା କରିଛନ୍ତି ବିଧାନସଭା ପାଇଁ ଅନୁରୂପ ଘୋଷଣା କାହିଁକି କଲେନି ବୋଲି ପ୍ରଶ୍ନ କରିଛନ୍ତି। ଯେଉଁ ସରକାର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଦାୟିତ୍ବ ଜଣେ ମହିଳାଙ୍କୁ ଦେଇପାରୁନି ସେ ଦଳର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ବିଜେପି। ନବୀନ ଦୋମୁହାଁ ନୀତି ଆପଣାଉଥିବା କହିଛି। ସେପଟେ କଂଗ୍ରେସ ମଧ୍ୟ ଅନୁରୂପ ପ୍ରଶ୍ନ ଉଠାଇଛି। ଆଉ ବିଜେଡି କହିଛି ନବୀନ ଯାହା କୁହନ୍ତି ସେୟା କରନ୍ତି। ବିଜେଡି ମହିଳା ମୋର୍ଚ୍ଚା ଏନେଇ ରାସ୍ତାକୁ ଓହ୍ଲାଇବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ନାରା ଦେଇଛି।

ପୂର୍ବରୁ ରାହୁଲ ଗାନ୍ଧି ମଧ୍ୟ ଓଡ଼ିଶାରେ ଘୋଷଣା କରିଥିଲେ ତାଙ୍କ ଦଳ ମହିଳା ସଂରକ୍ଷଣ ବିଲ୍‌ ଆଣିବ। ଏବେ ଗୋଟିଏ କଥା ସ୍ପଷ୍ଟ ମହିଳା ଭୋଟ ବ୍ୟାଙ୍କ ଏହି ନିର୍ବାଚନର ନିର୍ଣ୍ଣାୟକ ହେବ। ଭୁବନେଶ୍ବରରୁ କିଶାନ ବାରାଇ, ଲକ୍ଷ୍ମୀଧର ମହାପାତ୍ରଙ୍କ ସହିତ କେନ୍ଦ୍ରାପଡ଼ାରୁ ମାତୃଦତ୍ତ ମହାନ୍ତି,  

   Related Posts