Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ମହିଳାଙ୍କ ପାଇଁ ନବୀନଙ୍କ ବଡ ଘୋଷଣା : ଝିଅଙ୍କୁ ବାହାହେବା ପାଇଁ ମିଳିବ ୨୫ ହଜାର ଟଙ୍କା

8/04/2019 at 3:51 PM

ନୂଆପଡା ୮/୪ : ନୂଆପଡା ନିର୍ବାଚନୀ ସଭାରେ ନବୀନ ଆଜି ମହିଳାମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ଘୋଷଣା କରିଛନ୍ତି | ନବୀନ କହିଛନ୍ତି ଯେ, ମା’ମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଂଜିନ | ବିଜୁ ଜନତା ଦଳର ଇସ୍ତାହାରରେ ମହିଳା ଓ ଝିଅମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି | ବିଜୁ ଜନତା ଦଳ ସରକାର ଗଠନ ହେବାପରେ ମିଶନ ଶକ୍ତିର ମା’ମାନଙ୍କୁ ବର୍ଷକୁ ୫ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ସରକାରୀ କାମ ଦିଆଯାଇଛି | ମଧ୍ୟାହ୍ନ ଭୋଜନ, ସାଧାରଣ ବଣ୍ଟନ ବ୍ୟବସ୍ଥା, ଧାନ ସଂଗ୍ରହ ଠାରୁ ଆରମ୍ଭ କରି ଆଶ୍ରମ ସ୍କୁଲର ପରିଚାଳନା, ପର୍ଯ୍ୟଟନ ସୁବିଧାର ପରିଚାଳନା, ଡାକ୍ତରଖାନା ପରିଚାଳନା, ପରିବହନ କ୍ଷେତ୍ର ପରିଚାଳନା, ଟିକସ ଆଦାୟ, ସ୍କୁଲ ୟୁନିଫର୍ମ ଯୋଗାଣ ସହ ଆହୁରି ଅନେକ ସରକାରୀ କାମ ମିଶନ ଶକ୍ତିର ମା’ମାନଙ୍କୁ ଦିଆଯିବ | ଏହାଦ୍ୱାରା ମା’ମାନେ ବର୍ଷକୁ ୫୦୦ କୋଟି ଟଙ୍କାର ଲାଭ ପାଇବେ |


ଗରିବ ଝିଅଙ୍କ ବାହାଘର ପାଇଁ ୨୫ ହଜାର ଟଙ୍କା ସହାୟତା, ସବୁ ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କ ପାଇଁ ଦୁର୍ଘଟଣା ବୀମା, ସବୁ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ବିନା ସୁଧ ରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କର ଚିକିତ୍ସା ସୁବିଧାକୁ ୭ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ନବୀନ କହିଛନ୍ତି | ସବୁ ଝିଅ ଏଥର ମାଗଣାରେ ପାଠ ପଢିବେ | କେଜି ରୁ କଲେଜ, ମେଡିକାଲ, ଇଂଜିନିୟରିଂ ସବୁ ପାଠ ମାଗଣାରେ ପଢିପାରିବେ ବୋଲି କହିଛନ୍ତି ନବୀନ |


ନିର୍ବାଚନ ହେଲେ କେନ୍ଦ୍ରର ବଡ ବଡ ନେତାମାନଙ୍କର ନୂଆପଡା, କଳାହାଣ୍ଡି ଆଦି ଜିଲ୍ଲା କଥା ମନେପଡେ | ସେମାନଙ୍କୁ ପଚାରନ୍ତୁ ଭବାନୀପାଟଣା ରେଳ ୱାଗେନ କାରଖାନା କୁଏଡ଼େଙ୍ଗାଳ, ୨ ଗୁଣ ଏମଏସପି କୁଆଡେ ଗଲା, ହର ଖେତକୁ ପାଣି କୁଆଡେ ଗଲା, କେବିକେ ଯୋଜନା କାହିଁକି ବନ୍ଦ ହେଲା, ଏସସି ଓ ଏସ୍ଟି ପିଲାଙ୍କ ବୃତି କାହିଁକି ବନ୍ଦ ହେଲା, ବୀମା କରି ଚାଷୀ ହଇରାଣ କିନ୍ତୁ କମ୍ପାନୀ ଲାଭବାନ କାହିଁକି, କିଏ ସୁଯୋଗ ଦେଲା ? ଏମିତି ଅନେକ ପ୍ରଶ୍ନ ନବୀନ ନୂଆପଡା ନିର୍ବାଚନୀ ସଭାରେ ଉଠାଇଛନ୍ତି |


ସେ କହିଛନ୍ତି ଯେ, ସାଢେ ୪ କୋଟି ଓଡ଼ିଶାବାସୀ ତାଙ୍କ ପରିବାର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ରାଜ୍ୟବାସୀଙ୍କ ସେବା କରିବି |

   Related Posts