Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନବୀନଙ୍କ ଚିଲିକା କାର୍ଡକୁ ରାଜନାଥଙ୍କ ମତ୍ସ୍ୟଜୀବୀ କାର୍ଡ, ଧର୍ମେନ୍ଦ୍ରଙ୍କ ମାରାଥନ ପ୍ରଚାର : କାଲି ଆସିବେ ସ୍ମୃତି ଇରାନୀ ଓ ମୁକତାର ଆବାସ ନକଭୀ

19/04/2019 at 7:08 PM

ଭୁବନେଶ୍ବର ୧୯|୪: ନୂଆ ନୂଆ ପ୍ରସଙ୍ଗ ଉଠାଇ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଭୋଟ ମାଗୁଛନ୍ତି ନେତା । ଏହି ପ୍ରସଙ୍ଗ ଭିତରକୁ ଏଣ୍ଟ୍ରି ମାରିଛି ଚିଲିକା । ଚିଲିକା କାର୍ଡ ଖେଳି ନବୀନ ଆଜି ବାଣପୁରରେ ବିଜେଡି ପାଇଁ ଭୋଟ ମାଗିଛନ୍ତି । ପୁରୀ ସଂସଦୀୟ କ୍ଷେତ୍ରର ୬ ନିର୍ବାଚନ ମଣ୍ଡିଳରେ ମାରାଥନ୍ ପ୍ରଚାର ସହ ରୋଡ ସୋ’ କରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀଙ୍କ ପାଇଁ  ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ, କଟକ ଓ ନୟାଗଡରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଏବଂ  ଅନୁଗୁଳ, ସମ୍ବଲପୁର ଓ ଢେଙ୍କାନଳରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଛନ୍ତି । …

ମୟୂରଭଂଜ କରଞ୍ଜିଆ, କଟକ ଓ ନୟାଗଡ଼ରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହ । କରଞ୍ଜିଆରୁ ଆରମ୍ଭ ହୋଇଥିଲା ରାଜନାଥଙ୍କ ପ୍ରଚାର ଆଭିଯାନ । ସିଧାସଳଖ ଟାର୍ଗେଟରେ ଥିଲେ ରାଜ୍ୟ ସରକାର । କହିଥିଲେ, ଓଡ଼ିଶା ବିକାଶରେ ବିଜେଡି ବାଧକ ସାଜିଛି । ବିକାଶ ପରିବର୍ତେ ଏଠି ବିନାଶ ଚାଲିଛି । ଗରିବଙ୍କୁ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ କରାଯାଉଛି । ସରକାର ହଟାଇବାର ଆହ୍ବାନ ସହ ଡବଲ ଇଂଜିନର ନାରା ଦେଇଛନ୍ତି ରାଜନାଥ ।

କରଞ୍ଜିଆ ପରେ କଟକ ସଭାରେ ବିଜେଡି ସହ କଂଗ୍ରେସକୁ ଟାର୍ଗେଟ କରିଥିଲେ ରାଜନାଥ । ଜତୀୟ ସୁରକ୍ଷା ପ୍ରସଙ୍ଗ, ସେନାର କାର୍ଯ୍ୟ ଉପରେ ସନ୍ଦେହକୁ ନେଇ କଂଗ୍ରେସକୁ ସମାଲୋଚନା କରିଥିଲେ । ଏହସହ କେନ୍ଦ୍ର ସରକାର ଅନୁଦାନ ଦେଇଚାଲିଥିବା ବେଳେ ରାଜ୍ୟ ସରକାର ତାକୁ ଖର୍ଚ୍ଚ କରିପାରୁ ନଥିବା କହିଛନ୍ତି । କେନ୍ଦ୍ରୀୟ ଯୋଜନାକୁ ବାଟବଣା କରିବାକୁ ନବୀନ ସରକାର ଚକ୍ରାନ୍ତ କରିଥିବା ଆରୋପ ଲଗାଇଛନ୍ତି ରାଜନାଥ । ଏହାସହ ଘୋଷଣା କରିଛନ୍ତି ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ କୃଷକଙ୍କ ସହ ସବୁ ମତ୍ସଜୀବୀଙ୍କୁ କିଶାନ କ୍ରେଡିଟ କାର୍ଡ ପ୍ରଦାନ କରାଯିବ ।  କୃଷକଙ୍କୁ ବିନା ସୁଧରେ ବାର୍ଷିକ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ମିଳିବ । କଟକ ପରେ ନୟାଗଡ଼ ଷ୍ଟାଡିମୟରେ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ ।

ରାଜ୍ୟ ସରକାରଙ୍କୁ ରାଜନାଥ ଟାର୍ଗେଟ କରିଥିବା ବେଳେ ପୁରୀ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରି କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । ସକାଳେ ଚିଲିକା ନିର୍ବାଚନ ମଣ୍ଡଳିର ବାଣପୁରରୁ କାର୍ଯ୍ୟକମ୍ରମ ଆରମ୍ଭ କରିଥିଲେ ନବୀନ । ବାଣପୁର, ରଣପୁରରେ ନିର୍ବାଚନୀ ସଭା ସହ ବ୍ରହ୍ମଗିରି ଓ ସାତପଡ଼ାରେ ରୋଡ ସୋ’ କରିଥିଲେ । ସବୁଠି କେନ୍ଦ୍ର ଉପରେ ବର୍ଷିଥିଲେ ନବୀନ । ବାଣପୁରରେ ଚିଲିକା କାର୍ଡ ଖେଳି କେନ୍ଦ୍ରକୁ ଜୋରଦାର ଆକ୍ରମଣ କରିଛନ୍ତି ବିଜେଡି ସୁପ୍ରିମୋ । କହିଛନ୍ତି, ଚିଲିକାକୁ କେନ୍ଦ୍ର ବିକି ଦେବାକୁ ଉଦ୍ୟମ କରୁଥିଲା । ମତ୍ସଜୀବୀଙ୍କ ଦାନାରେ ଧୂଳି ଦେବାକୁ ବସିଥିଲା ବେଳେ ଚକ୍ରାନ୍ତକୁ ଅଟକାଇଛି ବିଜେଡି । ଏହ ସହ କାଳିଆ, କେନ୍ଦ୍ରୀୟ ଅବହେଳା କଥା ଉଠାଇଥିଲେ । ମିଛ ହିଁ ବିଜେପିର ବଡ଼ ପୁଞ୍ଜି ବୋଲି ଆକ୍ଷେପ କରିଛନ୍ତି ନବୀନ ।  ଅପରାହ୍ଣରେ ପୁରୀରୁ ଆରମ୍ଭ ହୋଇଛି ନବୀନଙ୍କ ରୋଡ ସୋ’ । ହାଇଟେକ୍ ବସରେ ସତ୍ୟବାଦୀ, ପିପିଲି ନିର୍ବାଚନ ମଣ୍ଡଳୀ ଦେଇ ଭୁବନେଶ୍ବରରେ ପହଞ୍ଚିବ ରୋଡ ସୋ ।

 ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ଅନୁଗୁଳ, ଦେବଗଡ଼, ସମ୍ବଲପୁର, ଢେଙ୍କାନାଳ ଜିଲ୍ଲର ବିଭିନ୍ନ ସ୍ଥାନରେ ବିଜୟ ସଂକଳ୍ପ ସମାବେଶ କରିଛନ୍ତି ଧର୍ମେନ୍ଦ୍ର । ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

ଆସନ୍ତାକାଲି ପ୍ରଚାର ପାଇଁ ଆସୁଛନ୍ତି ମୁକତାର ଆବାସ ନକଭୀ ଓ ସ୍ମୃତି ଇରାନୀ । କେନ୍ଦ୍ରାପଡ଼ା, ସାଲେପୁର ଓ ଭଦ୍ରକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୩ ତାରିଖରେ କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି ।

   Related Posts