Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ପଶ୍ଚିମ ଓଡିଶାରେ ନବୀନଙ୍କ ବିଗ୍ ସୋ: ଗୋଟିଏ ପ୍ଲାଟଫର୍ମରେ ନବ-କିଶୋର, ବିଜେପିକୁ ଟାର୍ଗେଟ କଲେ ବିଜେଡି ମୁଖିଆ, ପ୍ରଶ୍ନ ଉଠାଇଲା ବିଜେପି

24/01/2019 at 6:29 PM

ଭୁବନେଶ୍ବର ୨୪|୧: ପଶ୍ଚିମ ଓଡିଶା ମିଶନରେ ନବୀନ । ଆଜି ୨ ଜିଲ୍ଲା ଗସ୍ତକରି ନବୀନ ପ୍ରାକ୍ ନିର୍ବାଚନୀ ମାହୋଲକୁ ଗରମ କରିଛନ୍ତି । ବଲାଙ୍ଗିରକୁ ମୋଦି ଆସିବାର ଦିନ କେଇଟା ପରେ ନବୀନଙ୍କ ଝାରସୁଗୁଡା ଓ ବଲାଙ୍ଗୀର ଗସ୍ତ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି । ସେପଟେ ଝାରସୁଗୁଡାରେ ପୂର୍ବତନ କଂଗ୍ରେସ ନେତା ବିଧାୟକ ପଦ ଛାଡି ବିଜେଡିରେ ମିଶିଛନ୍ତି । ଏହି ଗସ୍ତବେଳେ ନବୀନଙ୍କ ଟାର୍ଗେଟରେ ଅଛି ବିଜେପି । ସେପଟେ ନବୀନଙ୍କ ଗସ୍ତ ଉପରେ ପ୍ରଶ୍ନ କରିଛି ବିଜେପି ।….

ପଶ୍ଚିମ ଓଡିଶାରେ ବିଗ୍ ସୋ । ଝାରସୁଗୁଡା ଓ ବଲାଙ୍ଗିରରରେ ଶକ୍ତି ପ୍ରଦର୍ଶନ କଲା ବିଜେଡି। ଏତିକିବେଳେ ଝାରସୁଗୁଡା ବିଧାୟକ ନବ ଦାସ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗଦେଇଛନ୍ତି । ସେହିଭଳି ମୋଦିଙ୍କ ବଲାଙ୍ଗିର କାର୍ଯ୍ୟକ୍ରମକୁ କାଉଣ୍ଟର କରି ନବୀନ ବଲାଙ୍ଗିରରେ ବିଜୁ ଯୁବ ବାହିନୀ ଆଞ୍ଚଳିକ ସମାବେଶ କରିଛନ୍ତି । ନବୀନଙ୍କ ପଶ୍ଚିମ ଓଡିଶା ଗସ୍ତ ବେଳେ ଟାର୍ଗେଟରେ ଥିଲା କେନ୍ଦ୍ରର ମୋଦି ସରକାର । ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ବିଳମ୍ବ ହେବା ଠାରୁ କେନ୍ଦ୍ର ଅବହେଳା ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗ ଉଠାଇ ନବୀନ ବିଜେପି ଉପରେ ବର୍ଷିଛନ୍ତି ।

ନବୀନଙ୍କ ଏହି ଗସ୍ତ ବେଳେ ଝାରସୁଗୁଡା ଜିଲ୍ଲା କଂଗ୍ରେସ ଏକପ୍ରକାର ବିଜେଡିରେ ମିଶିଯାଇଛି । ଯଦିବା ସେଠି ବିଜେଡିର ବରିଷ୍ଠ ନେତା କିଶୋର ମହାନ୍ତି ଓ ନବ ଦାସଙ୍କ ଭିତରେ ପଟେ ନାହିଁ କିନ୍ତୁ ଏ ଦୁଇଜଣ ନବୀନଙ୍କ ସହ ଗୋଟିଏ ପ୍ଲାଟଫର୍ମରେ ଏକାଠି ବସିଛନ୍ତି । ଏଥିସହିତ ନବଦାସ ବିଧାୟକ ପଦରୁ ବି ଇସ୍ତଫା ଦେଇଛନ୍ତି। ଏଣେ କଂଗ୍ରେସ କହିଛି ଏମିତି ନେତା ଆଗରୁ ପଳାଇବା ଭଲ।

ସେପଟେ ପଶ୍ଚିମ ଓଡିଶାକୁ ନବୀନଙ୍କ ତୋଫାନୀ ଗସ୍ତ ଉପରେ ପ୍ରଶ୍ନ କରିଛି ବିଜେପି । ଗୋଟିଏ ପଟେ ଯୁବକଙ୍କୁ ଏକାଠି କରିଛନ୍ତି ନବୀନ ଆଉ ଠିକ୍‌ ଏହି ସମୟରେ ରାଜ୍ୟ ସରକାରଙ୍କ ନିଯୁକ୍ତି ନୀତି କଥା ଉଠାଇଛି ବିଜେପି। ମେକ୍ ଇନ ଓଡିଶା କିଭଳି ଫେଲ୍ ମାରିଛି ତାର ହିସାବ ରଖିଛନ୍ତି ଅପରାଜିତା ଷଡଙ୍ଗୀ । ଯାହାର ଜବାବ ରଖିଛି ବିଜେଡି ।

ନବୀନ ପଶ୍ଚିମ ଓଡ଼ିଶାରେ ଫିଲ୍ଡ ସଜାଡୁଥିବା ବେଳେ ବିଜେପି ଓ କଂଗ୍ରେସ ପ୍ରଶ୍ନ ବାଣରେ ଶଙ୍ଖ ବାଟକୁ ଚେକ୍‌ ଦେବାକୁ ଚେଷ୍ଟା କରିଛନ୍ତି।

   Related Posts