Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ନବୀନ ଆରମ୍ଭ କଲେ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ,ଗୋଟିଏ ଗୁଳିରେ ୨ଟି ଶିକାର : ମହିଳାଙ୍କୁ କଲେ ସାମିଲ

5/03/2019 at 7:18 PM

ଭୁବନେଶ୍ବର ୫/୩: ଆରମ୍ଭ ହେଲା ଇସ୍ତାହାର ରାଜନୀତି ପର୍ବ । ଲୋକଙ୍କ ମନର କଥାକୁ ଇସ୍ତାହାରରେ ଯୋଡିବାକୁ ସବୁଦଳ ପ୍ରତିଯୋଗିତାରେ ମାତିଲେଣି । ବିଜେପି ଓ କଂଗ୍ରେସ ପରେ ବିଜେଡି ଆଜି ଏଭଳି କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଛି। ଲୋକଙ୍କ ପାଖକୁ ଏକ ଫର୍ମ ନେଇ ଦଳର କର୍ମି ଯିବେ ମତାମତ ସଂଗ୍ରହ ପାଇଁ ଯାହା ମତାମତ ମିଳିବ ତାକୁ ଇସ୍ତାହାରରେ ଯୋଡିବ ଦଳ । ଘରେଘରେ ଶଙ୍ଖ ନାରା ଦେଇ ନବୀନ ଆଜି ଏଭଳି କାର୍ଯ୍ୟକ୍ରମକୁ ଆରମ୍ଭ କରିଛନ୍ତି । ବିରୋଧି କହିଛନ୍ତି କପି ପେଷ୍ଟ ।..…

ଘରେ ଘରେ ଶଙ୍ଖ । ମତାମତ ଦିଅନ୍ତି ଆପଣ—ପାଳନ କରନ୍ତି ନବୀନ । ବିଜୁ ଜୟନ୍ତିରେ ଏଭଳି ନାରା ନେଇ ଆଜି ମୈଦାନକୁ ଓହ୍ଲାଇଛି ବିଜେଡି । ଭୁବନେଶ୍ବର ଉପକଣ୍ଠ ଜଟଣୀ ନିର୍ବାଚନ ମଣ୍ଡଳୀର କଣ୍ଟିଲୋ ଗାଁରୁ ନବୀନ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ବିଜେଡି ଯେଭଳି ସବୁଘରେ ପହଁଚିବ ତାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ପ୍ରଥମତଃ ଯେଉଁ ଫର୍ମ ନେଇ ବିଜେଡି କର୍ମି ଘରକୁ ଘର ବୁଲିବେ ସେଥିରେ ମୁଖ୍ୟତଃ ୩ଟି ପ୍ରଶ୍ନ ରହିଛି । ୧- ରାଜ୍ୟ ସରକାରଙ୍କ ଯେଇଁ ସବୁ ଯୋଜନା ଚାଲୁଛି ସେଥିରୁ କେଉଁ  ଯୋଜନା ରହିବା ଉଚିତ ୨- ଲୋକମାନେ କେଉଁ ଯୋଜନା ଲାଗୁ କରିବାକୁ ଚାହୁଁଚନ୍ତି । ୩- ରାଜ୍ୟ ସରକାର କେନ୍ଦ୍ର ନିକଟରେ କେଉଁ ଯୋଜନା ଉପସ୍ଥାପନ କରିବା ଉଚିତ। ଏସବୁ ପ୍ରଶ୍ନର ଉତ୍ତର ମିଳିବା ପରେ ଏହାକୁ  ଇସ୍ତାହାରରେ ସାମିଲ କରିବାକୁ ବିଜେଡି ନିଷ୍ପତ୍ତି ନେଇଛି ।

ଏଭଳି କାର୍ଯ୍ୟକ୍ରମ କରି ବିଜେଡି ଗୋଟିଏ ଗୁଳିରେ ୨ଟି ଶିକାର କରିବାକୁ ଚାହୁଁଛି । ପ୍ରଥମେ ଏହି କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ସାମିଲ କରି ମହିଳା ଭୋଟକୁ ହାତେଇବା ଏବଂ ଲୋକଙ୍କ କଥାକୁ ଇସ୍ତାହାରରେ ପ୍ରକାଶ କରି ସେମାନଙ୍କୁ ଦଳ ଗୁରୁତ୍ବ ଦେଉଛି ବୋଲି ବାର୍ତ୍ତା ଦେବା। କିନ୍ତୁ ବିଜେଡିର ଏ କାର୍ଯ୍ୟକ୍ରମ ପୂର୍ବରୁ ବିଜେପି ଓ କଂଗ୍ରେସ ଲୋକଙ୍କ ପାଖକୁ ଯାଇ ଇସ୍ତାହାରରରେ କଣ ପ୍ରସଙ୍ଗ ରହିବ ସେନେଇ ମତାମତ ସଂଗ୍ରହ ପ୍ରକ୍ରିୟା ଜାରି ରଖିଛନ୍ତି । ସେଇଥିପାଇଁ ବିଜେଡି କାର୍ଯ୍ୟକ୍ରମକୁ କପି ପେଷ୍ଟ କହିଛି ବିଜେପି ।

ଆଉ ମାତ୍ର ୩-୪ ଦିନ ଭିତରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ଆଚରଣ ବିଦ୍ଧି ଲାଗୁ ହେବାପରେ ସରକାରୀ କାର୍ଯ୍ୟକ୍ରମ ବନ୍ଦ ହୋଇଯିବ ଆଉ ସବୁ ଦଳ ସିଧା ମୈଦାନକୁ ଓହ୍ଲାଇବେ । ସେଥିପାଇଁ ଇସ୍ତାହାର ଆଳରେ ଆଗୁଆ ଲୋକଙ୍କ ପାଖକୁ ଯିବାକୁ ଏଭଳି ପ୍ରୟାସ କରୁଛନ୍ତି ।

   Related Posts