Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ରିକ୍ତ ୩ ରାଜ୍ୟସଭା ଆସନ ନିମନ୍ତେ ପ୍ରାର୍ଥୀ ଘୋଷଣା କଲେ ନବୀନ

21/06/2019 at 8:40 PM

ଭୁବନେଶ୍ୱର ୨୧।୬: ରାଜ୍ୟସଭା ପାଇଁ  ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏଥିରେ  ବିଜେଡି ଆଇଟି ସେଲ୍ ମୁଖ୍ୟ ଅମର ପଟ୍ଟନାୟକ, ଦଳର ମୁଖପାତ୍ର ସସ୍ମିତ୍ ପାତ୍ର ଓ ପୂର୍ବତନ ଆଇଏଏସ୍ ଅଫିସର ଅଶ୍ୱିନୀ ବୈଷ୍ଣବଙ୍କୁ ଦଳ ପକ୍ଷରୁ ରାଜ୍ୟସଭା ପାଇଁ  ପ୍ରାର୍ଥୀ କରାଯାଇଥିବା ନବୀନ କହିଛନ୍ତି।  

ରାଜ୍ୟସଭା ସଦସ୍ୟ ଥିବା ଅଚ୍ୟୁତ ସାମନ୍ତ, ପ୍ରତାପ ଦେବ ଲୋକସଭା ଓ ସୌମ୍ୟରଞ୍ଜନ ପଟ୍ଟନାୟକ ଗତ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ସଂସଦୀୟ ପଦପଦବୀ ମଣ୍ଡନ କରିବା ନିମନ୍ତେ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ଅଚ୍ୟୁତ କନ୍ଧମାଲ ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବେଳେ ପ୍ରତାପ ଆଳି ବିଧାନସଭା ଓ ସୌମ୍ୟ  ଖଣ୍ଡପଡା ବିଧାନସଭା ନିର୍ବାଚନ ମଣ୍ଡଳିରୁ ନିର୍ବାଚିତ ହୋଇଛନ୍ତି। ଏଣୁ ସେମାନେ ରାଜ୍ୟସଭାରୁ ଇସ୍ତଫା ଦେଇଥିବା ବେଳେ ସେମାନଙ୍କ ଆସନ ଖାଲିପଡିଥିଲା। ଏଥିପାଇଁ ନବୀନ ଶୁକ୍ରବାର ଦଳୀୟ ପ୍ରାର୍ଥୀ ଘୋଷଣା କରିବା ପରେ ଏ ନେଇ ଜାରି କଳ୍ପନା ଜଳ୍ପନାରେ ବିରାମ ଲାଗିଛି।

ଏହି ସବୁ ରାଜ୍ୟସଭା ଆସନ ନିମନ୍ତେ ଗତ ନିର୍ବାଚନରେ ଦଳୀୟ ଟିକଟ ପାଇ ନଥିବା ନେତା ଓ ଟିକଟ ପାଇ ହାରିଯାଇଥିବା ହେଭିୱେଟ୍ ଲବିରେ ଥିଲେ। ଏପରିକି ଗତ ସାଧାରଣ ନିର୍ବାଚନ ବେଳେ  ଟିକଟ ବଣ୍ଟନ ସମୟରେ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ପଠାଯିବ ବୋଲି ନିଜେ ନବୀନ ଘୋଷଣା କରିଥିଲେ । ସେହିପରି  ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ମଧ୍ୟ ନବୀନ ରାଜ୍ୟସଭା ପ୍ରତିଶ୍ରୁତି ଦେଇଥିବା ଚର୍ଚ୍ଚା ହୋଉଥିଲା । ତେବେ ନବୀନଙ୍କ ଏହି ଘୋଷଣା ପରେ ଚର୍ଚ୍ଚାରେ ବୀରାମ ଲାଗିଛି। ତେବେ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ନେଇ ସ୍ପଷ୍ଟୀକରଣ ଦେଇଛନ୍ତି ନବୀନ । ଅଶ୍ୱିନୀ ବିଜେପି ପ୍ରାର୍ଥୀ, ହେଲେ ତାଙ୍କୁ ବିଜେଡି ସମର୍ଥନ କରିବ । ଏନେଇ ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ସ୍ୱତନ୍ତ୍ର ଅନୁରୋଧ କରିଥିବା କହିଛନ୍ତି ନବୀନ ।

   Related Posts