Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ନବୀନ ଓ ଧର୍ମେନ୍ଦ୍ରଙ୍କ ଜୋରଦାର ପ୍ରଚାର, କାଲି କେନ୍ଦ୍ରାପଡା ଆସୁଛନ୍ତି ମୋଦି

22/04/2019 at 6:23 PM

ଭୁବନେଶ୍ବର୨୨|୪: ପୂର୍ବରୁ ରାଜ୍ୟରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେଉଥିଲା । ଏଥର କିନ୍ତୁ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି । ତେଣୁ ପ୍ରଚାର ପାଇଁ ନେତାଙ୍କ ହାତରେ ଢ଼େର ସମୟ । ରାଜ୍ୟର ବିଭନ୍ନ ସ୍ଥାନରେ ସଭା,ଶୋଭାଯାତ୍ରା ସମାବେଶ ପରେ ଏବେ ଫେଜ ୱାଇଜ୍‌ ଇଲେକ୍ସନ ପାଇଁ ଚାଲିଛି ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ପାଇଁ ବିଜେପି ବିଜେଡି ମଧ୍ୟରେ ଟକ୍କର ଜୋର ଧରିଛି । ସେପଟେ କିନ୍ତୁ ଉଠିବ କଂଗ୍ରେସ, ହସିବ ଓଡ଼ିଶା ନାରା ଦେଇ ଯେମିତି ଶୋଇପଡ଼ିଛି ରାଜ୍ୟ କଂଗ୍ରେସ । ରାତି ପାହିଲେ ତୃତୀୟ ପର୍ଯ୍ୟାୟ ନିର୍ବାଚନ କିନ୍ତୁ କେନ୍ଦ୍ର ନେତୃତ୍ବଙ୍କ ଦେଖା ନାହିଁ…

ଶେଷ ଲଢ଼େଇ ପାଇଁ ପ୍ରଚାର ଜୋର । ଆସନ୍ତା ୨୯ରେ ଚତୁର୍ଥ ପର୍ଯ୍ୟାୟ ଭୋଟ ପାଇଁ ପ୍ରଚାର ଜୋର ଧରିଛି। ଆଜି ନିଆଳି, ପାରାଦୀପ, ଜଗତସିଂହପୁର, ଓ ଯାଜପୁରରେ ମାରାଥନ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ନିବେଦନ କରିବା ସହ ଦଳର ସଫଳତା ଏବଂ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ।ସେହିପରି କାଳିଆ ଯୋଜନାକୁ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି।  ମିଛ, ହିଂସା  ଏବଂ ଗୁଣ୍ଡାଗର୍ଦ୍ଦି ଭାରତୀୟ ଜନତା ପାର୍ଟିରେ ମୁଖ୍ୟ ଏଜେଣ୍ଡା ବୋଲି କହିଛନ୍ତି ।

ଚାଷୀଙ୍କ ପାଇଁ ଯୋଜନାକୁ ବିଜେଡି ହାଇଲାଇଟ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାରକୁ ବିରୋଧ କରିଛି ନବ ନିର୍ମାଣ କୃଷକ ସଂଗଠନ। ଜଗତସିଂହପୁରରେ ସଂଗଠନର କର୍ମକର୍ତ୍ତା ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଆଗକୁ ଆସି ବିରୋଧ ପ୍ରଦର୍ଶନ କରିଥିଲେ ।

ବିଜେଡି ପରି ବିଜେପି ମଧ୍ୟ ପ୍ରଚାର ଅଭିଯାନକୁ ଜୋରଦାର କରିଛି । କେନ୍ଦ୍ରୀୟ ନେତୃତ୍ବ ଘନଘନ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ମାରାଥନ ପ୍ରଚାର ଚଳାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଜି ନିମାପଡ଼ା, କାକଟପୁର, ନିଆଳି, ପାରାଦୀପ, ଭଦ୍ରକ ଓ ଜଗତସିଂହପୁରରେ ଦଳୀୟ କର୍ମୀଙ୍କ ପାଇଁ ପ୍ରଚାର କରିଛନ୍ତି । ନିମାପଡ଼ା ବାରବାଟୀ ପଡ଼ିଆରୁ ପ୍ରଚାର ଅଭିଯାନ ଆରମ୍ଭ କରି ରୋଡ୍‌ ସୋ କରିଛନ୍ତି । ନିମାପଡ଼ାରେ ବିଜେପି ପ୍ରାର୍ଥୀ ପ୍ରଭାତି ପରିଡାଙ୍କ ପାଇଁ ଭେ।ଟ୍ ମାଗିଛନ୍ତି । ଏହାପରେ କାକଟପୁର ବଲରାରେ ସାଧାରଣା ସଭା କରିଥିଲେ । ସେହିପରି ଧାମନଗରରେ ବିଜୟ ସଂକଳ୍ପ ସଭାରେ ଯୋଗଦେଇ ବିଷ୍ଣୁ ସେଠୀ ଓ ଅଭିମନ୍ୟୁ ସେଠୀଙ୍କ ପାଇଁ ଭୋଟ ମାଗିଛନ୍ତି ।

ଶେଷ ପର୍ଯ୍ୟାୟରେ ୬ ଲୋକସଭା ଓ ୪୨ ବିଧାନସଭାରେ ମତଦାନ ହେବ । ତୃତୀୟ ପର୍ଯ୍ୟାୟରେ ଉପକୂଳ ଓଡ଼ିଶାର ଗୁରୁତ୍ବପୂର୍ଣ୍ଣ ଆସନ ଗୁଡ଼ିକରେ ମତଦାନ ହେବ । ଏହି ପର୍ଯ୍ୟାୟରେ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବାଲେଶ୍ବର ଓ କେନ୍ଦ୍ରାପଡ଼ାରେ ପ୍ରଚାର ପାଇଁ ଆସୁଛନ୍ତି। କେନ୍ଦ୍ରାପଡାର ବାରୁଅ ପଡିଆରେ ବିଜେପି ପକ୍ଷରୁ ଆୟୋଜିତ ଏକ ନିର୍ବ।ଚନୀ ସଭାରେ ଯୋଗଦେବେ ମୋଦି। ସେପଟେ ରାହୁଲ ଗାନ୍ଧି ମଧ୍ୟ ବାଲେଶ୍ବର ଓ ଭଣ୍ଡାରୀପୋଖରୀରେ ପ୍ରଚାର ପାଇଁ ଆସୁଛନ୍ତି। ୨୬ ତାରିଖରେ ଆସିବେ ରାହୁଲ।

ଚତୁର୍ଥ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା,ଜଗତସିଂହପୁର, ଯାଜପୁର ପରି ଗୁରୁତ୍ବପୂର୍ଣ୍ଣ ଲୋକସଭା ଆସନ ରହୁଛି । ଏହି ପର୍ଯ୍ୟାୟ ହିଁ ଏଥର ସରକାର ଗଠନର ନିର୍ଣ୍ଣାୟକ ଭୂମିକା ନେବ। 

   Related Posts