ଏପଟେ ଚାଲିଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆଉ ସେପଟେ ବିଭିନ୍ନ ସ୍ଥାନରେ ସଭା କରି ଲୋକଙ୍କୁ ଭୋଟ ମାଗୁଥିଲେ ନବୀନ ଓ ଧର୍ମେନ୍ଦ୍ର

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର ୧୧|୪: ଗୋଟେପଟେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଚାଲିଥିବା ବେଳେ ଅନ୍ୟପଟେ ବାକି ପର୍ଯ୍ୟାୟ ଲାଗି ଚାଲିଥିଲା ମାରାଥନ ସଭା । ପ୍ରଚାର ମଇଦାନରେ ବେଶ୍ ଝାଳ ବୁହାଇଥିଲେ ନବୀନ ଓ ଧର୍ମେନ୍ଦ୍ର । ସେପଟେ କାଲି ପୁଣି ଆସୁଛନ୍ତି ଅମିତ୍ ଶାହା । ୧୬ରେ ଆସିବେ ମୋଦି ।

{"id":102549}

ଏପଟେ ଚାଲିଥିଲା ପ୍ରଥମ ପର୍ଯ୍ୟାୟ ଭୋଟ୍ । ଆଉ ସେପଟେ ବାକି ପର୍ଯ୍ୟାୟ ଲାଗି ଭୋଟ୍ ମାଗୁଥିଲେ ନବୀନ, ଧର୍ମେନ୍ଦ୍ର । ସୁବର୍ଣ୍ଣପୁର, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାରାଥନ୍ ସଭା କରିଥିଲେ ନବୀନ । ବୀର ମହାରାଜପୁରର କଇରାଝୁଲିରେ ଚିରାଚରିତ ଭାବେ କେନ୍ଦ୍ର ଉପରେ ବର୍ଷିଥିଲେ ନବୀନ । ନିର୍ବାଚନ ସମୟରେ ବଡ଼ ବଡ଼ ନେତା ଓଡ଼ିଶା ଆସିବେ, ହେଲେ ମୁଁ ତମ ସହ ଅଛି ରହିବି ବୋଲି କହିଥିଲେ ।

{"id":102550}

କାଳିଆ ପ୍ରସଙ୍ଗରେ ପୁରୁଣା କଥା ଦୋହରାଇ କହିଥିଲେ, ମୁଁ ଥିବା ଯାଏଁ କାଳିଆ ଟଙ୍କାକୁ କେହି ଅଟକାଇ ପାରିବେ ନାହିଁ । ସେହିଭଳି ବୌଦ୍ଧର ପୁରୁଣା କଟକ ଓ କନ୍ଧମାଳର ଫିରିଙ୍ଗିଆ ଓ ଦାରିଙ୍ଗିବାଡ଼ିର ସାଧାରଣ ସଭାରେ କେନ୍ଦ୍ର ଅବହେଳାକୁ ପ୍ରସଙ୍ଗ କରିଥିଲେ ନବୀନ । ମହିଳା ସଶକ୍ତିକରଣ କଥା ବି ଉଠାଇଥିଲେ । ଏହି ସମସ୍ତ ସଭାରେ ନବୀନଙ୍କ ସହ ବିଜେଡିର ପ୍ରାର୍ଥୀମାନେ ଉପସ୍ଥିତ ଥିଲେ ।

{"id":102551}

ସେପଟେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ପ୍ରଚାର ମୈଦାନରେ ବେଶ୍ ଝାଳ ବୁହାଇଥିଲେ । ଗଞ୍ଜାମ ଜିଲ୍ଲାର ଆସ୍କା, କବିସୂର୍ଯ୍ୟନଗର, ଖଲିକୋଟରେ ସାଧାରଣ ସଭାରେ ଯୋଗ ଦେଇ ବିଜେଡି ଉପରେ ବର୍ଷିଥିଲେ ।

{"id":102554}

ଆସ୍କାର ଚିନିକଳ, ବେରୋଜଗାରୀ, ଜଳସେଚନ ଭଳି ସ୍ଥାନୀୟ ମୁଦ୍ଦା ଉଠାଇଥିବା ବେଳେ କୁନ୍ଦୁଲି ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏହା ସହ ନବୀନଙ୍କ ପରେ ପରେ କନ୍ଧମାଳର ଫିରିଙ୍ଗିଆରେ ପହଞ୍ଚି କେନ୍ଦ୍ର ସରକାରଙ୍କ ସଫଳତାର ହିସାବ ଥୋଇଥିଲେ ଧର୍ମେନ୍ଦ୍ର।

{"id":102552}

ସେପଟେ ବିଜେପି ମୋଦି-ଶାହାଙ୍କ ସାନି କାର୍ଯ୍ୟକ୍ରମ ବି ଫାଇନାଲ କରିଛି । କାଲି ଆସିବେ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହା । ସେ ପୂର୍ବାହ୍ନ ୧୧ଟାରେ କେନ୍ଦୁଝରରେ ବିଜୟ ସଙ୍କଳ୍ପ ସମାବେଶରେ ଉଦବୋଧନ ଦେବେ । ସେହିଭଳି ଏପ୍ରିଲ ୧୬ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁର ଓ ଭୁବନେଶ୍ବରରେ ନିର୍ବାଚନୀ ସଭା କରିବେ ।  ଏପ୍ରିଲ ୧୭ରେ ପୁଣି ଅମିତ ଶାହା ଆସି କଟକ ଜିଲ୍ଲାର ବଡ଼ମ୍ବା ଓ ଢେଙ୍କାନାଳଠାରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ।

{"id":102553}

ବିଜେଡି-ବିଜେପି ମଧ୍ୟରେ ନବୀନ ପ୍ରଚାରକୁ ନେଇ ଚାଲିଛି ବିଗ୍ ଫାଇଟ୍ । ବିଜେଡି ଲାଗି ଏକା ନବୀନ ଭରସା ହୋଇଥିବା ବେଳେ, ବିଜେପି ଲାଗି ମୋଦି-ଶାହା-ଧର୍ମେନ୍ଦ୍ର କରୁଛନ୍ତି ମିଳିତ ଆଟାକ୍ ।

{"id":102556}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.