ଯୁଦ୍ଧର ଶେଷ ଦିନରେ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର ୨ ଟଲ୍ ଫିଗର ନବୀନ ଓ ଶାହା

Published By : Prameya-News7 Bureau | April 27, 2019 IST

ଭୁବନେଶ୍ୱର ୨୭/୪ : ସରିଛି ଚତୁର୍ଥ ପର୍ଯ୍ୟାୟ ଲାଗି ପ୍ରଚାର । ଶେଷ ଦିନରେ ଦେଖିବାକୁ ମିଳିଛି ଘମାଘୋଟ ଲଢେଇ । ନବୀନ ଓ ଶାହା କରିଛନ୍ତି ମାରାଥନ ପ୍ରଚାର । କେନ୍ଦ୍ରାପଡ଼ାରେ ମୋଦିଙ୍କୁ ନବୀନ ନିଶାନା ସାଧିଥିବା ବେଳେ ମୋରଡ଼ା ଓ ସୁକିନ୍ଦାରରେ ନବୀନଙ୍କ ବିରୋଧରେ ଗର୍ଜିଛନ୍ତି ଶାହା ।

{"id":108154}

ମୋଦିଙ୍କୁ ପୁଣି ଟାର୍ଗେଟ୍‌ କଲେ ନବୀନ । ନବୀନଙ୍କ ବିରୋଧରେ ଗର୍ଜିଲେ ଶାହା ।  ରାଜ୍ୟରେ ଆଜି ୧୯ ଲଢେଇ ଲାଗି ପ୍ରଚାର ସରିଛି। ହେଲେ ଯୁଦ୍ଧର ଶେଷ ଦିନରେ ମୈଦାନରେ ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପିର ୨ ଟଲ୍ ଫିଗର । କେନ୍ଦ୍ରାପଡ଼ାର ବିଭିନ୍ନ ସ୍ଥାନରେ ବିଜେଡି ସଭାପତି ନବୀନ ପଟ୍ଟନାୟକ କରିଥିଲେ ରୋଡ୍ ସୋ । ଆଉ ଟାର୍ଗେଟର ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି ନିର୍ବାଚନ ବେଳେ ମାସକୁ ୧୦ ଥର ଆସୁଛନ୍ତି । କିନ୍ତୁ ବାତ୍ୟା, ବନ୍ୟା ବେଳେ ଦେଖା ଦେଇନାହାନ୍ତି ।

{"id":108155}

ସେ ନିଜେ କେନ୍ଦ୍ରାପଡ଼ା ବିକାଶର ଦାୟିତ୍ବ ନେବେ ବୋଲି ଭୋଟରଙ୍କୁ ଆଶ୍ବାସନା ଦେଇଛନ୍ତି ନବୀନ । ସେପଟେ ମୟୂରଭଞ୍ଜ ମୋରଡ଼ାରେ ବିଜେପି ବିଜୟ ସଂକଳ୍ପ ସଭାରେ ନବୀନଙ୍କ ଉପରେ ଗରମ ତେୱର ଦେଖାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା । ମୋଦିଙ୍କ ବିକାଶକୁ ଓଡ଼ିଶାରେ ପହଞ୍ଚାଇବାକୁ ହେଲେ ରାଜ୍ୟରେ ବି ପଦ୍ମ ଫୁଟିବା ଦରକାର ବୋଲି ସେ କହିଛନ୍ତି । ଭୋଟରଙ୍କୁ ଆକୃଷ୍ଟ କରିବାକୁ ଦେଇଛନ୍ତି ଅନେକ ପ୍ରତିଶ୍ରୁତି ।

{"id":108156}

ମୋରଡ଼ା ପରେ ଯାଜପୁରର ସୁକିନ୍ଦାରେ ଶାହା କରିଥିଲେ ନିର୍ବାଚନ ପ୍ରଚାର। ସେଠି ବି ସମାନ ଷ୍ଟାଇଲରେ ନବୀନଙ୍କୁ ଆଟାକ୍ କରିଛନ୍ତି । ୧୯ ବର୍ଷ ହେଲା ବିଜେଡି ସରକାର ଭ୍ରଷ୍ଟାଚାରରେ ଲିପ୍ତ ଥିବା କହିଛନ୍ତି । ଏହା ସହ ଆୟୁଷ୍ମାନ, ପିଏମ କିସାନ ଭଳି ଯୋଜନା କାହିଁକି ରାଜ୍ୟରେ ଲାଗୁ ହେଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ଦେଶର ସବୁଠି ମୋଦି ଲହର ଦେଖୁଛନ୍ତି ବୋଲି ଶାହା କହିଛନ୍ତି । ଅନ୍ୟପଟେ ଶେଷଦିନରେ କେନ୍ଦ୍ରାପଡ଼ାରେ ହିଁ ନିଜର ସବୁ ଶକ୍ତି ଖଟାଇଥିଲେ ନବୀନ । ହାଇଟେକ ବସରେ ଆଳି, ପଟ୍ଟାମୁଣ୍ଡାଇ ଆଦି ଗସ୍ତ କରିଥିଲେ । ବିଜେପି ଲାଗି ଓଡ଼ିଶା ନୁହେଁ ବରଂ କେବଳ ଭୋଟ ହିଁ ମୂଲ୍ୟବାନ ବୋଲି ଅଭିଯୋଗ କରିଛନ୍ତି ନବୀନ ।

{"id":108158}

ଆଜି ଖରା ତାତି ଅସହ୍ୟ ଥିଲା । ହେଲେ ପ୍ରଚାରର ତାତି ତାକୁ ବି ବଳି ଯାଇଥିଲା । ସଂଧ୍ୟା ୬ ପରେ ଚତୁର୍ଥ ପର୍ଯ୍ୟାୟ ମାନେ ରାଜ୍ୟର ଶେଷ ପର୍ଯ୍ୟାୟର ଭୋଟ୍ ପ୍ରଚାର ସରିଛି । ଦେଖିବାକୁ ବାକି ରହିଛି କାହା ପ୍ରଚାରରେ ଥିଲା କେତେ ଦମ୍ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.