ୱେଷ୍ଟଇଣ୍ଡିଜ ବିପକ୍ଷରେ ଭଲ ବୋଲିଂ ପ୍ରଦର୍ଶନ କରିଥିବା ନବାଗତ ନବଦୀପଙ୍କୁ ଲାଗିଲା ବଡ ଝଟକା: ଆଇସିସି ଦେଲା ଏହି ଦଣ୍ଡ

Published By : Prameya-News7 Bureau | August 06, 2019 IST

ନୂଆଦିଲ୍ଲୀ୬|୮: ଓ୍ବେଷ୍ଟଇଣ୍ଡିଜ ବିରୋଧରେ ପ୍ରଥମ ଟି-୨୦ ମ୍ୟାଚରେ ସୁନ୍ଦର ବୋଲିଂ କରି ୩ ଓ୍ବିକେଟ ଅକ୍ତିଆର କରିଥିବା ନବଦୀପ ସାଇନୀ ଅଡ଼ୁଆରେ ପଡ଼ିଛନ୍ତି। ଫ୍ଲୋରିଡାରେ ଖେଳାଯାଉଥିବା ଟି-୨୦ ମ୍ୟାଚ​‌ରେ ନବଦୀପ ସାଇନ ଆଇସିସି କୋଡ ଅଫ୍ କଣ୍ଡକ୍ଟ ନିୟମ ଉଲ୍ଲଘନ କରିଥିଲେ। ଏଥିପାଇଁ ନବଦୀପଙ୍କୁ ମଧ୍ୟ ଆଇସିସି ପକ୍ଷରୁ ଚେତାବନୀ ଦିଆଯାଇଛି।

ଫ୍ଲୋରିଡାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଖେଳାଳୀ ନିକୋଲସ ପୁରନ୍‌ ଙ୍କୁ ନବଦୀପ ଆଉଟ୍ କରିଥିଲେ।ଏହି ଆଉଟ୍ ପରେ ନବଦୀପ ଯେଉଁଭଳି ପଡ଼ିଆରେ ଆଚରଣ ଦେଖାଇଥିଲେ, ଏହା ଆଇସିସି କୋଡ୍ ଅଫ୍ କଣ୍ଡକ୍ଟର ନିୟମକୁ ଉଲଂଘନ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ଇନିଂସର ଚତୁର୍ଥ ଓଭରରେ ନିକୋଲସ ପୁରନ୍ଙ୍କୁ ନବଦୀପ ଆଉଟ କରିଥିଲେ।

ନବଦୀପଙ୍କ ଏହିଭଳି କରକତ ପାଇଁ ଆଇସିସି ତାଙ୍କୁ ଚେତାବନୀ ଦେଇଛି। ଏଥିସହ ଏହିଭଳି ପଡ଼ିଆରେ କରିବା ଭୁଲ ବୋଲି ନବଦୀପ ସ୍ବୀକାର କରିଛନ୍ତି।ପ୍ରଥମ ଟି-୨୦ ମ୍ୟାଚରେ ନବଦୀପଙ୍କ ଦମଦାର ବୋଲିଂ ପାଇଁ ଭାରତ ୪ ଓ୍ବିକେଟ ବିଜୟ ହାସଲ କରିଥିଲା।

ନବଦୀପ ପ୍ରଥମ ମ୍ୟାଚରେ ୧୭ ରନ୍‌ ଦେଇ ୩ ଓ୍ବିକେଟ ହାସଲ କରିଥିଲେ। ଏଥିସହ ଦ୍ବିତୀୟ ମ୍ୟାଚରେ ମଧ୍ୟ କମ୍ ରନ ଦେଇ ଭଲ ବୋଲିଂ ପ୍ରଦର୍ଶନ କରିଥିଲେ। ଭାରତୀୟ ଟିମ ୨-୦ ମ୍ୟାଚ ଜିତି ସିରିଜ କବଜା କରିସାରିଛି। ଆଜି ଅନ୍ତିମ ମ୍ୟାଚ ଟି-୨୦ ମ୍ୟାଚ ଗୁୟାନରେ ଖେଳାଯିବ।ଏହି ଟି-୨୦ ସିରିଜ୍ ପରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଟିମ ଏକଦିବସୀୟ ଓ ଟେଷ୍ଟ ମ୍ୟାଚ ଖେଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.