ମା'ଙ୍କ ଏହି ମନ୍ଦିରରେ ୪୦ ଦିନ ଯାଏଁ ଦୀପ ଜାଳିଲେ ପୂରଣ ହୋଇଥାଏ ସବୁ ମନୋସ୍କାମନା

Published By : Prameya-News7 Bureau | October 01, 2021 IST

ଭୁବନେଶ୍ୱର ୦୧/୧୦ : ମା' ଦୁର୍ଗାଙ୍କ ବିଭିନ୍ନ ରୂପକୁ ଶକ୍ତିର ପ୍ରତୀକ ବୋଲି ବିଶ୍ବସ କରାଯାଏ। ନବରାତ୍ରିରେ ମା'ଙ୍କ ୯ ସ୍ୱରୂପକୁ ପୂଜା କରାଯାଇଥାଏ। ଦେଶରେ ମା'ଙ୍କର ଅନେକ ଚମତ୍କାରୀ ମନ୍ଦିର ଅଛି। ଏହି ମନ୍ଦିରମାନଙ୍କରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗି ରହିଥାଏ। ଭକ୍ତଙ୍କ ବିଶ୍ୱାସ ଏହି ମନ୍ଦିରରେ ମା'ଙ୍କ ଦର୍ଶନ ମାତ୍ରେ ସବୁ ମନୋସ୍କାମନା ପୂରଣ ହୋଇଥାଏ। ମେରଠରେ ନଵଚଣ୍ଡୀ ମାତାଙ୍କ ଏମିତି ଏକ ପ୍ରସିଦ୍ଧ ମନ୍ଦିର ଅଛି। ଏହା କେଇ ହଜାର ବର୍ଷ ପୂର୍ବେ ସ୍ଥାପନା କରାଯାଇଥିଲା ବୋଲି କୁହାଯାଏ। ଏହି ମନ୍ଦିରର ଖ୍ୟାତି ଅନେକ। କୁହାଯାଏ ଯେ କେବଳ ହିନ୍ଦୁ ହିଁ ନୁହେଁ ବରଂ ମୁସଲିମ ଧର୍ମ ଲୋକେ ମଧ୍ୟ ଏହି ମନ୍ଦିରରେ ମା'ଙ୍କୁ ଦର୍ଶନ କରିଥାନ୍ତି | ଏହି ମନ୍ଦିରରେ ଶହ ଶହ ବର୍ଷ ପୁରୁଣା ଏକ ଖଣ୍ଡା ଅଛି। ଏହି ଖଣ୍ଡା ବ୍ରିଟିଶ ଅମଳର ବୋଲି କୁହାଯାଏ। ମା'ଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତ ଏହି ଖଣ୍ଡାକୁ ମଧ୍ୟ ପୂଜା କରନ୍ତି। ଦଶହରା ଅବସରରେ ବିଧି ବିଧାନ ଅନୁସାରେ ଏହି ଖଣ୍ଡାକୁ ପୂଜା କରାଯାଇଥାଏ।

ପ୍ରତି ବର୍ଷ ଏଠାରେ ନୌଚନ୍ଦି ମେଳା ଲାଗେ। ଏହି ମେଳା ବହୁତ ପ୍ରସିଦ୍ଧ। ଏହି ମେଳା ମେରଠର ପରିଚୟ। ନଵଚଣ୍ଡୀ ମନ୍ଦିରର ଠିକ ସାମ୍ନାରେ ଏକ ମଜାର ଅଛି। ହିନ୍ଦୁ ଧର୍ମାବଲମ୍ବୀ ଯେତେବେଳେ ମନ୍ଦିର ଦର୍ଶନ ପାଇଁ ଆସନ୍ତି ମଜାର ଯାଆନ୍ତି। ମୁସଲିମ ଧର୍ମାବଲମ୍ବୀ ଯେତେବେଳେ ମଜାର ଆସନ୍ତି ସେମାନେ ମଧ୍ୟ ମନ୍ଦିରରେ ଦର୍ଶନ କରନ୍ତି।

{"id":520657,"sizeSlug":"full","linkDestination":"none"}

କୁହାଯାଏ ଯେ ନଵଚଣ୍ଡୀ ମାତାଙ୍କ ମନ୍ଦିରରେ ଯେଉଁ ଭକ୍ତ ଲଗାତାର ମା'ଙ୍କୁ ଦର୍ଶନ କରି ୪୦ ଦିନ ଦୀପ ଜାଳେ ଓ ପ୍ରସାଦ ଅର୍ପଣ କରେ ମା' ତାଙ୍କ ମନୋସ୍କାମନା ନିଶ୍ଚୟ ପୂରଣ କରନ୍ତି। କିମ୍ବଦନ୍ତୀ କହେ, ନଵଚଣ୍ଡୀ ମା'ଙ୍କ ମନ୍ଦିର ଲଙ୍କାପତି ରାବଣଙ୍କ ପତ୍ନୀ ମନ୍ଦୋଦରୀ ସ୍ଥାପନା କରିଥିଲେ। ସେ ହିଁ ଏହି ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ଏହି ମନ୍ଦିର ଯାଏଁ ପହଂଚିବାକୁ ସେ ଏକ ଗୁପ୍ତ ରାସ୍ତା ମଧ୍ୟ ତିଆରି କରିଥିଲେ। ସେ ଏହି ଗୁପ୍ତ ରାସ୍ତା ଦେଇ ପୂଜା କରିବାକୁ ଆସୁଥିଲେ।

ନଵଚଣ୍ଡୀ ମାତା ମନ୍ଦିର ଦିଲ୍ଲୀରୁ ୬୫ କିଲୋମିଟର ଦୂର। ଏଠାରୁ ସିଟି ବସ ସାହାଯ୍ୟରେ ନୌଚନ୍ଦି ଗ୍ରାଉଣ୍ଡ ପହଞ୍ଚି ପାରିବେ। ଏଠାରୁ ମାତାଙ୍କ ମନ୍ଦିର ମାତ୍ର ୩ କିଲୋମିଟର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.