Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୭୫ ସିଟ୍‌ରେ ପ୍ରାର୍ଥୀ ଦେବ ଜେଡିୟୁ ! ବିଜେପି ପାଇଁ ମୁଣ୍ଡବିନ୍ଧାର କାରଣ ହେବେ କି ନୀତିଶ କୁମାର?

17/12/2020 at 5:03 PM

କୋଲକାତା ୧୭/୧୨ : ବିହାରରେ ଏନଡିଏ ମହାମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ହୋଇଥିବା ନୀତିଶ କୁମାର ପଶ୍ଚିମବଙ୍ଗରେ କିନ୍ତୁ ଭିନ୍ନ ରୂପ ଦେଖାଇଛନ୍ତି । ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଲଢିବାକୁ ଘୋଷଣା କରିଛି ନୀତିଶ କୁମାରଙ୍କ ଜେଡିୟୁ । ବରିଷ୍ଠ ନେତା ଗୁଲାମ ରସୁଲ ଓ୍ବଲୟାବୀ କହିଛନ୍ତି ଯେ, ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜେଡିୟୁ ୭୫ ଟି ଆସନ​‌ରେ ପ୍ରତିଦ୍ବନ୍ଦିତା କରିବ । ପଶ୍ଚିମବଙ୍ଗରେ ଆଗାମୀ ରଣନୀତି ପ୍ରସ୍ତୁତ କରୁଥିବା ବିଜେପି ସହିତ ଯଦି କୌଣସି ମୁଚାଲିକା ନହୁଏ ତେବେ ଜେଡିୟୁ ଏକାକୀ ଲଢିବା ଆପାତତଃ ସ୍ଷଷ୍ଟ ବାରି ହୋଇପଡୁଛି । କିନ୍ତୁ ଆଗାମୀ ଦିନ​‌ରେ ଜେଡିୟୁର ଗତି କେଉଁ ଆଡକୁ ଯିବ ତାହା ସ୍ପଷ୍ଟ ହୋଇନାହିଁ ।

ଏହା ପୂର୍ବରୁ ଜେଡିୟୁର ରାଷ୍ଟ୍ରୀୟ ମହାସଚିବ କେସି ତ୍ୟାଗି କହିଥିଲେ ଯେ, ଦଳ ପଶ୍ଚିମବଙ୍ଗରେ ପ୍ରତିଦ୍ବନ୍ଦିତା କରିବାକୁ ପ୍ରସ୍ତୁତି ଚଳାଇଛି । ଦଳ କେତୋଟି ସିଟ୍‌ରେ ନିର୍ବାଚନ ଲଢିବ ​‌ସେ ନେଇ ଆଲୋଚନା ଜାରି ରହିଛି । ତେବେ ପ୍ରଶ୍ନ ଉଠୁଛି କି ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଜେଡିୟୁ, ବିଜେପି ସହିତ ମେଣ୍ଟ କରିବ କି?

ଗତ ବର୍ଷ ହୋଇଥିବା ଝାରଖଣ୍ଡ ନିର୍ବାଚନରେ ମଧ୍ୟ ବିଜେପି ଏକାକୀ ନିର୍ବାଚନ ଲଢିଥିଲା । କେସି ତ୍ୟାଗି କହିଛନ୍ତି ପୂର୍ବରୁ ମଧ୍ୟ ଜେଡିୟୁ ପଶ୍ଚିମବଙ୍ଗରେ ନିର୍ବାଚନ ଲଢି ସାରିଛି ଏବଂ ବିଜେପି ସହିତ ମେଣ୍ଟ କେବଳ ବିହାରରେ ହିଁ ହୋଇଛି । ତେବେ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦୁଇ ଦଳ ମେଣ୍ଟ କରି ନିର୍ବାଚନ ଲଢିଥିଲେ ।

ପଶ୍ଚିମବଙ୍ଗରେ କଳ, ବଳ, କୌଶଳ ଲଗାଇଥିବା ବିଜେପିର ପ୍ରୟାସ ପ୍ରାୟତଃ ଏହା ରହିବ ଯେ, ବିହାର ଭଳି ପଶ୍ଚିମବଙ୍ଗରେ ମଧ୍ୟ ଜେଡିୟୁ ସହିତ ମେଣ୍ଟ କରି ନିର୍ବାଚନ ଲଢିବା ପାଇଁ । ପଶ୍ଚିମବଙ୍ଗର ୨୯୪ଟି ବିଧାନସଭା ସିଟ୍ ପାଇଁ ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଛି ।

   Related Posts