ସେପ୍ଟେମ୍ବର ୨୯ରୁ ନବରାତ୍ରୀ, ଅକ୍ଟୋବର ୬ରେ ମହାଷ୍ଟମୀ ଓ ୮ ତାରିଖ ଦିନ ଦଶହରା

Published By : Prameya-News7 Bureau | September 19, 2019 IST

ସେପ୍ଟେମ୍ବର ୨୯ ରବିବାର ଆରମ୍ଭ ହେବ ଶାରଦୀୟ ନବରାତ୍ରୀ । ଏହା ସହ ଦେଶରେ ଦେବୀଙ୍କ ପୂଜା ପର୍ବ ଆରମ୍ଭ ହେଉଥିବା ବେଳେ ଅକ୍ଟୋବର ୬ ତାରିଖରେ ମହାଷ୍ଟମୀ ଓ ପାଳନ ହେବା ବେଳେ ୮ତାରିଖରେ ଦଶହରା ପାଳନ ହେବ । ଚଳିତବର୍ଷ ନବରାତ୍ରରେ ୬ ଦିନ ବିଶେଷ ଯୋଗ ରହିବ । ଏଥିରେ ୨ ଦିନ ଅମୃତ ସିଦ୍ଧି ଯୋଗ ଥିବା ବେଳେ ୨ ଦିନ ସର୍ବାର୍ଥ ସିଦ୍ଧି ଓ ୨ ଦିନ ରବିଯୋଗ ରହିବ। ଏଣୁ ନବରାତ୍ର ବ୍ରତପାଳନକାରୀଙ୍କ ଲାଗି ଚଳିତବର୍ଷ ଅଭିଷ୍ଟ ସିଦ୍ଧିରେ ନିସ୍ଚିତ ସହାୟକ ହେବ। 

{"id":159739}

ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ ସେପ୍ଟେମ୍ବର ୩୦ ତାରିଖ ଅମୃତ ସିଦ୍ଧି ଯୋଗ ରହୁଥିବା ବେଳେ ୧ ଅକ୍ଟୋବର ରବି ଯୋଗ, ୨ ତାରିଖରେ ଅମୃତ ସିଦ୍ଧି, ୩ ତାରିଖରେ ସର୍ବାର୍ଥସିଦ୍ଧି, ୪ରେ ରବି ଯୋଗ, ୫ ରବି ଯୋଗ ଓ ୬ ତାରିଖରେ ପୁଣି ସର୍ବାର୍ଥ ସିଦ୍ଧି ଯୋଗ ରହିଛି। ଯାହାକି ଭକ୍ତଙ୍କ ମନବାଞ୍ଛା ପୁରଣକାରୀ ବୋଲି କୁହାଯାଇପାରେ।

{"id":159740}

ତେବେ ଆସନ୍ତୁ ଜାଣିବା କେଉଁ ଦିନ ମାଙ୍କର କେଉଁ ରୂପରେ ଆରାଧନା ହେବ। ନବରାତ୍ର ଆରମ୍ଭ ଦିନ ଅର୍ଥାତ ସେପ୍ଟେମ୍ବର ୨୯ ତାରିଖରେ ଦେବୀଙ୍କୁ ଶୈଳପୁତ୍ରୀ ରୂପରେ ଆରାଧନା କରାଯାଏ। ସେହିପରି ଦ୍ୱିତୀୟ ଦିନ ମାଙ୍କୁ ବ୍ରହ୍ମଚାରିଣୀ, ତୃତୀୟ ଦିବସରେ ଚନ୍ଦ୍ରଘଣ୍ଟା, ଚତୁର୍ଥ ଦିନ କୁଷ୍ମାଣ୍ଡା, ପଞ୍ଚମରେ ସ୍କନ୍ଦମାତ, ଷଷ୍ଠରେ କାତ୍ୟାୟନୀ, ସପ୍ତମରେ କାଳରାତ୍ରୀ, ଅଷ୍ଟମୀରେ ମହାଗୌରୀ ଓ ନମବମୀରେ  ସିଦ୍ଧିଦାତ୍ରୀଙ୍କୁ ଭକ୍ତ ଆରାଧନା କରନ୍ତି। ଅକ୍ଟୋବର ୭ ତାରିଖ ମଧ୍ୟାହ୍ନ ୧୨ଟା ୩୮ ମିନିଟ୍ ପର୍ଯ୍ୟନ୍ତ ନବମୀ ପାଳନ ହେବ। ଏହା ପରେ ବିଜୟାଦଶମୀ ଅନୁଷ୍ଠିତ ହେବ। ଏହି ତିଥି ଦଶହରା ଅର୍ଥାତ ଅକ୍ଟୋବର ୮ ତାରିଖ ଅପରାହ୍ଣ ୨ଟା ୫୧ ପର୍ଯ୍ୟନ୍ତ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.