ମା' ପ୍ରଧାନପାଟେଶ୍ବରୀଙ୍କ ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ, ମହାଗୌରୀ ବେଶ

Published By : Prameya-News7 Bureau | October 13, 2021 IST

ଦେବଗଡ଼, ୧୩/୧୦: ପୁରାତନ ବାମଣ୍ଡା ଗଡଜାତ ରାଜ୍ୟ ଓ ବର୍ତ୍ତମାନର ଦେବଗଡ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ପ୍ରଧାନପାଟେଶ୍ବରୀଙ୍କ ପୀଠରେ ନବରାତ୍ର ପୂଜା ଅନୁଷ୍ଠିତ ହେଉଛି । ପ୍ରଧାନପାଟ ଜଳପ୍ରପାତ ପାଦଦେଶରେ ଅବସ୍ଥିତ ମାଆଙ୍କ ମନ୍ଦିରରେ ଏଥିପାଇଁ ସ୍ବତନ୍ତ୍ର ପୂଜା ଓ ଯଜ୍ଞର ଆୟୋଜନ କରାଯାଇଛି। ବୁଧବାର ଆଶ୍ବିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ମାଆ ପ୍ରଧାନପାଟେଶ୍ବରୀଙ୍କ ମହାଗୌରୀ ବେଶ ଅନୁଷ୍ଠିତ ହୋଇଛି ।

ମାଆ ମହାଗୌରୀ ଦେବୀଙ୍କ ସୌମ୍ଯ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ବେତବସ୍ତ୍ର ପରିହିତା ଦେବୀଚର୍ତୁଭୂଜା। ଦୁଇଟି ହାତରେ ଡମ୍ବରୁ ଓ ତ୍ରୀଶୁଳ ଧାରଣ କରିଥିବା ବେଳେ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି । ନବରାତ୍ରରେ ମାଆ ପ୍ରଧାନପାଟେଶ୍ବରୀଙ୍କ ସ୍ବତନ୍ତ୍ର ପୂଜା ବିଧି ହେଉଥିବା ବେଳେ ପ୍ରତିଦିନ ହୋମଯଜ୍ଞ ଓ ଚଣ୍ଡିପାଠ ହେଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.