Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||

ଭାଇରାଲ୍ ହେଲା ଛୁଟି ଦରଖାସ୍ତ : ବିବାହକୁ ପରମାଣୁ ବୋମା ସହ ତୁଳନା କରି ଚର୍ଚ୍ଚାରେ ନୌସେନା ଅଧିକାରୀ

16/05/2020 at 11:56 AM

ପାନାଜୀ ୧୬/୫: ନୌସେନାର ଜଣେ ପାଇଲଟ ନିଜ ବିବାହ ଯୋଗୁଁ ଛୁଟି ମାଗିବା ପାଇଁ ଲେଖିଥିବା ପତ୍ର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି। ପାଇଲଟଙ୍କ ଦ୍ବାରା ଲେଖାଯାଇଥିବା ପତ୍ରର ଶୀର୍ଷକ ଥିଲା,‘ ଗୁଳି ଖାଇବା ପାଇଁ ଆଜ୍ଞା ଦିଅନ୍ତୁ’। ଯାହାର ଯବାବରେ ଅଧିକାରୀ ଲେଖିଥିଲେ ‘ନର୍କକୁ ସ୍ବାଗତ’। ଏହି ଅଜବ ଖବର ସୋସିଆଲ ମିଡିଆରେ ଭାଇରାଲ୍ ହୋଇଯାଇଛି। ଗୋଆରେ ଭାରତୀୟ ନୌସେନାଙ୍କ ଲେଫ୍ଟନେଣ୍ଟ କମାଣ୍ଡର ନିଶାନ୍ତ ସିଂହ ଆଇଏନଏସ ହଂସର ଆଇଏନଏସ ୩୦୦ କମାଣ୍ଡ ଅଧିକାରୀଙ୍କୁ ଏହି ପତ୍ର ଲେଖିଛନ୍ତି।

ନିଶାନ୍ତ ମେ ୯ତାରିଖରେ ଲେଖିଥିବା ପତ୍ରରେ ବିବାହ କରିବାକୁ ସୂଚନା ଦେଇ ଲେଖିଥିଲେ,‘ ଏତେ କମ୍ ସମୟ ମଧ୍ୟରେ ଏହି ବମ୍ ଆପଣଙ୍କ ଉପରେ ପକାଇବା ପାଇଁ ସେ ଦୁଃଖିତ କିନ୍ତୁ ଆପଣ ବି ଏଥିରେ ରାଜି ହେବେ ଯେ ସେ ନିଜ ଉପରେ ଏକ ପରମାଣୁ ବୋମା ପକାଇବାକୁ ଯାଉଛନ୍ତି ଏବଂ ତାଙ୍କୁ ଲାଗୁଛି ଯେ ଯୁଦ୍ଧ ସମୟ ଭଳି ପରିସ୍ଥିତିକୁ ଦେଖି ସେ ଠିକ୍ ସମୟରେ ନିଷ୍ପତ୍ତି ନିଅନ୍ତି,ସେହିଭଳି ଏବେକାର ପରିସ୍ଥିତିକୁ ଦେଖି ସେ ପୁଣି ଥରେ ବିଚାର କରି ପାରିବେ ନାହିଁ। ମିଗ୍ ପାଇଲଟ୍ କହିଛନ୍ତି ଯେ,‘ ସେ ଆନୁଷ୍ଠାନିକ ଭାବେ ପୂରାପୂରି ଶାନ୍ତିରେ ନିଜ ବଳିଦାନ କରିବା ପାଇଁ ତାଙ୍କ ମଞ୍ଜୁରୀ ଚାହୁଁଛନ୍ତି,ପୂରାପୂରି କର୍ତ୍ତବ୍ୟ ରେଖାରୁ ବାହାରି ଏବଂ ବୈବାହିକ ଜୀବନର ଶ୍ମଶାନରେ ଅନ୍ୟ ସାହସୀ ପୁରୁଷଙ୍କ ସାଥୀ ହେବାକୁ ଚାହୁଁଛନ୍ତି।’

ବରି​ଷ୍ଠ ଅଧିକାରୀଙ୍କୁ ବିବାହର ନିମନ୍ତ୍ରଣପତ୍ର ଦେଇ ସେ କହିଛନ୍ତି,‘ ସେ ବଚନ ଦେଉଛନ୍ତି ଯେ ଡ୍ୟୁଟିରେ ସେ ପୁଣି କେବେ ବି ଏପରି କିଛି କରିବେ ନାହିଁ କିମ୍ବା ନିଜ ପ୍ରଶିକ୍ଷଣ ପାଉଥିବା ପାଇଲଟଙ୍କୁ ଏପରି କିଛି ଶିଖାଇବେ ନାହିଁ। କମାଣ ଅଧିକାରୀ ନାଲି ସ୍ୟାହିରେ ହାତରେ ଲେଖି ତାଙ୍କୁ ମନେ ପକାଇଥିଲେ ଯେ ,‘ତାଙ୍କ ଜୀବନରେ ସେ ତାଙ୍କର ପ୍ରଶିକ୍ଷକ ଥିଲେ… ଏସିପି ଭାବେ ତାଙ୍କୁ ମିଗ୍ ଉଡ଼ାଉଥିବା ଦେଖିବା ତାଙ୍କ ପାଇଁ ଗୌରବପୂର୍ଣ୍ଣ ସମୟ ଥିଲା। ତାଙ୍କଠାରେ ସେ ଏକ ଉତ୍ସାହ ଦେଖିଥିଲେ,ସେ ଜାଣିଥିଲେ ଯେ ନିଶାନ୍ତ ସମସ୍ତଙ୍କଠୁ ପୂରା ଅଲଗା…କିନ୍ତୁ ସବୁ ଭଲ ଜିନିଷର ଅନ୍ତ ହୋଇଥାଏ। ’ସିଓ କହିଛନ୍ତି,‘ ନର୍କକୁ ତାଙ୍କର ସ୍ବାଗତ।’ ନୌସେନାର ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ ଏହା ଉଭୟଙ୍କ ମଧ୍ୟରେ ହୋଇଥିବା ଏକ ବ୍ୟକ୍ତିଗତ ଖବର।

   Related Posts