ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ, ପୋଲିସ ସହ ଧସ୍ତାଧସ୍ତି

Published By : Prameya-News7 Bureau | April 27, 2019 IST

ଜଗତସିଂହପୁର ୨୭|୪: ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଚାଲିଛି । ଏସଭିଏମ କଲେଜରୁ ବିଭିନ୍ନ ବୁଥକୁ ପଠାଯାଉଛି ଇଭିଏମ୍ ଓ ଭିଭିପାଟ୍ ମେସିନ୍ । ଏସଭିଏମ କଲେଜ ଆଗରେ ନବ ନିର୍ମାଣ କୃଷକ ସଂଗଠନର ବିକ୍ଷୋଭ ।

{"id":108060,"width":582,"height":314}

ଶତାଧିକ କର୍ମକର୍ତ୍ତା ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ପରେ କଲେଜ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପୋଲିଂ ପାର୍ଟି ଗାଡି ଆଗରେ ଶୋଇ ପଡିଥିଲେ । ଫଳରେ ଇଭିଏମ୍ ଓ ଭିଭିପାଟ୍ ନେଇ ଯାଇପାରିନଥିଲେ ପୋଲିଂ କର୍ମଚାରୀ । ପୋଲିସ ବଳପୂର୍ବକ ସେମାନଙ୍କୁ ଉଠାଇ ନେଇଥିଲା । ଏହି ସମୟରେ ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.