Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଭିଏମ୍ ବଣ୍ଟନ କେନ୍ଦ୍ରରେ ନବ ନିର୍ମାଣ କୃଷକ ସଙ୍ଗଠନର ଧାରଣା, ଆନ୍ଦୋଳନକାରୀ ଚାଷୀଙ୍କୁ ଉଠାଇନେଲା ପୋଲିସ

27/04/2019 at 2:57 PM

ଉଦଳା ୨୭|୪: ଇଭିଏମ୍ ବଂଟନ କେନ୍ଦ୍ରଠାରେ ଧାରଣାରେ ବସିଲେ ନବ ନିର୍ମ।ଣ କୃଷକ ସଙ୍ଗଠନର ଚାଷୀ । ଆନ୍ଦୋଳନ କରିବା ସମୟରେ ପୋଲିସ ଶତାଧିକ ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି । ଏଭଳି ଘଟଣା ଘଟିଛି ଉଦଳା କଲେଜ ପରିସରରେ ଚାଲିଥିବା ଇଭିଏମ୍ ବଂଟନ କେନ୍ଦ୍ରରେ । 

ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବ।ଚନମଣ୍ଡଳୀରେ ୨୯ ତାରିଖରେ ହେବାକୁ ଥିବା ନିର୍ବ।ଚନ ନିମନ୍ତେ ଆଜି ଉଦଳା କଲେଜ ପରିସରରେ ଚାଲିଛି ଇଭିଏମ୍ ଏବଂ ଭିଭିପାଟ୍ ବଂଟନ । ତବେ ଏହି ବଂଟନ ସ୍ଥଳରେ ନବ ନିର୍ମ।ଣ କୃଷକ ସଙ୍ଗଠନର ଶତାଧିକ ଚାଷୀ ଏବଂ କର୍ମକର୍ତ।ମାନେ କଲେଜ ମୁଖ୍ୟ ଫାଟକରେ ତାଲା ପକାଇବା ସହିତ କଲେଜ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ୩ ଦଫା ଦାବି ନେଇ ନବ ନିର୍ମ।ଣ କୃଷକ ସଙ୍ଗଠନର ଚାଷୀମାନେ ଏହି ବିକ୍ଷୋଭ କରୁଥିବା ବେଳେ ଏହା ଦ୍ବାରା ଇଭିଏମ୍ ବଂଟନ କାର୍ଯ୍ୟ ପ୍ରଭାବିତ ହୋଇଥିଲା ।

ତେବେ ନବ ନିର୍ମ।ଣ କୃଷକ ସଙ୍ଗଠନ ପ୍ରାଇଜ୍, ପ୍ରେଷ୍ଟିଜ୍ ଏବଂ ପେନସନକୁ ନେଇ ସରକାରଙ୍କ ନିକଟରେ ପୂର୍ବରୁ ଦାବି ଉପସ୍ଥାପନ କରୁଥିଲେ ସୁଦ୍ଧା ସରକାର ଏଥିପ୍ରତି ଅଣଦେଖା କରିଥିବା ପ୍ରତିବାଦରେ ଏହି ଆନ୍ଦୋଳନ ହୋଇଥିଲା । ବର୍ଷ ତମାମ ଚାଷୀଙ୍କ କଥା ଚିନ୍ତା କରାଯାଉ ନଥିବା ବେଳେ ଗୋଟିଏ ଦିନ କଣ ପାଇଁ ଭୋଟ୍ ଦେଇ ଜନତାଙ୍କ ସ୍ବାର୍ଥ କଥା ଚିନ୍ତା କରାଯିବ ତାହାକୁ ବିରୋଧ କରିବା ସହିତ ଇଭିଏମ୍ ଏବଂ ଭିଭିପାଟକୁ ବୁଥ୍ ନ ଛାଡିବା ଜିଦିରେ ଅଡି ବସିଥିଲେ ।  ଫଳରେ ଉଦଳା ପୋଲିସ ଘଟଣାସ୍ଥଳରେ ପହଂଚି ଆନ୍ଦୋଳନକାରୀଙ୍କୁ ଉଠାଇ ନେଇଛି ।

   Related Posts