Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ବୁଥ୍‌କୁ ଇଭିଏମ୍ ପଠାଇବାକୁ ବିରୋଧ, ବିକ୍ଷୋଭ ପ୍ରଦର୍ଶନ କରି ନବ ନିର୍ମାଣ କୃଷକ ସଙ୍ଗଠନ ଶତାଧିକ ଚାଷୀ ଗିରଫ

21/04/2019 at 12:31 PM

କଟକ ୨୧|୪: ବୁଥ୍ କୁ ଇଭିଏମ୍ ପଠାଇବା କାର୍ଯ୍ୟକ୍ରମକୁ ନବ ନିର୍ମାଣ କୃଷକ ସଙ୍ଗଠନ ବିରେ।ଧ କରିଛି । ନବ ନିର୍ମାଣ କୃଷକ ସଙ୍ଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଆଜି ମତଦାନ ପାଇଁ କଟକ ସଦରର ବିଭିନ୍ନ ବୁଥ୍ କୁ ଇଭିଏମ୍ ପଠାଯିବା କାର୍ଯ୍ୟକୁ ପ୍ରତିବାଦ କରି ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜ କ୍ୟାମ୍ପସ ନିକଟରେ ଧାରଣା ଦେଇଛନ୍ତି । କୃଷକକୁ ତାର ହକ୍ ନଦେଇ ରାଜ୍ୟ ସରକାର ନିର୍ବାଚନର ଯେଉଁ ପ୍ରହସନ କରୁଛନ୍ତି ତାକୁ ତୁରନ୍ତ ବନ୍ଦ କରନ୍ତୁ ବୋଲି ଦାବି କରି କୃଷକ ମାନେ ଦାବି କରିଛନ୍ତି ।

ପୂର୍ବରୁ କଟକରେ ଏକ ସଭା କରି ଜିଲ୍ଲାର ବିଭିନ୍ନ ଗାଁରେ ଇଭିଏମ୍ ବସାଇ ଦିଆଯିବ ନାହିଁ ଓ ନିର୍ବାଚନ ପ୍ରକ୍ରିୟାକୁ ସହଯୋଗ କରାଯିବ ନାହିଁ ବୋଲି ନବ ନିର୍ମାଣ କୃଷକ ସଙ୍ଗଠନ କହିଥିଲା । କୃଷକକୁ ତାର ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦେବାର ବ୍ୟବସ୍ଥା କରିବା ପରେ ହିଁ ଗଣତନ୍ତ୍ର ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ଥିବା ଜଣାପଡିବ ବୋଲି କହିଛନ୍ତି ଆନ୍ଦୋଳନ କରୁଥିବା କୃଷକ । ବିକ୍ଷୋଭ ପ୍ରଦର୍ଶନ ବେଳେ ଶତାଧିକ ଚାଷୀଙ୍କୁ ଗିରଫ କରିଛି ପୋଲିସ ।

   Related Posts