Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଚାଷୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟର ଯୋଜନାକୁ ପ୍ରତ୍ୟାଖ୍ୟାନ କଲା ନବ ନିର୍ମାଣ କୃଷକ ସଂଗଠନ ; ରାଜ୍ୟବ୍ୟାପୀ ଆନ୍ଦୋଳନ

6/02/2019 at 2:01 PM

ଭୁବନେଶ୍ବର ୬|୨: ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବି ନେଇ ରାଜଧାନୀର ଗାନ୍ଧି ମାର୍ଗରେ ଗର୍ଜିଛି ନବନିର୍ମାଣ  କୃଷକ ସଂଗଠନ । ରାଜ୍ୟ ସରାକଙ୍କ କାଳିଆ ଯୋଜନା ହେଉ ଅବା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ଯୋଜନାକୁ ନା କହିଛି ସଂଗଠନ । ସେପଟେ ବିଜେପି କହିଛି କାଳିଆ ଯୋଜନା ଫେଲ୍ ମାରିଛି । ଆନ୍ଦୋଳନ ପାଇଁ ଅନୁମତି ନେଇ ନଥିବା କହିଛନ୍ତି ପୋଲିସ କମିଶନର ।

ଯୋଜନାକୁ ନା । କାଳିଆ ଯୋଜନା ହେଉ ଅଥବା ପ୍ରଧାନମନ୍ତ୍ରୀ କିଷାନ ଯୋଜନା ହେଉ । ଉଉୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାକୁ ବିରୋଧ କରିଛି ନବନିର୍ମାଣ କୃଷକ ସଂଗଠନ । ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିନେଇ  ରାଜଧାନୀର ଗାନ୍ଧିମାର୍ଗରେ ଗର୍ଜିଛି ନବନିର୍ମାଣ  କୃଷକ ସଂଗଠନ । ସଂଗଠନର କେହି  ତୁଙ୍ଗ ନେତା ସାମିଲ ନଥିବାବେଳେ କର୍ମୀମାନେ ଦମ୍ ଦେଖାଇଛନ୍ତି । ଆଗରୁ  ସଂଗଠନ ନେତାମାନଙ୍କୁ ପୋଲିସ ଗିରିଫ କରିସାରିଛି ।

ଅନ୍ୟପଟେ ରାଜଧାନୀକୁ କର୍ମୀମାନେ ନ ପହଞ୍ଚି ପାରିବେ, ସେନେଇ ସକାଳୁ ସକାଳୁ ଭୁବନେଶ୍ବରର ବିଭିନ୍ନ ପ୍ରବେଶ ପଥରେ ପଇଁତରା ମାରୁଥିଲା ପୋଲିସ । ହଂସପାଳ ଛକ ହେଉ କିମ୍ବା ରେଳଷ୍ଟେସନ ସବୁଠି ନଖର ରଖିଥିଲା ପୋଲିସ । ଜୋରଦାର ବ୍ଲକିଂ ଆଉ ଚେକିଙ୍ଗ କରାଯିବା ସହିତ ନବ ନିର୍ମାଣ କର୍ମୀମାନଙ୍କୁ ଉଠେଇ ନେଉଥିଲା ପୋଲିସ । ଏହା ସତ୍ବେ ସଂଗଠନର କର୍ମୀମାନେ ପହଞ୍ଚିଥିଲେ ରାଜଧାନୀରେ ।  

ସେପଟେ ବିଜେପି କହିଛି କାଳିଆ ଯୋଜନା ମାଧ୍ୟମରେ ସରକାର ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବାକୁ କହୁଛନ୍ତି । ସେପଟେ ସହର ଭିତରୁ ଚାଷୀ ଆସୁଥିବାବେଳେ ତାଙ୍କୁ ଗିରଫ କରୁଛି ପୋଲିସ । ଯାହାକୁ ନେଇ ବିରୋଧି ଦଳ ନେତା କେଭି ସିଂଦେଓ ପ୍ରଶ୍ନ ଉଠାଇବା ସହିତ ସରକାର ଚାଷୀ ବିରୋଧି ଓ କାଳିଆ ଯୋଜନା ଫେଲ୍ ମାରିଛି ବୋଲି କହିଛନ୍ତି ।

ପୋଲିସ କିମିସନର କହିଛନ୍ତି ଆନ୍ଦୋଳନ ପାଇଁ ସେମାନଙ୍କୁ ଅନୁମତି ମିଳିନଥିବାବେଳେ, ବେଆଇନ ଭାବରେ ନବନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି । ଆଇନକୁ ହାତକୁ ନେବାକୁ ଚେଷ୍ଟା କରିଥିବାରୁ ସେମାନଙ୍କ  ବିରୋଧରେ ମାମଲା ରୁଜୁ କରାଯିବ। ଅନ୍ୟପକ୍ଷରେ ଡ଼ିସିପି କହିଛି ଏନଏଚ ବ୍ଲକ୍ କରିବା ଓ ଅର୍ଥନୈତିକ ଅବରୋଧ କରୁଥିବାରୁ ସେମାନଙ୍କୁ ଗିରଫ କରାଯାଇଛି ।

ଆଗାମୀ ଦିନରେ ସରକାରଙ୍କୁ ଉଚିତ ଜବାବ ଦେବା ସହିତ ନେତାମାନଙ୍କୁ ଗାଁରେ ପୁରାଇ ନ ଦେବାକୁ ଚେତାବନୀ ଦେଇଛି ନବନିର୍ମାଣ କୃଷକ ସଂଗଠନ।

   Related Posts