ହାତରେ ସିଗାରେଟ୍ ଟେବୁଲରେ ବିୟର ଗ୍ଲାସ୍… ୟୁନିଫର୍ମରେ ଥାଇ ଏସଆଇ ବାବୁଙ୍କ ମଦ ଆସର, ଫଟୋ ଭାଇରାଲ୍ ପରେ ଏସପି ଦେଲେ ତଦନ୍ତ ନିର୍ଦ୍ଦେଶ

Published By : Prameya-News7 Bureau | October 21, 2020 IST

ଜଗତସିଂହପୁର ୨୧।୧୦: ନାଲିପାଣିରେ ମସଗୁଲ ଏସଆଇ ବାବୁ । ୟୁନିଫର୍ମରେ ଥାଇ ପିଉଛନ୍ତି ମଦ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନାରେ ।

ନାଉଗାଁ ଥାନାର ଏସଆଇ ବିବେକାନନ୍ଦ ସାହୁ କିଛି ଦିନ ହେଲା ଉକ୍ତ ଅଞ୍ଚଳର କିଛି ଚୋରା ମଦ ବ୍ୟବସାୟୀଙ୍କୁ ପ୍ରୋତ୍ସାହିତ କରିଆସୁଥିବା ଅଭିଯୋଗ ହେଉଥିଲା । ଏପରିକି ଚୋରା ମଦ ବ୍ୟବସାୟୀଙ୍କୁ ଚିକେନ୍ ଓ ମଦ ବରାଦ ପାଇଁ ତାଗିଦ କରୁଥିଲେ ଶୁଣିବାକୁ ମିଳୁଥିଲା । ୟୁନିଫର୍ମରେ ଥାଇ ମଧ୍ୟ ଚୋରା ମଦ ବ୍ୟବସାୟୀଙ୍କ ସହ ବସି ମଦ ପିଉଥିବାର ଫଟୋ ଏବେ ଭାଇରାଲ୍ ହେବାରେ ଲାଗିଛି ।

ଏ ନେଇ ସମ୍ପୃକ୍ତ ଏସଆଇଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୁରୁଣା ଫଟୋ ବୋଲି କହି ବର୍ତ୍ତମାନର ଥାନା ଅଧିକାରୀ ଘଟଣାକୁ ଘଣ୍ଟ ଘୋଡାଉ ଥିବା ବେଳେ ଏସଡିପିଓ ଏହାର ତଦନ୍ତ କରୁଛନ୍ତି ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.