Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

ଆଳୁ ବ୍ୟବସାୟୀ କରୋନା ପଜିଟିଭ୍, ବଜାରକୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କଲା ପ୍ରଶାସନ

7/08/2020 at 6:34 PM

ଜଗତସିଂପୁର, ୦୭|୦୮: ଶୁକ୍ରବାର ଜଗତସିଂହପୁର ଜିଲ୍ଲା  ନାଉଗାଁ ବଜାରକୁ ବ୍ଲକ ପ୍ରଶାସନ ପକ୍ଷରୁ ୪୮ ଘଣ୍ଟା ପାଇଁ ସଟ୍ ଡାଉନ ଘୋଷଣା କରାଯାଇଅଛି। ଜଣେ ଆଳୁ ବ୍ୟବସାୟୀ ଓ ତାଙ୍କ ପରିବାର ଲୋକେ କରୋନା ପଜିଟିଭ୍ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ସୂଚନା ଅନୁସାରେ, ନାଉଗାଁ ବଜାରରେ ଜନୈକ ଆଳୁ ବ୍ୟବସାୟୀଙ୍କ ସମେତ ତାଙ୍କ ଭାଇ ଓ ତାଙ୍କ ଗାଡ଼ି ଚଳାଉଥିବା ଦୁଇ ଜଣ ଡ୍ରାଇଭରଙ୍କ ସମେତ ଆଳୁ ଗୋଦାମରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା । ତେଣୁ ଗତ ୪ ତାରିଖ ଦିନ ପ୍ରଶାସନ ପକ୍ଷରୁ ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠା ଯାଇଥିଲା। ଶୁକ୍ରବାର ଯାଇଥିବା ପାଞ୍ଚ ଗୋଟି ରିପୋର୍ଟ କରୋନା ପଜିଟିଭ ଆସିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସମଗ୍ର ନାଉଗାଁ ବଜାରକୁ ୪୮ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା କରାଯାଇଛି ।  

ଅର୍ଥାତ୍ ଶୁକ୍ରବାର ଦିନ ୧୧ ଘଣ୍ଟା ୩୦ ମିନଟ୍ ଠାରୁ ୯ ତାରିଖ ଦିନ ୧୧ ଘଣ୍ଟା . ୩୦ ମିନିଟ୍ ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରାଯାଇଛି । ଏଥି ସହିତ ଆଳୁ ବ୍ୟବସାୟୀଙ୍କ ଗାଁ ସମେତ ତାଙ୍କ ଦୁଇ ଡ୍ରାଇଭର ଓ ଗୋଦାମରେ କାମ କରୁଥିବା ବ୍ୟକ୍ତିଙ୍କର ପଡାଙ୍କୁ ୪୮ ଘଣ୍ଟା ପାଇଁ କଣ୍ଟେନମେଣ୍ଟ ଯୋନ୍ ଘୋଷଣା କରାଯାଇଅଛି। ଏହି ଆଳୁ ବ୍ୟବସାୟୀଙ୍କ ସଂସ୍ପର୍ଶରେ ଯଦି କେହି ଆସିଥାନ୍ତି ଓ ତାଙ୍କ ପାଖରେ କୌଣସି ଲକ୍ଷଣ ଦେଖା ଦେଉଥାଏ ତାହେଲେ ନଡରି ତୁରନ୍ତ ପ୍ରଶାସନଙ୍କୁ ଜଣାଇବା ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ମାଧ୍ୟମରେ ସୂଚୀତ କରାଯାଉଛି। ବ୍ଲକ ପ୍ରଶାସନ, ସ୍ଵାସ୍ଥ୍ଯ ବିଭାଗ ଓ ପୋଲିସ ପ୍ରଶାସନ ପକ୍ଷରୁ ତାଙ୍କର କଣ୍ଟ୍ରାକ୍ଟଟ୍ରେସିଂ ଯାଂଚ୍ କରାଯାଉଅଛି।

   Related Posts