ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ

Published By : Prameya-News7 Bureau | May 14, 2021 IST

ଢେଙ୍କାନାଳ, ୧୪/୦୫ :  ଗଞ୍ଜାଇ ଚୋରା ଚାଲାଣ ବେଳେ ଢେଙ୍କାନାଲ ଅବକାରୀ ସ୍କ୍ୱାର୍ଡ ପକ୍ଷରୁ  ଚଢ଼ାଉ କାରାଯାଇଛି । ଢେଙ୍କାନାଲ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ନାଉ କିଆରୀ ଗ୍ରାମରେ ଏହି ଚଢ଼ାଉ  କରିଛନ୍ତି ଅବକାରୀ କର୍ମଚାରୀ । ଚଢ଼ାଉରେ ନାଉ କିଆରୀ ଗ୍ରାମର ରିଙ୍କୁ ସାହୁଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

ରିଙ୍କଙ୍କ ଘରୁ ୫୦କେଜିର ଦୁଇ ବସ୍ତା ଗଞ୍ଜାଇ ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ସ୍କ୍ୱାର୍ଡ । ଏହି ଗଞ୍ଜାଇ ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଆସି ଭଦ୍ରକ ଓ ବାଲେଶ୍ୱର ଅଞ୍ଚଳକୁ ଚାଲାଣ ହେଉଥିଲା ବୋଲି ସୂଚନା ମିଳିଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିବାବେଳେ ଗିରଫ ରିଙ୍କୁ ସାହୁଙ୍କୁ କୋର୍ଟ ଚାଲାଣ କରିଥିବା ପ୍ରକାଶ କରିଛନ୍ତି ଅବକାରୀ ନିରୀକ୍ଷକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.