ଆରପାରିରେ ନାଟ୍ୟକାର ବିଜୟ ମିଶ୍ର

Published By : Prameya-News7 Bureau | April 26, 2020 IST

ଭୁବନେଶ୍ୱର୨୬/୪: ଆରପାରିକୁ ଚାଲିଗଲେ ନାଟ୍ୟକାର ବିଜୟ ମିଶ୍ର। ରବିବାର ୮୩ ବର୍ଷରେ ତାଙ୍କର ପରଲୋକ ହୋଇଛି। ସେ ଅନେକ ଲୋକପ୍ରିୟ ନାଟକ ରଚନା କରିବା ସହ ସିନେମା ଓ ଧାରାବାହିକରେ ସଂଳାପ ଲେଖିଛନ୍ତି। ଲୋକପ୍ରିୟ ଧାରାବାହିକ ଶ୍ରୀଜଗନ୍ନାଥରେ ସେ ସଂଳାପ ଲେଖିଥିଲେ। ସେ ଯାଯାବର ଏବଂ ରଜନୀ ଗନ୍ଧା ଭଳି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ। ସେ ନାଟକ ପ୍ରତି ବେଶି ରୁଚି ରଖିଥିଲେ। ଏହାପରେ ନୀଳଗିରି ହାଇସ୍କୁଲରୁ ମାଟ୍ରିକ ପାସ କରି, ବାଲେଶ୍ୱରର ଫକୀର ମୋହନ କଲେଜରେ ଆଇ.ଏସ୍. ସି ପଢ଼ିଥିଲେ । ପରେ ୧୯୫୭ ମସିହାରେ କଟକର ଭୁବନାନନ୍ଦ ଓଡ଼ିଶା ସ୍କୁଲ ଅଫ ଇଞ୍ଜିନିୟରିଂରୁ ସିଭିଲ୍ ଇଞ୍ଜିନିୟରିଂରେ ଡିପ୍ଲୋମା ହାସଲ କରିଥିଲେ।

ଇଞ୍ଜିନିୟରିଂ ପାସ କରିସାରିବା ପରେ ବିଜୟ, ହୀରାକୁଦଠାରେ ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। ଚାକିରି ସହିତ ନାଟ୍ୟକାର ଜୀବନ ମଧ୍ୟ ଆରମ୍ଭ ହୋଇଥିଲା ଓ ମାତ୍ର ୨୧ ବର୍ଷ ବୟସରେ,ସେ ନିଜର ପ୍ରଥମ ନାଟକ, ‘ଜନନୀ’ ରଚନା କରିଥିଲେ। ଯାହା ପରେ ଚଳଚ୍ଚିତ୍ରର ରୂପ ନେଇଥିଲା।

ତାଙ୍କ ସର୍ଜନାକାଳରେ ସେ ଅନେକ ପୁରସ୍କାର ପାଇଛନ୍ତି। କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ପୁରସ୍କାର, ଜୟଦେବ ପୁରସ୍କାର, ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ଆଦି ସାମ୍ମାନରେ ସମ୍ମାନିତ ହୋଇଛନ୍ତି। ୧୯୩୬ ଜୁଲାଇ ୧୬ରେ ବିଜୟ ମିଶ୍ର ବାଲେଶ୍ୱର ଜିଲ୍ଲା ନୀଳଗିରିର ସନ୍ତରାଗଡ଼ିଆରେ ଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବିୟୋଗରେ ଓଡ଼ିଆ ନାଟ୍ୟଜଗତ, ସାହିତ୍ୟ ଜଗତ, ସିନେ ଜଗତ ଓ କବି ଜଗତରେ ଏକ ଶୋକରଛାୟା ଖେଳି ଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.