୭୦ ବର୍ଷରେ ବି ଯଦି ରହିବାକୁ ଚାହୁଁଛନ୍ତି ଫିଟ ତ ସପ୍ତାହରେ ୨ ଥର ଖାଆନ୍ତୁ କାଙ୍କଡ

Published By : Prameya-News7 Bureau | May 10, 2019 IST

ସମସ୍ତେ ଚାହାନ୍ତି ସଦ ଯୌବନ ରହିବାକୁ। ହେଲେ ବ୍ୟସ୍ତତାଭରା ଜୀବନ ଶୈଳୀ ଯୋଗୁ ୫୦ ବର୍ଷରେ  ପାଦ ଦେବାବେଳକୁ ଅନେକ ଥକି ବୁଢା ହୋଇ ଯାଆନ୍ତି। ତେବେ ଅକାଳ ବାର୍ଦ୍ଧକ୍ୟ ଜୀବନ ଶୈଳୀ ଯୋଗୁ ନୁହେଁ । ସାର, କୀଟନାଶକ ଓ ଅତ୍ୟାଧୁନିକ ଚାଷ ପ୍ରଣାଳୀରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀ ୫୦ ବର୍ଷରେ ପହଞ୍ଚିବା ବେଳକୁ ଲୋକଙ୍କୁ ବୁଢା କରିଦେଉଛି । ତେବେ ପ୍ରକୃତିରେ ଏମିତି ଫଳ ଓ ପନିପରିବା ରହିଛି ଯାହା ଲୋକଙ୍କୁ ସଦା ଯୌବନ ପ୍ରଦାନ କରିପାରେ। ଏଭଳି ପନିପରିବା ବା ଫଳ ଯଦି ଆମେ ସପ୍ତାହକୁ ଅନୁନ୍ୟ ୨ ଥର ବି ଖାଇ ପାରିବା, ତେବେ ଦୀର୍ଘ ବର୍ଷ ଧରି ନିଜକୁ ଫିଟ ରଖି ପାରିବା। ଏଭଳି ଏକ ପରିବା ହେଉଛି କାଙ୍କଡ। ଆସନ୍ତୁ ଜାଣିବା କାଙ୍କଡର ଉପକାରିତା ।

{"id":110689,"width":571,"height":386}

କାଙ୍କଡରେ ଭରପୁର ମାତ୍ରାରେ ପୋଷକ ତତ୍ବ ରହିଛି । ଯାହା ଲୋକଙ୍କୁ ଶକ୍ତି ପ୍ରଦାନ କରିଥାଏ। ଶାରୀରିକ ଦୁର୍ବଳତା ଦୂର କରି ସତେଜତା ପ୍ରଦାନ କରିବାରେ ଏହା ଏକ ପ୍ରମାଣିତ ପରିବା । ଏଥିରେ ପ୍ରଚୁର ପରିମାଣରେ ପ୍ରୋଟିନ ଫାଇବର ଓ କର୍ବୋ ହାଇଡ୍ରେଟସ୍ ଭରି ରହିଥାଏ । ଯାହା ଶରୀରର ପୋଷକ ଆବଶ୍ୟକତା ପୂରଣ କରେ। ଏଣୁ ସପ୍ତାହକୁ ଅନୁନ୍ୟ ୨ ଥର ଖାଇଲେ ଶାରୀରିକ ଦୁର୍ବଳତା ଦୂର ହୋଇଯାଏ।

{"id":110690}

ଏହା ଛଡା କାଙ୍କଡରେ ପ୍ରଚୁର ପରିମାଣରେ ଆଣ୍ଟିଅକ୍ସିଡେଣ୍ଟ ସାଙ୍ଗକୁ ଭିଟାମିନ ସି ଭରି ରହିଥାଏ ।  ଯାହା ଆପଣଙ୍କଠାରେ ଇମ୍ୟୁନିଟି ବଢାଇବା ସହ ରୋଗ ପ୍ରତିଷେଧକ ଶକ୍ତି ବୃଦ୍ଧି କରିଥାଏ। ଏହି ପରିବାରେ ଏଭଳି ତତ୍ବ ରହିଛି ଯାହା ଆପଣଙ୍କ ଶରୀରରେ କ୍ୟାନସର କୋଷ ସୃଷ୍ଟିକୁ ରୋକିଥାଏ। ଏପରିକି ଏଭଳି କୋଷ ସୃଷ୍ଟି ପୂର୍ବରୁ ହିଁ ନଷ୍ଟ ହୋଇଯାଏ । ଏହାକୁ ନିୟମିତ ଖାଉଥିବା ଲୋକର ଜକୃତ ଠିକ ରହିଥାଏ ଯାହା ତାଙ୍କୁ ଫିଟ ରଖେ। ଏହି ପରିବା ରକ୍ତଚାପ ନିୟନ୍ତ୍ରଣ କରେ ଏଣୁ କାଙ୍କଡ ଖାଇଲେ ରକ୍ତଚାପ ହୋଇ ନଥାଏ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.