Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘ଇତିହାସରେ ହୋଇଥିବା ଭୁଲଗୁଡିକୁ ଏବେ ସୁଧାରୁଛି ଭାରତ’, କଂଗ୍ରେସକୁ ଟାର୍ଗେଟ୍ କରି ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||

ଆମେରିକା ଉପରେ ପ୍ରକୃତିର ପ୍ରହାର : ପ୍ରଥମେ କରୋନା ତାପରେ ଘୂର୍ଣ୍ଣିଝଡ

13/04/2020 at 3:26 PM

ୱାସିଂଟନ୧୩/୦୪ : କରୋନା ଯୋଗୁଁ ଆମେରିକାରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢୁବାରେ ଲାଗିଛି | ବର୍ତ୍ତମାନ ଆମେରିକା ଉପରେ ପ୍ରକୃତିର ଆଉ ଏକ ମାଡ ପଡିଛି | ଆମେରିକାର ମିସିସିପିରେ ରବିବାର ଦିନ ଟର୍ନାଡୋ ଯୋଗୁଁ ୬ ଜଣଙ୍କର ମୃତ୍ୟୁ ହୋଇଛି | ସେଠାକାର ଜରୁରୀକାଳୀନ ପରିଚାଳନା ଏଜେନ୍ସି ୱାଲଟହଲ କାଉଣ୍ଟିରେ ଜଣେ, ଲରେନ୍ସ କାଉଣ୍ଟିରେ ଦୁଇଜଣ, ଜେଫର୍ସନ ଡେବିସ କାଉଣ୍ଟିରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି | ଏହି ସମସ୍ତ ମିସିସିପି ରାଜ୍ୟର ଦକ୍ଷିଣ ଭାବରେ ରହିଛି | ଅଧିକାରୀ କହିଛନ୍ତି ଯେ, ରବିବାର ଦିନ ଦକ୍ଷିଣ ଆମେରିକା ରାଜ୍ୟ ମିସିସିପିରେ ବାଦଲ ଫଟିବାରୁ ୬ଜଣଙ୍କର ମୃତ୍ୟୁ ହୋଇଛି |

ଆମେରିକୀୟ ଗଣମାଧ୍ୟମ ଅନୁଯାୟୀ, ଏହି ଝଡ ବିନାଶକାରୀ କ୍ଷତିର କାରଣ ଯେଉଁଥିପାଇଁ ରାଷ୍ଟ୍ରୀୟ ପାଣିପାଗ ବିଭାଗକୁ ଜରୁରୀକାଳୀନ ପରିସ୍ଥିତି ଜାରି କରିବାକୁ ପଡିଥିଲା | ଏହା ଘୁର୍ଣ୍ଣିଝଡ ପାଇଁ ଉଚ୍ଚତମ ସ୍ଥରର ଚେତାବନୀ | ତେବେ ଏହା ପ୍ରାଥମିକ ଖବର ଓ ଅଧିକ ସୂଚନା ମିଳିଲେ ଉପଲବ୍ଧ କରାଯିବ ବୋଲି ଏଜେନ୍ସି ଟ୍ୱିଟ କରିଛନ୍ତି |

ଘୁର୍ଣ୍ଣିଝଡ ପୂର୍ବାନୁମାନ କେନ୍ଦ୍ର କହିଛି ଯେ, ମିସିସିପି ସହ ପଡୋଶୀ ରାଜ୍ୟ ଅଲବାମା ଓ ଜର୍ଜିଆରେ ମଧ୍ୟ ଗମ୍ଭୀର କମ୍ପନ ହେବାର ସମ୍ଭାବନା ରହିଛି | ଶକ୍ତ ଘୁର୍ଣ୍ଣିଝଡ, ବ୍ୟାପକ ହାନିକାରକ ଝଡ ଓ କରା ପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି |ମିସିସିପି ରାଜ୍ୟପାଳ ଟେଟ ରିବସ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ଯେ, ଏହି ଗମ୍ଭୀର ଝଡକୁ ଗମ୍ଭୀରତାର ସହ ନେବାକୁ ହେବ | ଏନଡବ୍ଲ୍ୟୁଏସ ରବିବାର ଦିନ ଏକ ଟ୍ୱିଟ ଜାରି କରି ଗମ୍ଭୀର ଓ ଦୁର୍ଲଭ ଚେତାବନୀ ଜାରି କରିଛନ୍ତି | ସେ ଲେଖିଛନ୍ତି ଯେ, ଏହା ବିଶେଷରୂପରେ ଭୟଙ୍କର ସ୍ଥିତି ଝଡ ତୋଫାନର ସମୟ | ଦୟାକରି ନିଜ ପରିବାରକୁ ସୁରକ୍ଷିତ ରଖିବା ପାଇଁ ସାବଧାନ ରୁହନ୍ତୁ |

ପ୍ରକୃତିର ଏହି ଦ୍ୱିତୀୟ ପ୍ରହାରକୁ ସହ୍ୟ କରୁଥିବା ଆମେରିକା ନାଗରିକଙ୍କୁ ରାଜ୍ୟପାଳ କହିଛନ୍ତି ଯେ, ଯଦି ଭୟଙ୍କର ଝଡତୋଫାନ ପାଇଁ ଲୋକଙ୍କୁ କୌଣସି ଅସ୍ଥାୟୀ କ୍ୟାମ୍ପକୁ ସ୍ଥାନାନ୍ତର କରିବାକୁ ପଡେ ତାହେଲେ କରୋନା ବିସ୍ତାରକୁ ଦୃଷ୍ଟିରେ ରଖି ସାମାଜିକ ଦୂରତା ଉପରେ ମଧ୍ୟ ଧ୍ୟାନ ଦିଆଯିବ |

   Related Posts