ପ୍ରକୃତିର ମନୋରମ ଦୃଶ୍ୟ ଯାହା କେବଳ ସମ୍ଭବ ହୋଇପାରିଛି ଲକଡାଉନ୍ ପାଇଁ

Published By : Prameya-News7 Bureau | April 11, 2020 IST

କରୋନା ଭାଇରସ୍ ଏକ ଏପରି ଆତଙ୍କ ଭାବେ ଚାରିଆଡ଼େ ନିଜର କାୟା ବିସ୍ତାର କରିଛି। ଆମେ ନିଜ ନିଜ ସ୍ବପ୍ନରେ ମସଗୁଲ୍ ଥିଲୁ। ହଠାତ୍ ଏହି ମହାମାରୀ ଆସିଥିଲା ଏବଂ ସମସ୍ତ ଭବିଷ୍ୟତ ଯୋଜନାକୁ ନିମିଷକରେ ଧୂଳିସାତ୍ କରିଦେଇଥିଲା। କିନ୍ତୁ ଏସବୁ ମଧ୍ୟରେ ପ୍ରକୃତିର କେତେକ ଦୃଶ୍ୟ ଯେପରି ହଜିଯାଇଥିଲା। ଏବେ ସେଗୁଡ଼ିକୁ ଆମେ ପୁନର୍ବାର ଦେକି ପାରୁଛୁ। ତେବେ ଆସନ୍ତୁ ଜାଣିବା ଯେ କିପରି ପ୍ରକୃତି ଏବଂ ମାନବତା ଉଭୟ ଉପରେ ଲକଡାଉନର ପ୍ରଭାବ ପଡ଼ୁଛି।

{"id":252396,"sizeSlug":"large"}

ଏହି ମହାମାରୀ ଯୋଗୁଁ ଲୋକଙ୍କୁ ଘର ଭିତରେ ରହିବା ଉଚିତ୍ ଥିବାବେଳେ ଲୋକେ ବେପରୁଆ ହୋଇ ବୁଲିବାକୁ ଲାଗିଥିଲେ। ଅନେକ ଥର ବାଧ୍ୟ ହୋଇ ଲୋକେ ରାସ୍ତାକୁ ଆସିଥିଲେ।

{"id":252388,"width":574,"height":514,"sizeSlug":"large"}

ନିକଟରେ ପଞ୍ଜାବର ମୋଗା ସହରରେ ଜଣେ ମହିଳା ରାସ୍ତାରେ ନିଜ ସନ୍ତାନ ପ୍ରସବ କରିଥିଲେ। କାରଣ କେହି କବାଟ ଖୋଲୁନଥିଲେ। ହସ୍ପିଟାଲ୍ ନେଇଯିବାକୁ କେହି ନଥିଲେ।

{"id":252397,"sizeSlug":"large"}

ନିକଟରେ ଜାହ୍ନବୀ କପୁର ଏକ ପୋଷ୍ଟ ସେୟାର କରିଥିଲେ। ସେ ଲେଖିଥିଲେ ଯେ ସେ ଘରେ ରହି ବୁଝି ପାରୁଛନ୍ତି ଯେ ବଞ୍ଚିବା ପାଇଁ କେତେକ ଜିନିଷ ଜରୁରୀ ଅଟେ। ଲୋକେ ନିଜ ପରିବାରର ଆହୁରି ନିକଟତର ହୋଇଯାଇଛନ୍ତି।

{"id":252389,"sizeSlug":"large"}

ଏବେ ଲୋକ ନିଜ ଘରେ ବନ୍ଦ ଅଛନ୍ତି। ତାଙ୍କୁ କାମରେ କେହି ସାହାଯ୍ୟ କରିବାକୁ ନାହାନ୍ତି। ଏଥିପାଇଁ ସମସ୍ତେ ନିଜ ନିଜ କାମ କରିବାକୁ ଶିଖିଗଲେଣି।

{"id":252399,"sizeSlug":"large"}

ଲୋକଙ୍କ ଭିଡ଼ରେ ହଇଚଇ ହେଉଥିଲା। ପ୍ରକୃତିର କେତେକ ବିଚିତ୍ର ଦୃଶ୍ୟ ହଜିଯାଇଥିଲା। କିନ୍ତୁ ଏବେ ପୁଣି ଥରେ ସାମନାକୁ ଆସିଯାଇଛି। ଯେପରିକି-

{"id":252392,"sizeSlug":"large"}

ବହୁତ ଦିନରୁ ସମୁଦ୍ରର ଉପର ଲହରୀରେ ଡଲଫିନ୍ ଦେଖାଯାଉନଥିଲେ। ଏହାର କାରଣ ଥିଲା ପାଣିର ଟ୍ରାଫିକିଙ୍ଗ୍। ସମୁଦ୍ରରେ ଜାହାଜ ଏବଂ ଅନ୍ୟ ଜଳ ବିମାନ ଯୋଗୁଁ ମାଛ,ଡଲଫିନ୍ ଏବଂ ପାଣିର ଜୀବଙ୍କୁ ହାନି ପହଞ୍ଚୁଥିଲା। କିନ୍ତୁ ଯେବେଠୁ ଲୋକେ ସୋସିଆଲ ଡିସଟାନ୍ସିଂରେ ଅଛନ୍ତି ଆରବ ସାଗରରେ ଡଲଫିନଙ୍କୁ ସ୍ପଟ୍ କରାଯାଉଛି।

{"id":252393,"sizeSlug":"large"}

ଓଡ଼ିଶା ସମୁଦ୍ର କୂଳରେ ଏକାଠି ୮ଲକ୍ଷ ଜୀବ ବାହାରକୁ ଆସିଛନ୍ତି।

{"id":252394,"sizeSlug":"large"}

ପଞ୍ଜାବର ଜଳନ୍ଧରରୁ ହିମାଚଳ ପ୍ରଦେଶର ଧୌଲାଧାର ପର୍ବତ ଦେଖାଯାଉଛି।

{"id":252395,"sizeSlug":"large"}

ଖାଦ୍ୟ ଏବଂ ପାଣି ସନ୍ଧାନରେ ଡୋଙ୍ଗରଓ୍ବାଡ଼ି ଜଙ୍ଗଲରୁ ମୟୁର ଖଗ୍ରେଟ୍ ପାରସି କଲୋନୀର ଶାନ୍ତ ଗଳିରେ ମଜାରେ ବୁଲୁଛନ୍ତି। ତାଙ୍କୁ ନାଚୁଥିବା ଦେଖି ଲୋକଙ୍କ ମନ ଖୁସି ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.