Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଆପଣଙ୍କ ପାର୍ଟନରଙ୍କ ନାଁ ଇଂରାଜୀ ବର୍ଣ୍ଣମାଳାର ଏନ୍‌(N) ଅକ୍ଷରରୁ ନାଁ ଆରମ୍ଭ କି? ଜାଣନ୍ତୁ ତାଙ୍କ ସ୍ବଭାବ କେମିତି

1/01/2019 at 1:40 PM

ଜୀବନ ଚଲାପଥରେ କିଛି ଲୋକ ଜୀବନସାରା ଆମସହ ରୁହନ୍ତି ତ କିଛି ଅଲଗା ହୋଇଯାଆନ୍ତି। ଆମେ ସର୍ବଦା ଜୀବନସାଥି ରୂପରେ ଭଲ ସ୍ୱଭାବ ଓ ଭଲ ବ୍ୟକ୍ତିତ୍ୱର ମଣିଷ ଖୋଜିଥାଉ। ଜୀବନସାଥିର ସ୍ୱଭାବ କେମିତି ଥିବ ଏହା ଜାଣିବାକୁ ଲୋକମାନେ ଉତ୍ସୁକ ଥାନ୍ତି। ତେଣୁ କାହା ନାଁରୁ ଯଦି ମଣିଷ ବିଷୟରେ କିଛି ଜାଣିହୁଏ ଏହା ଖୁବ ଲାଭଦାୟକ ହୋଇଥାଏ। ଆଜି ଜାଣନ୍ତୁ N ଅକ୍ଷରରୁ ଆରମ୍ଭ ହଉଥିବା ବ୍ୟକ୍ତଙ୍କ ବ୍ୟକ୍ତିତ୍ୱ।
N ଅକ୍ଷରର ଲୋକମାନେ ପ୍ରେମ ମାମଲାରେ ଖୁବ ରୋମାଣ୍ଟିକ ଥାନ୍ତି। N ଅକ୍ଷରର ରୋମାଣ୍ଟିକ ଲୋକମାନେ ଖୁବ ସଂବେଦଶୀଳ। N ଅକ୍ଷରରେ ଆରମ୍ଭ ହଉଥିବା ଲୋକେ ସହଜରେ କାହା ପ୍ରେମରେ ପଡନ୍ତି ନାହିଁ। କିନ୍ତୁ କେବେ କାହାକୁ ମନ ଦେଲେ ତାଙ୍କୁ ଧୋକା ଦିଅନ୍ତି ନାହିଁ। ସୁଃଖ ଦୁଃଖରେ ନିଜ ଜୀବନସାଥି ସହ ସବୁସମୟରେ ଥାନ୍ତି। ଯଦି N ଅକ୍ଷରରେ ଆରମ୍ଭ ହଉଥିବା ବ୍ୟକ୍ତି ଆପଣଙ୍କୁ ଜୀବନସାଥି ରୂପରେ ମିଳେ ତାହେଲେ ଆପଣ ଖୁବ ଭାଗ୍ୟବାନ।
N ଅକ୍ଷରର ବ୍ୟକ୍ତି ଲାଭ ଦେଖି ବନ୍ଧୁତା କରନ୍ତି। ଏହି ବ୍ୟକ୍ତିମାନେ ସବୁ ଜିନିଷରେ ନିଜ ଲାଭ ଦେଖନ୍ତି। ପ୍ରେମରେ ହିସାବ କିତାବ ମଧ୍ୟ ଦେଖନ୍ତି। ରଂଙ୍ଗ ରୂପରେ ଏମାନେ ଖୁବ ଆକର୍ଷଣୀୟ ଥାନ୍ତି। ରଂଙ୍ଗ ରୂପରୁ ସମୟ ସମୟରେ ଫାଇଦା ଉଠାନ୍ତି N ଅକ୍ଷରର ବ୍ୟକ୍ତି ମାନେ।

ଏମାନେ ଖୁବ ମୌଜ ମସ୍ତି ସ୍ୱଭାବର ଲୋକ ଥାନ୍ତି। ଏହି ସ୍ୱଭାବର ଲୋକମାନଙ୍କୁ ଦେଖାଣିଆ ପ୍ରକୃତି ପସନ୍ଦ ନଥାଏ । ଏମାନଙ୍କ ଆଭିମୁଖ୍ୟ ପ୍ରତ୍ୟେକ ସ୍ଥିତିରେ ବଦଳୁଥାଏ। N ଅକ୍ଷରର ବ୍ୟକ୍ତି ମାନେ ଗୋଟେ କାମରୁ ଶିଘ୍ର ବୋର ହେଇଯାଆନ୍ତି। କିନ୍ତୁ ସମସ୍ତ କାର୍ଯ୍ୟ ଦାଇତ୍ୱର ସହ ପୂର୍ଣ କରନ୍ତି। ଏହି ବ୍ୟକ୍ତିମାନେ ଶାନ୍ତ ସ୍ୱଭାବର ଦେଖାଯାଆନ୍ତି କିନ୍ତୁ ବାସ୍ତବରେ ଏମାନେ ଅତ୍ୟନ୍ତ ଆକ୍ରମଣାତ୍ମକ ପ୍ରକୃତିର। ନିଜ ବିଷୟରେ କେହି ଆଲୋଚନା କରିବା ଏମାନଙ୍କୁ ପସନ୍ଦ ନୁହଁ। ଏମାନେ ସବୁ କଥା ମୁହଁ ଉପରେ କହିଦିଅନ୍ତି । ପେଟରେ କିଛି ରଖନ୍ତି ନାହିଁ ।

   Related Posts