Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆପଣଙ୍କ ବିବାହ ଦିନ ବର୍ଷା ହେଉଛି କି : ତେବେ ଜାଣନ୍ତୁ ଏହା ପଛରେ ଥିବା ପ୍ରକୃତିର ସଙ୍କେତ

17/05/2019 at 12:30 PM

ଯଦି କାହାର ବିବାହ ଦିନ  ହଠାତ୍ ବର୍ଷା ହୋଇଯାଉଛି ତେବେ ସମସ୍ତଙ୍କ ପାଇଁ ଏହା ଏକ ବଡ଼ ସମସ୍ୟା ସୃଷ୍ଟି କରିଥାଏ। ସମସ୍ତ ଆୟୋଜନ ଉପରେ ଫସର ଫାଟି ଯାଇଥାଏ। ଏପରି ପରିସ୍ଥିତିରେ ଅନେକ ଲୋକ ଏହାକୁ ଅଶୁଭ ସଙ୍କେତ ବୋଲି କହିଥାଆନ୍ତି। ବିବାହରେ ହଠାତ୍ ବର୍ଷା ହୋଇଥିଲେ ଆମର ଏଠାରେ ଅନ୍ଧବିଶ୍ବାସ କହିଥାଆନ୍ତି। ଆଜି ଆମେ ଜାଣିବା ବିବାହରେ ହଠାତ୍ ବର୍ଷା ହେବାର ଅର୍ଥ କ’ଣ ହୋଇଥାଏ।

ବାସ୍ତବରେ ବିବାହ ଦିନ ବର୍ଷା ହେଉଥିବା ପଛରେ ଖାସ୍ ଧରଣର ସଙ୍କେତ ଥାଏ। ଏହା ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲେହେଁ ବାସ୍ତବରେ ଶୁଭ ହୋଇଥାଏ। ଏହା ପ୍ରକୃତିର ବିଶେଷ ସଙ୍କେତ ହୋଇଥାଏ। ଏହା ଉତ୍ତମ ଭାଗ୍ୟର ସଙ୍କେତ ହୋଇଥାଏ। ବିବାହ ଦିନ ବର୍ଷା ହେବାକୁ ଈଶ୍ବରଙ୍କ ଆର୍ଶୀର୍ବାଦ କୁହାଯାଏ। ଏହା ବିବାହ ସଫଳ ହେବାର ପ୍ରତୀକ ହୋଇଥାଏ। ଆପଣ ଏହାକୁ ପ୍ରକୃତିଙ୍କ ତରଫରୁ ବର ଏବଂ କନ୍ୟାଙ୍କୁ ଆଶୀର୍ବାଦ ଲାଭ ମାନି ପାରିବେ।

ଏହା ସୁଖ ସମୃଦ୍ଧିର ପ୍ରତୀକ ମଧ୍ୟ ହୋଇଥାଏ। ପ୍ରକୃତି ଈଶାରା କରିଥାଏ ଯେ ସ୍ବାମୀ ସ୍ତ୍ରୀଙ୍କ ଜୀବନ ସୁଖ ଶାନ୍ତିରେ ଭରି ଯିବ। ବର୍ଷା ପାଣି ଯେପରି ଭାବେ ଫସଲ ବୃଦ୍ଧି କରିଥାଏ ସେହିପରି ବିବାହ ଦିନ ହେଉଥିବା ବର୍ଷା ନବ ଦମ୍ପତ୍ତିଙ୍କ ପରିବାର ବଢ଼ିବାର ସଙ୍କେତ ହୋଇଥାଏ।

   Related Posts