ଉତ୍ତରାରୁ ଶ୍ରୀକ୍ଷେତ୍ର ଗଡିଲା ପ୍ରକୃତି ରଥ: ବଣ୍ଟାଯିବ ୧୦ହଜାର ଚାରା, ଶ୍ରୀଜୀଉଙ୍କ ପାଇଁ ଆବଶ୍ୟକ ହେଉଥିବା ଗଛ ଲଗାଇବା ମୁଖ୍ୟ ଉଦ୍ଦେଶ୍ୟ
3/07/2019 at 5:55 PM

ଭୁବନେଶ୍ବର୩|୭: ଗତ ଦୁଇମାସ ତଳେ ରାଜ୍ୟରେ ଫନି ବାତ୍ୟାରେ ବ୍ୟାପକ କ୍ଷୟକ୍ଷତି ହେବା ସହ ଅନେକ ଗଛ ମଧ୍ୟ ନଷ୍ଟ ହେ।ଇଯାଇଛି। ଆଗାମୀ ଦିନରେ ଛାଇଟିଏ ମିଳିବା ତ କଷ୍ଟକର । ଗଛ ପାଇଁ ବର୍ତ୍ତମାନ ଜୀବନ ବଚିଂବା ବି କଷ୍ଟ ତେଣୁ ପ୍ରତ୍ୟେକଙ୍କ ପାଇଁ ଏବେ ଗଛ ଜରୁରୀ।ଏହାକୁ ଦୃଷ୍ଟିରେ ରଖି ରଥ ଯାତ୍ରା ଅବସରରେ ଜଗନ୍ନାଥଙ୍କ ପାଇଁ ବ୍ୟବହୃତ ହେଉଥିବା ବିଭିନ୍ନ ଗଛ ମଧ୍ୟ ଏହି ଫନୀରେ ନଷ୍ଟ ହେ।ଇଯାଇଛି , ତେଣୁ ଏହାକୁ ଦୃଷ୍ଟିରେ ରଖି ଏକ ରଥ ଏୟାର ଟେଲ ପକ୍ଷରୁ ବାହାରି ଭୁବନେଶ୍ବରରୁ ପୁରୀ ଅଭିମୁଖେ ଯିବା ସହ ଜଗନ୍ନାଥଙ୍କ ଉଦ୍ୟେଶ୍ୟରେ ବ୍ୟବହୃତ ଗଛର ଚାରା ଆଜି ବିଭିନ୍ନ ଲେ।କଙ୍କୁ ବଣ୍ଟା ଯାଇଛି ।ସୁସଜ୍ଜିତ ରଥ ଭୁବନେଶ୍ବର ଉତ୍ତରା ଛକରୁ ବାହାରି ପୁରୀ ଅଭିମୁଖେ ଯିବା ସହ ପ୍ରାୟ ୧୦ ହଜାର ଗଛ ବଣ୍ଟାଯିବା ପାଇଁ ସ୍ଥିର କରାଯାଇଛି ।

ଆଉ ଆଗକୁ ପ୍ରଭୁ ଜଗନ୍ନାଥଙ୍କ ରଥ ନିର୍ମାଣ , ଦାରୁ ନିର୍ମାଣ ଏବଂ ଅନ୍ୟାନ୍ୟ ନୀତିରେ ଲାଗୁଥିବା ଫାଶୀ, ଲିମ୍ବ କରଞ୍ଜ, ବେଲ, ତୁଳସି ଆଉ ଆଗକୁ ମିଳିବ କି ନାହିଁ ତାହା ଏବେ ବଡ ପ୍ରଶ୍ନ ।ଗତ ଦୁଇମାସ ତଳେ ଫନୀର ବାତ୍ୟାର ବିଭିଷୀକାରେ ବହୁ ଗଛ ନଷ୍ଟ ହେ।ଇଯାଇଛି ।ତେଣୁ ଏହାକୁ ଦୃଷ୍ଟିରେ ରଖି ଏୟାରଟେଲ ପକ୍ଷରୁ ଏକ ପ୍ରକୃତି ରଥ ଆଜି ଉତ୍ତରା ଠାରୁ ପୁରୀ ଅଭିମୁଖେ ବାହାରିଛି ।

ଗଛଟିଏ ଜୀବନ ଟିଏ ଏକଥା ସମସ୍ତେ ଜାଣି ଥିଲେ ମଧ୍ୟ ସଚେତନତା ଅଭାବରୁ ଏହାର ଜଙ୍ଗଲ ସୃଷ୍ଟି ହେ।ଇ ପାରୁ ନାହିଁ । ଆଉ ୧୦ ବର୍ଷ ମଧ୍ୟରେ ଜଙ୍ଗଲରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ବିଭିନ୍ନ ସମୟରେ ବ୍ୟବହୃତ ହେଉଥିବା ଗଛ ମିଳିବ। କଷ୍ଟକର ହେ।ଇ ପଡିବ ।ତେଣୁ ଏବେ ଠାରୁ ପରିବେଶ ସୁରକ୍ଷା ସହ ପ୍ରତ୍ୟେକଙ୍କ ବଗିଚାରେ ଗଛଟିଏ ଲଗାଇବା ନିତ୍ୟାନ୍ତ ଜରୁରୀ ଏହା ସହ ଜଙ୍ଗଲ ସୃଷ୍ଟି କରିବା ମଧ୍ୟ ସମସ୍ତଙ୍କ ଦାୟିତ୍ବ ।

ପ୍ରଭୁ ଜଗନ୍ନାଥଙ୍କ ପ୍ରତ୍ୟେହ କାଯ୍ୟରେ ବିଭିନ୍ନ ପ୍ରକାର ଗଛର କାଠ ବ୍ୟବହାର ହୁଏ ଯେମିତି ଦାରୁଙ୍କ ପାଇଁ ଲିମ୍ବ , ରଥ ଗଢା ହେବା ପାଇଁ ଫାଶୀ, ବେଲ ତୁଳସୀ ଜନ୍ଦନ ଭଳି କାଠ ନିତ୍ୟନ୍ତ ଆବଶ୍ୟକ । ଏବେ ଠାରୁ ସଚେତନ ହେ।ଇ ପ୍ରତ୍ୟେକ ଏହିଭଳି ଗେ।ଟିଏ ଗେ।ଟିଏ ଗଛ ଲଗାଇବେ ତେବେ ଆଗାମୀ ଦିନରେ ଜଗନ୍ନାଥଙ୍କ ପାଇଁ ବ୍ୟବହାର ହେଉଥିବା ଗଛ ସମସ୍ୟା ଆଉ ରହିବନି ।ପ୍ରକୃତି ରଥର ମୁଖ୍ୟ ଉଦେଶ୍ୟ ଜଗନ୍ନାଥଙ୍କ ପାଇଁ ସଚେତନତା ସୃଷ୍ଟି ଓ ଚାରା ବଣ୍ଟନ କରିବା ।

ଏୟାରଟେଲ ପକ୍ଷରୁ ବାହାରିଥିବା ଏହି ରଥରେ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ସହ ବିଭିନ୍ନ ଚାରା ବଣ୍ଟନ କରାଯାଇଛି ।ରଥ ଭୁବନେଶ୍ବରରୁ ବାହାରି ବିଭିନ୍ନ ଗାଁ ଗହଳିରେ ଜଗନ୍ନାଥ ପାଇଁ ବ୍ୟବହୃତ ହେଉଥିବା ଚାରା ବଣ୍ଟନ କରାଯାଇଛି ।
