ଘରେ ବୁଢ଼ିଆଣୀ ଜାଲ ଯୋଗୁଁ ଚିନ୍ତିତ କି? ଅବଲମ୍ବନ କରନ୍ତୁ ଏହି ସବୁ ଉପାୟ

Published By : Prameya-News7 Bureau | November 13, 2019 IST

ଘରେ ହୋଇଥିବା ବୁଢ଼ିଆଣୀ ଜାଲ ଦେଖିବାକୁ ତ ଖରାପ ଲାଗିଥାଏ,ଏବଂ ଏଗୁଡ଼ିକ ଯୋଗୁଁ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଆପଣ ବୋଧହୁଏ ଜାଣିନଥିବେ ଯେ ବୁଢ଼ିଆଣୀକୁ ଘରୋଇ ଉପାୟ ଅବଲମ୍ବନ କରି ମଧ୍ୟ ଘରୁ ବାହାର କରାଯାଇପାରିବ। ଆସନ୍ତୁ ଜାଣିବା ଏହି ଉପାୟଗୁଡ଼ିକ ବିଷୟରେ

ସର୍ବପ୍ରଥମେ ସବୁ ବୁଢ଼ିଆଣୀ ଜାଲକୁ ସଫା କରନ୍ତୁ, ଖାସ୍ କରି କାନ୍ଥ କୋଣରେ ହୋଇଥିବା ବୁଢ଼ିଆଣୀ ଜାଲ ସଫା କରନ୍ତୁ। ଅଧିକାଂଶ ସମୟରେ ବୁଢ଼ୀଆଣୀ ଏସବୁ ସ୍ଥାନରୁ ଜାଲ ବୁଣିବା ଆରମ୍ଭ କରିଥାଏ। ବୁଢ଼ିଆଣୀ କାନ୍ଥ କୋଣରେ ଖୁବ୍ ସହଜରେ ଘର କରିଥାଏ।

ବ୍ୟବହାର କରନ୍ତୁ ଭିନେଗାର : ଭିନେଗାର ଏକ ଏପରି ପଦାର୍ଥ ଯାହା ପୋକକୁ ମାରିଥାଏ। ଭିନେଗାରକୁ ଏକ କନାରେ ବୁଡ଼ାଇ ସେହି ସ୍ଥାନରେ ରଖନ୍ତୁ ଯେଉଁଠାରେ ବୁଢ଼ିଆଣୀ ହେବାର ସମ୍ଭାବନା ଅଧିକ ଥାଏ।

ଭଙ୍ଗା କାନ୍ଥକୁ ଠିକ୍ କରନ୍ତୁ : ଯଦି ଆପଣଙ୍କ ଘରେ କୌଣସି କାନ୍ଥ ଭାଙ୍ଗିଯାଇଛି କିମ୍ବା ସେଠାରେ ଫାଟ ସୃଷ୍ଟି ହୋଇଛି ତାହେଲେ ସେଠାରେ ବୁଢ଼ିଆଣୀ ଶୀଘ୍ର ଘର କରିଥାଏ। ତେଣୁ ଘରର କାନ୍ଥ ଶୀଘ୍ର ଠିକ୍ କରନ୍ତୁ।

ବେକିଙ୍ଗ ସୋଡ଼ା କରନ୍ତୁ ବ୍ୟବହାର : ବେକିଙ୍ଗ ସୋଡ଼ା ବ୍ୟବହାର କରିବା ଦ୍ବାରା ବୁଢ଼ିଆଣୀ ଦୂର ହୋଇଯାଇଥାଆନ୍ତି। ବୁଢ଼ିଆଣୀ ଏହାର ଗନ୍ଧ ପସନ୍ଦ କରନ୍ତି ନାହିଁ ଯାହା ଫଳରେ ସେ ବେକିଙ୍ଗ ସୋଡ଼ା ଲାଗିଥିବା ସ୍ଥାନରୁ ଦୂରେଇ ଯାଆନ୍ତି।

ସିଟ୍ରସ୍ ଅୟେଲ୍ : ସିଟ୍ରସ୍ ଅୟେଲରେ ଆଣ୍ଟି-ଇନଫ୍ଲାମେଟାରୀ ଗୁଣ ରହିଥାଏ। ଏହାର କିଛି ବୁନ୍ଦା ଗୋଟିଏ କପଡ଼ାରେ ପକାଇ ଏହାକୁ ସେହି ଜାଲ ଜାଗାରେ ଲଗାଇ ଦିଅନ୍ତୁ, ବୁଢ଼ିଆଣୀ ଘର ଛାଡ଼ି ଚାଲିଯିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.