ବର୍ଷା ଋତୁରେ ବଢିବ ମଶା ଉପଦ୍ରବ, ମେଲେରିଆ, ଡେଙ୍ଗୁ, ଚିକନଗୁନିଆରୁ ଏମିତି ରକ୍ଷା କରନ୍ତୁ ନିଜକୁ
26/06/2019 at 8:42 PM

ଚଳିତବର୍ଷ ଦେଶରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଥିବା ବେଳେ ମୌସୁମି ଆଗମନ ଯୋଗୁ କିଛି ରାଜ୍ୟରେ ବର୍ଷା ଆରମ୍ଭ ହେଲାଣି। ଆଗକୁ ସାରା ଦେଶରେ ମୌସୁମୀ ବର୍ଷା ହେବ। ତେବେ ବର୍ଷା ଋତୁ ସହ ଦେଶରେ ମଶା ବଂଶ ବିସ୍ତାର ଲୋକଙ୍କ ରାତି ଅନିଦ୍ରାର କାରଣ ହେବ । ପାଣି ଜମିବା ଯୋଗୁ ମଶା ବଂସ ବିସ୍ତାର କରିବା ସହ ପାଗ ଥଣ୍ଡା ରହିବା ଯୋଗୁ ମଶା କାମୁଡାରେ ମେଲେରିଆ, ଡେଙ୍ଗୁ ଓ ଚିକନଗୁନିଆ ସଂକ୍ରମଣର ଆଶଙ୍କା କରାଯାଉଛି। ଏଣୁ ମଶାଙ୍କ ଉତ୍ପାତରୁ ରକ୍ଷା ପାଇବା ଲାଗି ବଜାରରେ ଅନେକ ସାମଗ୍ରୀ ଉପଲବ୍ଧ ହେଉଛି। ହେଲେ ସେଥି ମଧ୍ୟରୁ କୌଣସିଟି ଲୋକଙ୍କ କାମରେ ଆସୁନି। ଏଣୁ ଜାଣନ୍ତୁ ପ୍ରାକୃତିକ ଭାବେ ମଶା ତଡିବାର ଉପାୟ।

ନିମ୍ବ ତେଲ ମଶା ନିବାରଣ ପାଇଁ ବର୍ଷ ବର୍ଷରୁ ଉପଯୋଗୀ ପ୍ରମାଣିତ ହୋଇ ଆସିଛି। ଏଣୁ ବର୍ଷା ଋତୁରେ ମଶା ହେବା ମାତ୍ରେ ନିମ୍ବ ତେଲ ସଂଗ୍ରହ କରନ୍ତୁ। ନିମ୍ବ ତେଲକୁ କୌଣସି ସ୍ପ୍ରେୟରରେ କର୍ପୁର ସହ ଫେଣ୍ଟି ମିଶ୍ରଣ ପ୍ରସ୍ତୁତ କରନ୍ତୁ। ପ୍ରସ୍ତୁତ ମିଶ୍ରଣକୁ ତେଜପତ୍ରରେ ସ୍ପ୍ରେ କରି କିଛି ସମୟ ରଖିବା ପରେ ସେଥିରେ ଡିଆସିଲି ଜଳାନ୍ତୁ। ତେଜପତ୍ର, କର୍ପୁର ଓ ନିମ୍ବପତ୍ର ବାସ୍ନାରେ ଆଶ୍ଚର୍ଯ୍ୟଜନକ ଭାବେ ମଶା ଘରୁ ପଳାଇବେ। ସେହିପରି ଘରେ କୌଣସି କୋଣରେ ଛୋଟ ପାତ୍ରରେ ପାଣି ରଖି ସେଥିରେ କର୍ପୁରଟେ ପକାଇ ଦିଅନ୍ତୁ। ଏଥିରୁ ଯେଉଁ ବାସ୍ନା ବାହାରିବ ସେଥିରେ ଘରେ ମଶା ହେବେନି। ଏହି ପ୍ରୟୋଗ ବାରମ୍ବାର କରିପାରନ୍ତି।

ସେହିପରି ମଶାଙ୍କ କାମୁଡାରୁ ରକ୍ଷା ପାଇବା ଲାଗି ନଡିଆତେଲ, ନିମ୍ବତେଲ, ଲବଙ୍ଗତେଲ, ପିପରମେଣ୍ଟ ତେଲ ଓ ନିଳଗିରି ତେଲକୁ ସମାନ ମାତ୍ରାରେ ମିସାଇ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ରାତିରେ ଶୋଇବା ବେଳେ ଦେହରେ ଲଗାଇ ଶୋଇଲେ ମସା କାମୁଡିବା ଦୂରର କଥା ବାସ୍ନାରେ ଖଟ ପାଖକୁ ବି ଆସିବେନି। ଏହା ମସାଙ୍କ କବଳରୁ ନିଜକୁ ରକ୍ଷା କରିବା ଲାଗି ସବୁଠୁ ଚମତ୍କାରୀ ଉପାୟ