Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

କାଛୁ କୁଣ୍ଡିଆ ସମସ୍ୟାରୁ ମୁକ୍ତ କରେ ଏହି ନିଆରା ପତ୍ର, ଏଭଳି କରନ୍ତୁ ବ୍ୟବହାର

29/04/2019 at 4:21 PM

କାଛୁ କୁଣ୍ଡିଆ ସମସ୍ୟା ପାଇଁ ଆଜିକାଲି ବହୁ ଲୋକେ ଚିନ୍ତିତ। ଅନେକ ଔଷଧ ଖାଇବା ପରେ ମଧ୍ୟ ଏହି ସମସ୍ୟାରୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ହୋଇପାରନ୍ତି ନାହିଁ। କାଛୁ କୁଣ୍ଡିଆ ରୋଗରେ ପିଡୀତ ହୋଇଥିବା ଲୋକଙ୍କ ପାଇଁ ଉଠିବା ବସିବା ମଧ୍ୟ କଷ୍ଟକର ହୋଇଥାଏ। ବଜାରରେ ଏହି ରୋଗ ପାଇଁ ଅନେକ ଔଷଧ, କ୍ରିମ୍‌ ଉପଲବ୍ଧ ହୁଏ। କିନ୍ତୁ ଔଷଧ ବା କ୍ରିମ୍‌ ଦ୍ବାରା ଏହା ଠିକ୍‌ ହୋଇନଥାଏ। କିଛି ସମୟ ଯାଏଁ ଆରାମ ମିଳେ ସତ କିନ୍ତୁ ସମସ୍ୟା ପୁଣି ବାହାରିଥାଏ। ଏହି କାରଣରୁ କାଛୁକୁଣ୍ଡିଆରୁ ମୁକ୍ତି ପାଇବା ପାଇଁ ଏକ ଘରୋଇ ଉପଚାର ରହିଛି।
ତେବେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ଏକ ପ୍ରାକୃତିକ ଉପାୟ ଅଛି। ଆମ ଦେଶରେ କଦଳୀ ପତ୍ରର ଉପଯୋଗ ବର୍ଷ ବର୍ଷ ଧରି ଲୋକେ କରିଆସୁଛନ୍ତି। ଦକ୍ଷିଣ ଭାରତରେ କଦଳୀ ପତ୍ରରେ ଖାଦ୍ୟ ଖାଇବାର ପରମ୍ପରା ଆଜି ଯାଏଁ ଅଛି। କଦଳୀ ପତ୍ରରେ ଅନେକ ପ୍ରୋଟିନ୍‌ଯୁକ୍ତ ତତ୍ତ୍ବ ଅଛି ଯାହା ଶରୀର ପାଇଁ ଖୁବ ଭଲ। କଦଳୀ ପତ୍ରରେ ଆଣ୍ଟିଅକ୍ସିଡେଣ୍ଟ ଭରପୁର ମାତ୍ରାରେ ଥାଏ। ଏହା ସହ ଏପିଗାଲୋକେଟଚିନ ଗଲେଟ ଓ ଇଜିସିଜି ଭଳି ପଲିଫିନାଲଂସ ତତ୍ତ୍ବ ଅଛି। ଏହି କାରଣରୁ କଦଳୀ ପତ୍ରରେ ନଡିଆ ତେଲ ମିଶାଇ କାଛୁ ଓ କୁଣ୍ଡିଆ ସ୍ଥାନରେ ଲଗାଇଲେ ଏହି ସମସ୍ୟା ସବୁ ଦିନ ପାଇଁ ସମାଧାନ ହୋଇଥାଏ।କିଛି ଦିନ ଧରି ଲଗାତାର ଏହି ପ୍ରକ୍ରିୟା କରିଲେ କାଛୁ କୁଣ୍ଡିଆରୁ ମୁକ୍ତି ମିଳିବ   ।   

   Related Posts