ଏହି ଫଳକୁ ବ୍ୟବହାର କରନ୍ତୁ ଏବଂ ମୁହଁକୁ ସୁନ୍ଦର କରିବା ସହ ପାଆନ୍ତୁ ପେଟ ସମସ୍ୟାରୁ ମୁକ୍ତି

Published By : Prameya-News7 Bureau | January 08, 2019 IST

ଆଜିକାଲି ଝିଅ ମାନେ ଚେହେରାର ସୁନ୍ଦରତା ପାଇଁ ଅନେକ ବିଉଟି ପ୍ରଡକ୍ଟର ବ୍ୟବହାର କରନ୍ତି। କିନ୍ତୁ ଅଧିକ ମାତ୍ରାର ବିଉଟି ପ୍ରଡକ୍ଟ ଚେହେରାର ପ୍ରକୃତ ସୁନ୍ଦରତା ମଧ୍ୟ ନଷ୍ଟ କରିଦିଏ। ଏହି ବିଉଟି ପ୍ରଡକ୍ଟର କିଛିଟା ଔଷଧିୟ ଗୁଣ ସୁନ୍ଦରତାକୁ ବଢାଏ ସତ କିନ୍ତୁ ଏହାର ସାଇଡ ଇଫେକ୍ଟ ମଧ୍ୟ ଥାଏ। ଜାଣନ୍ତୁ ଏକ ଏମିତି ଔଷଧି ବିଷୟରେ ଯାହା ଚେହେରାରକୁ ସଫା କରିଦିଏ। କେବଳ ଚେହେରାର ସୁନ୍ଦରତା ନୁହଁ ପେଟ ସମସ୍ୟାକୁ ମଧ୍ୟ ଦୂର କରିଥାଏ।

{"id":71714}

ଜଡି ବୁଟି ଦୋକାନରେ ଏହି ଔଷଧ ସୁବିଧାରେ ମିଳିଯାଏ। ଏହି ଔଷଧ ପାଉଡର ରୂପରେ ମଧ୍ୟ ବିକ୍ରି ହୁଏ। ଏହାକୁ ମରୋଡର ଫଳି, ଏକାଂଗ୍ରୀ, ମୌରମାଂସି ବୋଲି କିହାଯାଏ ।  ଜାଣନ୍ତୁ ମରୋଡର ସବୁ ଲାଭଦାୟକ କ୍ଷମତା ଯାହା ଚେହେରା ଏବଂ ପେଟର ସମସ୍ୟାକୁ ଦୂର କରେ।

୧.ମୁହଁରେ ଦାଗ, ଏଲର୍ଜି କିମ୍ୱା କୌଣସି ପ୍ରକାରର ଚିହ୍ନ ଥିଲେ ମରୋଡର ଫଳକୁ ବାଟି ତାର ପେଷ୍ଟକୁ ମୁହଁର ପ୍ରଭାବିତ ଭାଗରେ କିଛି ଦିନ ଲଗାଇଲେ ଏହା ସଂପୂର୍ଣ ଭାବେ ଠିକ ହୋଇଯିବ।

{"id":71715,"width":589,"height":393}

୨.ଡାଇରିଆ କିମ୍ୱା ରକ୍ତ ସଂବନ୍ଧିତ ସମସ୍ୟା ଥିଲେ ରାତିରେ ମରୋଡ ଫଳକୁ ପାଣିରେ ଭିଜାଇ ସକାଳେ ପିଇଲେ ଏହି ସମସ୍ୟାର ସମାଧାନ ହୋଇଥାଏ।

୩. କୌଣସି ପ୍ରକାରର ପେଟ ରୋଗ ଥିଲେ ମରୋଡର ଫଳ ପାଉଡରକୁ ମହୁ ସହ ପିଇଲେ ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ।

୪.ଯଦି ଅଧିକାଂଶ ସମୟରେ ବାନ୍ତି ହବାର ସମସ୍ୟା ଅଛି ତେବେ ମରୋଡର ପାଉଡରକୁ ମହୁ ସହ ପିଇଲେ ବାନ୍ତି ହୁଏ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.