Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ପ୍ରତିରୋଧକ କ୍ଷମତା ବଢାଇବାକୁ ଘରୋଇ ଉପଚାର ହୋଇପାରେ କ୍ଷତିକାରକ: ଜାଣନ୍ତୁ କେତେ ମାତ୍ରାରେ ସେବନ କରିବା ହିତକର

8/10/2020 at 3:25 PM

ଭୁବନେଶ୍ୱର ୦୮/୧୦ : କରୋନା ଭାଇରସରୁ ନିଜକୁ ସୁରକ୍ଷିତ ରଖିବାକୁ ଲୋକେ ରୋଗ ପ୍ରତିରୋଧକ କ୍ଷମତା ବଢାଇବା ଉପରେ ଜୋର ଦେଉଛନ୍ତି। ବଜାରରେ ମଧ୍ୟ ଅନେକ ପ୍ରକାର ସପ୍ଲିମେଣ୍ଟ ଉପଲବ୍ଧ। ରୋଗ ପ୍ରତିରୋଧକ ନାଁରେ ଦୋକାନରେ ବିଭିନ୍ନ ପ୍ରକାର ଜୁସ ଓ ଔଷଧ ବିକ୍ରି ହେଉଛି। ଲୋକେ ଡାକ୍ତରଙ୍କ ପରାମର୍ଶ ବିନା ନିଜେ ଭିଟାମିନ-ସି ଔଷଧ କିଣି ଖାଉଛନ୍ତି। କିଛି ଲୋକେ ଘରୋଇ ଉପଚାର କରୁଛନ୍ତି ଏବଂ ଏହାର ସଠିକ ମାତ୍ରା ନ ଜାଣି ହର୍ବଲ କାଢ଼ା ସେବନ କରୁଛନ୍ତି। ଏହାଦ୍ୱାରା ଶରୀରକୁ ଅନ୍ୟ ପ୍ରକାର କ୍ଷତି ହେଉଛି।

ତାମିଲନାଡୁ ବିଲ୍ଲୁପୁରମ ସରକାରୀ ହସ୍ପିଟାଲରେ ଡାକ୍ତର ପି.ମୋହନବେଲ ‘ଦି ହିନ୍ଦୁ’କୁ କହିଛନ୍ତି, ଆମ ପାଖରେ ଅତିକମରେ ୧୫ ପ୍ରତିଶତ ରୋଗୀ ଆସିଥାନ୍ତି ଯେଉଁମାନଙ୍କୁ ହର୍ବଲ ପଦାର୍ଥର ଓଭରଡୋଜ ହୋଇଥାଏ। ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କୁ ପେଟ ସମ୍ବନ୍ଧୀୟ ସମସ୍ୟା ହୋଇଥାଏ ଓ ବେଳେବେଳେ ଗମ୍ଭୀର ମାମଲାରେ ଏମାନଙ୍କ ଏଣ୍ଡୋସ୍କୋପି କରାଯାଇଥାଏ। ଡାକ୍ତର କହିଛନ୍ତି ଯେ, ପ୍ରତିରୋଧକ କ୍ଷମତା ବଢାଇବାକୁ କୌଣସି ଯାଦୁକରୀ ଔଷଧ ନାହିଁ। ଯଦି ଆପଣ ପ୍ରତିରୋଧକ କ୍ଷମତା ବଢାଇବାକୁ ଘରୋଇ ଉପଚାର ଆପଣାଉଛନ୍ତି ତାହେଲେ ମସଲାର ଉଚିତ ମାତ୍ରା ଜାଣିବା ଜରୁରୀ। ଜାଣନ୍ତୁ କେଉଁ ମସଲା କେତେ ପରିମାଣରେ ସେବନ କରିବା ଉଚିତ:

ହଳଦୀ – ହଳଦୀରେ କରକ୍ୟୁମିନରେ ଆଣ୍ଟିଭାଇରାଲ ଓ ଆଣ୍ଟି ଇନଫ୍ଲାମେଟ୍ରି ଗୁଣ ରହିଛି। ପାଉଡର ତୁଳନାରେ କଞ୍ଚା ହଳଦୀ ଅଧିକ ପ୍ରଭାବଶାଳୀ ହୋଇଥାଏ ଏବଂ ୩ ସପ୍ତାହ ମଧ୍ୟରେ ଏହାର ସେବନ କରିବା ଉଚିତ। ହଳଦୀକୁ ଗୋଲମରିଚ ସହ ସେବନ କାଳେ ଅଧିକ ଲାଭଦାୟୀ ହୋଇଥାଏ। ଏହାକୁ ଦିନକୁ ୩ ଗ୍ରାମ ସେବନ କରିବା ଉଚିତ। ଯଦି ପେଟରେ ଯନ୍ତ୍ରଣା ହେଉଥାଏ ତାହେଲେ ଏହାକୁ ସେବନ କରିବା ଉଚିତ ନୁହେଁ।

ଅଦା – ତାଜା ଅଦା ପେଟରେ ବ୍ୟାକ୍ଟେରିଆକୁ ସ୍ଥିର କରି ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଶୁଖିଲା ଅଦା ଫୁସଫୁସକୁ ସଫା କରିଥାଏ। ଅଧିକ ପ୍ରଭାବ ପାଇଁ ଅଦା ଓ ଲେମ୍ବୁ ରସ ପିଇପାରିବେ। ଯଦି ଗ୍ୟାସ ସମସ୍ୟା ଥାଏ ତାହେଲେ ଏହାକୁ ସେବନ କରନ୍ତୁ ନାହିଁ। ଦିନକୁ ୧୦ ଏମଏଲ ଅର୍ଥାତ ୨ ଚାମଚରୁ ଅଧିକ ଆସ ରସ ସେବନ କରନ୍ତୁନି।

ଗୋଲମରିଚ – ଗୋଲମରିଚରେ ପିପେଏରାଇନ ଫୁସଫୁସକୁ ସଫା କରିବାରେ ସାହାଯ୍ୟ କରିଥାଏ ଏବଂ ଟି-କୋଷରେ ସୁଧାର ଆଣିଥାଏ ଯାହାଫଳରେ ସଂକ୍ରମଣ ସହ ଲଢ଼ିବାରେ ସାହାଯ୍ୟ ମିଳିଥାଏ। ଗୋଲମରିଚ ପ୍ରତିରୋଧକ କ୍ଷମତାକୁ ମଜବୁତ କରିଥାଏ। ଏହା କରକ୍ୟୁମିନ ଓ ବିଟା କ୍ୟାରୋଟିନ ଅବଶୋଷଣରେ ସୁଧାର ଆଣିଥାଏ। ସେଥିପାଇଁ ଭିଟାମିନ-ଏ ଯୁକ୍ତ ଖାଦ୍ୟ ସହ ମଧ୍ୟ ଏହାକୁ ସେବନ କରାଯାଏ। ଗ୍ୟାସ ସମସ୍ୟା କିମ୍ବା ଛାତିରେ ଯନ୍ତ୍ରଣା ହେଲେ ଗୋଲମରିଚ ସେବନ କରନ୍ତୁନାହିଁ। ଦିନକୁ ୪ ଗ୍ରାମରୁ କମ ଗୋଲମରିଚ ସେବନ କରନ୍ତୁ।

ରସୁଣ – ରସୁଣରେ ଏଲିସିନ, ଡିସ୍ଲଫେଟ୍ ଓ ଥାୟୋସଲଫେଟ ରହିଛି ଯାହା ଫୁସଫୁସକୁ ସୁକ୍ଷ୍ମ ଜୀବରୁ ରକ୍ଷା କରିଥାଏ ଏବଂ ପାଚନ ତନ୍ତ୍ର ମଜବୁତ କରିଥାଏ। ଏହାକୁ ମାଛ ସହ ସେବନ କରିବା ଅଧିକ ହିତକର। କାରଣ ମାଛରେ ଓ଼ମେଗା-୩ ଫେଟି ଏସିଡ ରହିଛି ଯାହା ଏଲିସିନ ତତ୍ତ୍ୱକୁ ବଢାଇବା କାମ କରିଥାଏ। ଯେଉଁମାନେ ସାକାହାରୀ ସେମାନେ ମାଛ ବଦଳରେ ଫ୍ଲେକ୍ସ ସିଡ୍ସ ସେବନ କରିପାରିବେ। ଯଦି ଆପଣଙ୍କ ପାଟିରୁ ଦୁର୍ଗନ୍ଧ ଆସୁଥାଏ କିମ୍ବା ଆପଣ ଦୁର୍ବଳ ଅନୁଭବ କରୁଛନ୍ତି ତାହେଲେ ରସୁଣ ସେବନ କରନ୍ତୁନାହିଁ। ଦିନକୁ ୭ ଗ୍ରାମରୁ ଅଧିକ ରସୁଣ ଖାଆନ୍ତୁ ନାହିଁ।

ଜିରା ଓ ଧନିଆ – ଜିରା ଓ ଧନିଆ ମିଶାଇ ସେବନ କରିବା ଲାଭଦାୟୀ। ଜିରାରେ କ୍ୟୁମିନଲଡିହାଇଡ୍ ଓ ଫାଇଟୋକେମିକାଲ୍ସ ରହିଛି ଯାହା ପେଟକୁ ଭଲ ଭାବେ ସଫା କରିଥାଏ। ଏଥିରେ ସେଲେନିୟମ, କ୍ୟାଲସିୟମ, ମ୍ୟାଗନେସିୟମ ଓ ପୋଟାସିୟମ ଭଳି ମିନେରାଲ୍ସ ରହିଛି ଯାହା ପ୍ରତିରୋଧକ କ୍ଷମତା ବଢ଼ିବାରେ ସାହାଯ୍ୟ କରିଥାଏ। ଯଦି ନିମ୍ନ ରକ୍ତଚାପ ସମସ୍ୟା ରହିଛି ତାହେଲେ ଏହାର ସେବନ କରନ୍ତୁନି। ପ୍ରତିଦିନ ୬୦୦ ମିଳିଗ୍ରାମ ଜିରା ଓ ଧନିଆ ଏକ ଗ୍ରାମରୁ ଅଧିକ ସେବନ କରନ୍ତୁନି।

ମେଥି – ମେଥିରେ ଆଣ୍ଟି ଇନଫ୍ଲାମେଟ୍ରି ରହିଛି ଯାହା ବ୍ଲଡ଼ ସୁଗାର ଓ କୋଲେଷ୍ଟ୍ରୋଲ କମ କରିଥାଏ। ଏହାର ସକ୍ରିୟ ତତ୍ତ୍ୱ ଆଣ୍ଟି ଅକ୍ସିଡେଣ୍ଟ ଭଳି କାମ କରିଥାଏ। ମେଥିରେ ଆଣ୍ଟିଭାଇରାଲ ଗୁଣ ରହିଛି। ଅଙ୍କୁରିତ ମେଥିରେ ବହୁ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟ ରହିଛି ଏବଂ ଖାଲି ପେଟରେ ସେବନ କାଳେ ଏହାର ଦୁଇଗୁଣ ଲାଭ ମିଳିଥାଏ। ଯଦି ଅନ୍ତ ନଳୀରେ କିଛି ସମସ୍ୟା ଥାଏ କିମ୍ବା ଯନ୍ତ୍ରଣା ଅନୁଭୂତ ହୁଏ ତାହେଲେ ଏହାର ସେବନ କରନ୍ତୁନି। ଦିନକୁ ୫ ଗ୍ରାମରୁ ଅଧିକ ମେଥି ସେବନ କରନ୍ତୁନି।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts