ଖୁସି ଖବର ! ପହିଲାରୁ ରୋଷେଇ ଏବଂ ଗାଡି ଚଳାଇବା ହେବ ଶସ୍ତା, କମିଲା ପ୍ରାକୃତିକ ଗ୍ୟାସ୍ ଦର

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୦୩: ସରକାର ଦେଶରେ ଉତ୍ପାଦିତ ପ୍ରାକୃତିକ ଗ୍ୟାସ୍‌ର ବିକ୍ରି ମୂଲ୍ୟରେ ମଙ୍ଗଳବାର ୨୬ ପ୍ରତିଶତ ହ୍ରାସ କରିଛନ୍ତି। ଫଳରେ କାଲିଠୁ ରୋଷେଇ ଏବଂ ଗାଡି ଚଳାଇବା ହେବ ଶସ୍ତା ହେବ। ୨୦୧୪ରେ ଘରୋଇ ଗ୍ୟାସ୍‌ର ମୂଲ୍ୟ ନିର୍ଦ୍ଧାରଣ ଫର୍ମୁଲା ଆଧାର କରାଯିବା ପରଠୁ ପ୍ରଥମ ଥର ଗ୍ୟାସ୍‌ର ଦର ସବୁଠୁ ସର୍ବନିମ୍ନସ୍ତରକୁ ଖସି ଆସିଛି। ପ୍ରାକୃତିକ ଗ୍ୟାସ୍ ଦର ହ୍ରାସ ହେବାରୁ ସିଏନଜି, ପାଇଜ୍ ଜରିଆରେ ଘର ପର୍ଯ୍ୟନ୍ତ ପହଞ୍ଚା ଯାଉଥିବା ଗ୍ୟାସ୍‌(ପିଏନଜି)ର ଦାମ ମଧ୍ୟ କମ ହେବ। କିନ୍ତୁ ଓଏନଜିସି ଓ ଉତ୍ପାଦକ କମ୍ପାନୀର ରାଜସ୍ଵର ବଡ ଧରଣର  ହ୍ରାସ ଘଟିବାର ଆଶଙ୍କା ରହିଛି।

ପେଟ୍ରୋଲିୟମ ମନ୍ତ୍ରଣାଳୟର  ଯୋଜନା ଏବଂ ବିଶ୍ଳେଷଣ ପ୍ରକୋଷ୍ଠର କହିବା କଥା ଭାରତରେ ଉତ୍ପାଦିତ ହେଉଥିବା ବଡ ଭାଗ ଗ୍ୟାସ୍‌ର ଦାମ ଏପ୍ରିଲ ୧ରୁ ଆଗାମୀ ଛଅ ମାସ ପାଇଁ ଶସ୍ତା ହେବ। ଏହି ଛଅ ମାସ ପାଇଁ ୧୦ ଲକ୍ଷ ବ୍ରିଟିଶ  ଥର୍ମାଲ ୟୁନିଟ୍ ପ୍ରତି ୨.୩୯ ଡଲାର ଖର୍ଚ୍ଚ ହେବ। ଏହା ପୂର୍ବରୁ ଏହି ଦାମ ୧୦ ଲକ୍ଷ ବ୍ରିଟିଶ ଥର୍ମାଲ ୟୁନିଟ୍ ପ୍ରତି ୩.୨୩ ଡଲାର  ଥିଲା। ୨୦୧୪ ପରଠୁ ଗ୍ୟାସ୍ ମୂଲ୍ୟରେ ଏହା ଦ୍ଵିତୀୟ ବଡ ହ୍ରାସ। ୨୦୧୪ରେ ମୋଦୀ ସରକାର ପ୍ରାକୃତିକ ଗ୍ୟାସ୍‌ର ଦାମ ସ୍ଥିର କରିବା ପାଇଁ ଏକ ନୂତନ ଫର୍ମୁଲାକୁ ମଞ୍ଜୁର ଦେଇଥିଲେ। ଏହା ସହିତ ଏବେ ଗଭୀର ସମୁଦ୍ରରୁ ଉତ୍ତୋଳନ କରାଯାଉଥିବା ଗ୍ୟାସ୍‌ର ମୂଲ୍ୟରେ ମଧ୍ୟ ୮.୪୩ ଏମବିଟିୟୁ ତଳକୁ ଖସି ୫.୬୧ ଡଲାରରେ ପହଞ୍ଚିଛି।

ପ୍ରାକୃତିକ ଗ୍ୟାସ୍ ଦର ପ୍ରତ୍ୟେକ ବର୍ଷ ଏପ୍ରିଲ ୧ ରୁ ଅକ୍ଟୋବର ୧ ମଧ୍ୟରେ ସ୍ଥିର କରାଯାଏ। ପ୍ରାକୃତିକ ଗ୍ୟାସ୍‌ର ବ୍ୟବହାର ଉର୍ବରକ ଓ ବିଜୁଳି ଉତ୍ପାଦନରେ କରାଯାଏ। ଏହାକୁ ସିଏନଜିରେ ମଧ୍ୟ ବ୍ୟବହୃତ କରାଯାଏ, ଯାହାକୁ ଇନ୍ଧନ ଭାବେ ବ୍ୟବହାର କରାଯାଏ। ଘରେ ଖାଦ୍ୟ ପ୍ରସ୍ତୁତ ପାଇଁ ମଧ୍ୟ ପାଇପ୍‌ ଲାଇନରେ ସିଏନଜି ପହଞ୍ଚାଯାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.