Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ଏପ୍ରିଲ ୧ ତାରିଖରୁ ମହାଙ୍ଗା ହୋଇପାରେ ରୋଷେଇ ଏବଂ ଗାଡିଚାଳନା !

14/03/2019 at 6:21 PM

ଦିଲ୍ଲୀ ୧୪/୩ : ଏପ୍ରିଲ ୧ ତାରିଖରୁ ଜନତାଙ୍କ ବୋଝ ବଢିପାରେ | ଡୋମେଷ୍ଟିକ ଗ୍ୟାସ ଦର ବଢ଼ାଇ ପାରନ୍ତି ସରକାର | ଗ୍ୟାସ ଦର ୧୮ ପ୍ରତିଶତ ବଢ଼ାଇ ପାରନ୍ତି ସରକାର | ନୂଆ ଦର ଏପ୍ରିଲ ୧ ତାରିଖରୁ ଲାଗୁ ହେବ ବୋଲି ଶୁଣିବାକୁ ମିଳୁଛି | ଡୋମେଷ୍ଟିକ ଗ୍ୟାସ ପଲିସୀ ୨୦୧୪ ଅନୁଯାୟୀ, ପ୍ରତି ୬ ମାସରେ ପ୍ରାକୃତିକ ଗ୍ୟାସ ଦର ନିର୍ଦ୍ଧାରଣ କରାଯାଇଥାଏ | ଏହି ଫର୍ମୁଲା ବିଦେଶୀ ଦର ଉପରେ ଆଧାରିତ | 

ସରକାରଙ୍କ ଏହି ନିଷ୍ପତ୍ତି ପରେ ଅଟୋରେ ବ୍ୟବହୃତ ହେଉଥିବା ସିଏନଜି ଗ୍ୟାସ ଏବଂ ରୋଷେଇ ପାଇଁ ଘରେ ବ୍ୟବହୃତ ହେଉଥିବା ଗୋବର ଗ୍ୟାସ ବା ପିଏନଜି ଗ୍ୟାସ ମୂଲ୍ୟ ବଢ଼ିଯିବ | ଯାହାର ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡିବ |

ରେଟିଙ୍ଗ ଏଜେନ୍ସି କେୟାର ରିପୋର୍ଟ ଅନୁଯାୟୀ, ଡୋମେଷ୍ଟିକ ଗ୍ୟାସ ମୂଲ୍ୟ ୧୮ ପ୍ରତିଶତ ବଢ଼ାଇ ପାରନ୍ତି ସରକାର | ଯଦି ଏଭଳି ହୁଏ ତାହେଲେ, ମେନୁଫେକଚରିଂ, ଟ୍ରାଭେଲ, ଏନର୍ଜି ସେକ୍ଟର ଅଧିକ ପ୍ରଭାବିତ ହେବ | ଭାରତରେ ଡୋମେଷ୍ଟିକ ଗ୍ୟାସର ମୂଲ୍ୟ ଆମେରିକା, ରୁଷ, କାନାଡ଼ା ଭଳି ଗ୍ୟାସ ବିକ୍ରି କରୁଥିବା ଦେଶର ଏକ ତୃତୀୟାଂଶ ମୂଲ୍ୟ ଉପରେ ଆଧାରିତ ହୋଇଥାଏ |

ରିପୋର୍ଟ ଅନୁଯାୟୀ, ଏପ୍ରିଲ ରୁ ସେପ୍ଟେମ୍ବର ୨୦୧୯ ପାଇଁ ଡୋମେଷ୍ଟିକ ପ୍ରାକୃତିକ ଗ୍ୟାସ ମୂଲ୍ୟ ୩.୩୬/mmBtu ଡଲାରରୁ ବଢ଼ାଇ ପାଖାପାଖି ୩.୯୭/mmBtu ଡଲାର କରିଦିଆଯିବ | ଏହାଛଡା ୟୁରିଆ ସାର, ପେଟ୍ରୋକେମିକାଲର ମେନୁଫେକଚରିଂ ମୂଲ୍ୟ ମଧ୍ୟ ବଢ଼ାଇ ଦିଆଯିବାର ଆଶଙ୍କା ରହିଛି | କାରଣ ଏହି ସବୁ ୟୁନିଟରେ ପ୍ରାକୃତିକ ଗ୍ୟାସ ବ୍ୟବହାର କରାଯାଇଥାଏ | ଏହାସହ ପାୱାର ସେକ୍ଟରର ପ୍ରଡ୍ୟୁସର ଏବଂ ସ୍ପଞ୍ଜ ଆଇରନ କାରଖାନାକୁ କ୍ଷତି ମଧ୍ୟ ସହିବାକୁ ପଡିପାରେ | କାରଣ ସେଠାରେ ପ୍ରାକୃତିକ ଗ୍ୟାସ ଏଜେନ୍ସି ଜେନେରେସନ ପାଇଁ ବ୍ୟବହାର କରାଯାଇଥାଏ |

   Related Posts