Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଶରୀରକୁ ସଂକ୍ରମଣ, ଭାଇରାଲ୍ ଓ ଫ୍ଲୁରୁ ଦୁରେଇ ରଖିଥାଏ ଏହି ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ: ପ୍ରତିଦିନ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର

11/10/2020 at 6:19 PM

ଭୁବନେଶ୍ୱର ୧୧/୧୦ : ସାଧାରଣତଃ ଆମେ ଯେତେବେଳେ ଅସୁସ୍ଥ ହୋଇଥାଉ ପ୍ରଥମେ ଆଣ୍ଟି ଅକ୍ସିଡେଣ୍ଟ ଔଷଧ ସେବନ କରିଥାଉ। ଯେପରିକି ଭାଇରାଲ କିମ୍ବା ସଂକ୍ରମଣ ନ ହୁଏ। ଆମ ଚାରିପାଖେ ମଧ୍ୟ ଅନେକ ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ସ୍ରୋତ ରହିଛି। ଏହି ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ସେବନ ଦ୍ୱାରା ସବୁବେଳେ ସୁସ୍ଥ ରହି ରୋଗ ଦୂର କରିପାରିବା। ଏହି ଆଣ୍ଟି ଅକ୍ସିଡେଣ୍ଟ ଅନେକ ଗମ୍ଭୀର ସମସ୍ୟା ଦୂର କରିବାରେ ସହାୟକ ପ୍ରମାଣିତ ହୋଇଥାଏ। ଆୟୁର୍ବେଦରେ ମଧ୍ୟ ଏହି ଆଣ୍ଟି ଅକ୍ସିଡେଣ୍ଟ ବହୁତ ବ୍ୟବହାର ହୋଇଥାଏ। ପ୍ରାକୃତିକ ଆଣ୍ଟି ବାୟୋଟିକ ସଂକ୍ରମଣରୁ ରକ୍ଷା କରିବା ସହ କ୍ଷତ ମଧ୍ୟ ଶୀଘ୍ର ଭଲ କରିବାରେ ସହାୟକ ହୋଇଥାଏ। ଆଣ୍ଟି ବାୟୋଟିକ ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ କାରଣ ଏଥିରେ ସଂକ୍ରମଣ ସହ ଲଢ଼ିବା କ୍ଷମତା ରହିଛି। କିଛି ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ସେବନ କରି ପ୍ରତିରୋଧକ କ୍ଷମତା ମଜବୁତ କରାଯାଇପାରେ। କିଛି ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ପ୍ରାୟତଃ ଘରେ ଘରେ ଉପଲବ୍ଧ।

ସଂକ୍ରମଣ ସହ ଲଢ଼ିବା ପାଇଁ ଶକ୍ତି ଯୋଗାଇଥାଏ ଏହି ୪ଟି ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ:

. ଅଦା  ଅଦା ଏକ ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ଯାହା ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ସଂକ୍ରମଣ ଓ ଭାଇରାଲ ଫ୍ଲୁରୁ ରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଅଦାରେ ଆଣ୍ଟି ଇନଫ୍ଲାମେଟରୀ ଗୁଣ ରହିଛି ଯାହା ଶରୀରରେ ସୁଜନ କମ କରିବାରେ ସାହାଯ୍ୟ କରିଥାଏ। ଅଦା ଅନେକ ସ୍ୱାସ୍ଥ୍ୟଗତ ଗୁଣରେ ଭରପୁର।

. ମହୁ ମହୁ ମଧ୍ୟ ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ। ମହୁ ସେବନ ଅନେକ ତରିକାରେ କରାଯାଇପାରେ। ଅନେକ ସମସ୍ୟା ଦୂର କରିବାରେ ମହୁ ସାହାଯ୍ୟ କରିଥାଏ। ମହୁର ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି ଯେଉଁଥିପାଇଁ ଘରୋଇ ଉପଚାର ଏବଂ ପ୍ରାକୃତିକ ଆଣ୍ଟି ବାୟୋଟିକ ଭାବେ ବ୍ୟବହାର କରାଯାଏ। ମହୁରେ ଆଣ୍ଟି ବ୍ୟାକ୍ଟେରିଆଲ ଓ ଆଣ୍ଟିସେପ୍ଟିକ ଗୁଣ ରହିଛି ଯେଉଁଥିପାଇଁ କ୍ଷତ ମଧ୍ୟ ଶୀଘ୍ର ଭଲ ହୋଇଥାଏ।

. ହଳଦୀ ହଳଦୀ ଏକ ପ୍ରାକୃତିକ ଜଡିବୁଟି ଯାହାର ଅନେକ ଫାଇଦା ରହିଛି। ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ଭଳି କାମ କରୁଥିବା ହଳଦୀ ସଂକ୍ରମଣ, ଭାଇରାଲ ଓ ଫ୍ଲୁ ଭଳି ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ। ସେଥିପାଇଁ ରାତିରେ ହଳଦୀ ମିଶା କ୍ଷୀର ସେବନ କରିବାକୁ ପରାମର୍ଶ ଦିଆଯାଇଥାଏ। ଏହା ଶରୀରର ପ୍ରତିରୋଧକ କ୍ଷମତା ବଢ଼ିବାରେ ସାହାଯ୍ୟ କରିଥାଏ। ହଳଦୀରେ ମଧ୍ୟ ଆଣ୍ଟି ଇନଫ୍ଲାମେଟରୀ ଗୁଣ ରହିଛି ଯାହା ସୁଜନ ଦୂର କରିବାରେ ସାହାଯ୍ୟ କରିଥାଏ। ହଳଦୀ ଅନେକ ତରିକାରେ ସେବନ କରାଯାଇଥାଏ। ସାଧାରଣତଃ ପ୍ରତ୍ୟେକ ଭାରତୀୟ ବ୍ୟଞ୍ଜନରେ ହଳଦୀ ବ୍ୟବହାର କରାଯାଇଥାଏ।

୪. ରସୁଣ – ରସୁଣ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ହିତକର। କିନ୍ତୁ ଏହାକୁ ସଠିକ ତରିକାରେ ସେବନ କରିବା ଉଚିତ। ରସୁଣରେ ମଧ୍ୟ ପ୍ରାକୃତିକ ଆଣ୍ଟି ଅକ୍ସିଡେଣ୍ଟ ରହିଛି। ରସୁଣରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ସଂକ୍ରମଣ ସହ ଲଢ଼ିବାରେ ବହୁତ ପ୍ରଭାବୀ। ଅଲିଭ ଅଏଲରେ ଓଦା ରସୁଣ ଡାଏଟ୍ ରେ ସାମିଲ କରିପାରିବେ। ସକାଳୁ ଖାଲି ପେଟରେ ମଧ୍ୟ ରସୁଣ ସେବନ କରିପାରିବେ। ଏହାଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ। ରସୁଣ ପୁରୁଷଙ୍କ ପାଇଁ ଅତ୍ୟନ୍ତ ହିତକର।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

   Related Posts